କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କଲେ ସମ୍ୱିତ ପାତ୍ର
·2 years ago

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର । ଇଡିର ସମନ ସତ୍ତ୍ବେ ସେ କାହିଁକି ବାରମ୍ବାର ସମନ ଏଡ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ୯ ଥର ତାଙ୍କୁ ହୋଇଛି ସମନ। କିନ୍ତୁ ସେ ଏପର୍ଯ୍ୟନ୍ତ ଥରେ ହେଲେ ହାଜର ହୋଇ ନାହାନ୍ତି । ବିଭିନ୍ନ ଆଳ ଦେଖାଇ ସେ ସମୟ ନେଉଛନ୍ତି । ଭାରତୀୟ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ମଦ ନୀତି ମାମଲାରେ ସାମିଲ ହୋଇଛନ୍ତି । ଏଥିପାଇଁ କବିତା ଆମ୍ ଆଦମୀ ପାର୍ଟିକୁ ୧୦୦କୋଟି ଟଙ୍କା ଲାଂଚ ଦେଇଥିବା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
