Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ

ଅର୍ଗସ ବ୍ୟୁରୋ:  ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021 ମସିହାରେ ଶାହରୁଖଙ୍କ ପୁଅ ଆରୟନ୍ ଖାନ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ ସମୀର। ସେ ସମୟରେ ସେ ମହାରାଷ୍ଟ୍ରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ। ସେସମୟରେ ମାମଲାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ଆର୍ଯ୍ୟନଙ୍କୁ ଛାଡି ନଥିଲେ ସମୀର। ପାଖାପାଖି ଏକ ମାସ ଜେଲରେ ରହିବା ପରେ ବେଲରେ ବାହାରକୁ ଆସିଥିଲେ ଶାହରୁଖଙ୍କ ପୁଅ। ପରବର୍ତ୍ତୀ ସମୟରେ ସମୀରଙ୍କ ବିରୋଧରେ ଅନେକ କେଳେଙ୍କାରୀର ଅଭିଯୋଗ ସାମ୍ନାକୁ ଆସିଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନଥିଲା।

ତେବେ ଶାହରୁଖଙ୍କ ପୁଅଙ୍କୁ ଗିରଫ କରିଥିବାରୁ ତାଙ୍କ ବିରୋଧରେ ଏଭଳି ମାମଲା ଚଲାଯାଉଥିବାର ସେ ସମୟରେ ଚର୍ଚ୍ଚା ହୋଇଥିଲା। ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ସବୁ ଭିତରେ ଏକନାଥ ସିନ୍ଦେଙ୍କ ଶିବସେନା ଟିକେଟରେ ସମୀର ନିଜ ପଲିଟିକାଲ ଏଣ୍ଟ୍ରି ଆରମ୍ଭ କରୁଥିବା ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦଳ ତରଫରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sameer Wankhede, who arrested Aryan Khan, may contest on Shiv Sena's ticket | Argus News