Videos
|
National

ଜେଲ୍‌ ରେ ମଟନ ଖାଇ ମଜା ନେଉଛି ଅଭିଯୁକ୍ତ ସଞ୍ଜୟ ରାୟ

Manini Pattanayak
Browse all articles by Manini Pattanayak
·1 year ago·2 min read
ଜେଲ୍‌ ରେ ମଟନ ଖାଇ ମଜା ନେଉଛି ଅଭିଯୁକ୍ତ ସଞ୍ଜୟ ରାୟ

ନୂଆଦିଲ୍ଲୀ:  ଜେଲ୍‌ ରେ ମଜା ନେଉଛି ଅଭିଯୁକ୍ତ ସଞ୍ଜୟ ରାୟ।  ମଟନକୁ ରୁଟି ଖାଇ ଗାଢ ନିଦ୍ରାରେ ଶୋଉଛି।  ନା ମନରେ  ଅଛି  ଅନୁତାପ ନା ଡର। ଅଚିନ୍ତାରେ  ଜେଲ୍‌ ରେ କାଟୁଛି ଜୀବନ।  ଆରଜି  କରର  ପିଜି ଟ୍ରେନି ୩୧ ବର୍ଷୀୟ ଡାକ୍ତରଙ୍କୁ  ଦୁଷ୍କର୍ମ  ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ରାୟ।  ସିସିଟିଭି ଫୁଟେଜରୁ  ସଞ୍ଜୟ   ଧରାପଡିଥିଲା।   ଅତି ଦୟନୀୟ, ପଶୁ ଭଳି  ଦୁଷ୍କର୍ମ ପରେ  ହତ୍ୟା କରି ଜେଲ୍‌ରେ ଅଚିନ୍ତାରେ ମଟନ୍‌ ଖାଉଛି ଅଭିଯୁକ୍ତ ସଞ୍ଜୟ। କୋଲକତାର ପ୍ରେସିଡେନ୍ସି  ଜେଲର  ସେଲ୍‌ ନମ୍ବର  ୨୧ ରେ ବନ୍ଦ ଅଛି  ସଞ୍ଜୟ । କାଲି ରାତିରେ ଜେଲ୍‌ ରେ  ମଟନ କୁ ରୁଟି  ଖାଇଛି।  ଅଭିଯୁକ୍ତ ସଞ୍ଜୟର ମା ପ୍ରଥମ ଥର ମିଡିଆରେ କହିଛନ୍ତି ଯେ  ସଞ୍ଜୟକୁ ଜାଣିଶୁଣି ଫସା ଯାଉଛି ।  ସଞ୍ଜୟର ମାଆ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ପୁଅକୁ ଦେଖା କରିବାକୁ ଜିଦ୍‌ ଧରିଛନ୍ତି।  

କିନ୍ତୁ ଅନ୍ୟପଟେ   ଅଭିଯୁକ୍ତ ସଞ୍ଜୟର ପଡୋଶୀ କହିଛନ୍ତି  ଯେ, ସଞ୍ଜୟର ଚାଲିଚଳନ କିଛି ଠିକ୍‌ ନଥିଲ।।  ସବୁବେଳେ ମଦ ପିଇ ଚୁର୍‌ ରହୁଥିଲା।  ମଦ ପିଇବା ପରେ ତାର ବ୍ୟବହାର ଅତ୍ୟନ୍ତ କ୍ରୁର ହୋଇଯାଉଥିଲା। ପଡୋଶୀ ମହିଳାଙ୍କ କହିବାନୁଯାୟୀ, ଆଖପାଖ  ଝିଅ ବାହୂଙ୍କୁ  ତାଡେଇ ତାଡେଇ ଅନାଏ।  ସଞ୍ଜୟର ଏମିତି ଚାହାଣୀରେ ମହିଳାମାନେ ଡିରିକି ଘରର କବାଟ ଦେଇଦିଅନ୍ତି।  ଏହି ଆଚରଣ ଯୋଗୁ ସଞ୍ଜୟ ସହ କେହି କଥା ହେବାକୁ ପସନ୍ଦ କରନ୍ତି  ନାହିଁ। ବହୁତ  ଖରାପ ଲୋକ ଥିଲା ବୋଲି ସଞ୍ଜୟର  ଶାଶୁ କହିଛନ୍ତି।  ୪ / ୪ଟି ବିବାହ କରିଥିଲା ସଞ୍ଜୟ କିନ୍ତୁ ତାର ଏପରି ପ୍ରକୃତି ଯୋଗୁଁ  ସ୍ତ୍ରୀମାନେ ତାକୁ ଛାଡି ପାଇଛନ୍ତି। ସଞ୍ଜୟ ରାୟ  ମଦ ପିଇବା ପରେ  ଏତେ ହିଂଶ୍ର  ହୋଇଉଠେ ଯେ ନିକୁ  ଟାଇଗର ଭାବେ ।  ନିଜକୁ ପୋଲିସ୍‌ ର ଜଣେ କର୍ମ ଚାରି ବୋଲି କୁହେ। କିନ୍ତୁ ସତ କଥା ସଞ୍ଜୟ  ସମ୍ପୂର୍ଣ୍ଣ ବେକାର ଥିଲା। କିଛି କାମ ଧନ୍ଦା କରୁନଥିଲା। ଦିନରେ ବି ମଦ ପି ଝିଅମାନଙ୍କୁ ହଇରାଣ କରିବା ତାର ପ୍ରକୃତି ଥିଲା । ଏପଟେ ଭାଇ ସଞ୍ଜୟ ପାଇଁ ଫାଶୀ ଦଣ୍ଡ ବି କମ୍ ବୋଲି କହିଛି ଭଉଣୀ ।

ପୁରା ଭୟଙ୍କର ଆଚରଣ କରିଥାଏ ସଞ୍ଜୟ। ତା ଭିତରେ  ଏକ ପଶୁ ଜାଗ୍ରତ ଥିଲା। ଯୌନ ସମ୍ପର୍କ ରଖିବାରେ ସଞ୍ଜୟ ଥିଲା ଅଭ୍ୟସ୍ତ।   ସଞ୍ଜୟ ଏହି ରାକ୍ଷସ ପ୍ରକୃତି କବଳରେ ପଡିଯାଇଥିଲେ ଟ୍ରେନି ମହିଳା ଡାକ୍ତର। ଯାହାଙ୍କୁ ଅତି ନିର୍ଦୟ ଭାବେ ନିଜ ଦେହର ଭୋକ ମେଣ୍ଟାଇ ହତ୍ୟା କରିଥିଲା ଅଭିଯୁକ୍ତ।  ସାରା ଦେଶରେ ବିକ୍ଷୋଭ, ଆକ୍ରୋଶର ମାହୋଲକୁ ତ ଆମେମାନେ ସମସ୍ତେ ଦେଖୁଛୁ । ସମାଜର ବିଭିନ୍ନ ବର୍ଗର ଲୋକମାନେ ଏଥିରେ ସାମିଲ ହେଉଛନ୍ତି । ପାଶବିକତାର ସୀମା ଉଲ୍ଲଙ୍ଘନ କରି ଯେଉଁଭଳି ଭାବେ ଜଣେ ଝିଅକୁ ଶେଷ କରି ଦିଆଗଲା, ସେଥିପାଇଁ ସମାଜ ଯେଉଁମାନଙ୍କୁ ହୀନ ଚକ୍ଷୁରେ ବି ଦେଖୁଛି ସେମାନଙ୍କ ଭିତରେ ବି ଟକମକ ହୋଇ ଫୁଟିଛି ବିଦ୍ରୋହ ।    
 ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: