Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାମଙ୍କୁ ଦେଖି ଭାଙ୍ଗିବେ ବ୍ରତ 

National

ରାମଙ୍କୁ ଦେଖି ଭାଙ୍ଗିବେ ବ୍ରତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାମଙ୍କୁ ଦେଖି ଭାଙ୍ଗିବେ ବ୍ରତ 

ନୂଆଦିଲ୍ଲୀ:  ଭାବରେ ବନ୍ଧା ପ୍ରଭୁ ଶ୍ରୀରାମ। ସମର୍ପଣ ଭାବ ହିଁ ମର୍ଯ୍ୟାଦା ପୁରୁଷ ରାମଙ୍କୁ ପ୍ରାପ୍ତିର ପ୍ରଥମ ମାର୍ଗ।  ଏହି ମାର୍ଗକୁ ଆପୋଣେଇ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ମଉନ ବ୍ରତ ପାଳନ କରିଛନ୍ତି ୭୨ ବର୍ଷୀୟ ବୃଦ୍ଧା ସରସ୍ୱତୀ ଦେବୀ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଉନ ବ୍ରତ ଭାଙ୍ଗିବେ  ବୋଲି ସଙ୍କଳ୍ପ ନେଇଛନ୍ତି  ସରସ୍ୱତୀ ଦେବୀ। ଏମତି ଏକ ରାମ ଭକ୍ତ ତାଙ୍କ ପୁରା ଜୀବନ  ରାମମନ୍ଦିରର ନିର୍ମାଣ ନେଇ  ଏକ ଦୃଢ ସଙ୍କଳ୍ପରେ ବିତେଇ ଦେଇଛନ୍ତି। ସେହି  ଅନନ୍ୟ ରାମ ଭକ୍ତ  ସରସ୍ୱତୀ ଦେବୀ ଙ୍କ ଏ ପ୍ରତିଜ୍ଞା କହିଦେଉଛି ଭଗବାନ ଶ୍ରୀରାମଙ୍କ ପ୍ରତି ତାଙ୍କ ପ୍ରେମ ଆଉ ସମର୍ପଣ ଭାବକୁ।   ଝାଡଖଣ୍ଡର ଧନବାଦରେ ରହୁଥିବା ଏହି ୭୨ ବର୍ଷୀୟ ବୃଦ୍ଧାଙ୍କ ଆଖିର ଜ୍ୟୋତି ମଧ୍ୟ  ଶ୍ରୀୀରମଙ୍କୁ ଦେଖିବା ପାଇଁ ଚମକୁଛି ।

ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ  ତୀର୍ଥ ସ୍ଥଳକୁ ଯାଇ  ମନସ୍କାମନା ରଖିଥିଲେ ସରସ୍ୱତୀ ଦେବୀ।  ସରସ୍ୱତୀଙ୍କ ମନସ୍କାମନା ପୁରଣ ହେବ ୨୨ ଜାନୁଆରିରେ।  ଏପଟେ ନିଜ ମାଙ୍କ ମୁହଁରୁ କଥା ଶୁଣିବା ପାଇଁ  ୩୦ ବର୍ଷ  ହେଲା  ଅପେକ୍ଷା କରି ରହିଛନ୍ତି ସରସ୍ୱତୀଙ୍କ ପରିବାର ଲୋକେ।  ଗତ କିଛି ବର୍ଷ ହେବ  ପରିବାରେ ଅନେକ କାର୍ଯ୍ୟକ୍ରମ ହୋଇଛି। କିନ୍ତୁ  ଆସୁଥିବା ସମ୍ପର୍କୀୟଙ୍କ ସହ କେବଳ ଠାରରେ କଥାବାର୍ତ୍ତା କରିଥାନ୍ତି ସରସ୍ୱତୀ। ତାଙ୍କ ଝିଅ କହିଛନ୍ତି ଯେ, ମା ସବୁବେଳେ  ରାମଜନ୍ମଭୂମୀର ଅଧ୍ୟକ୍ଷ  ନିତ୍ୟ ଗୋପାଳ ଦାସଙ୍କ ନିକଟକୁ ଯାଅନ୍ତି। ପ୍ରାୟତଃ ତାଙ୍କର ଅଧିକରୁ ଅଧିକ ସମୟ ତୀର୍ଥସ୍ଥଳରେ ହିଁ କଟିଛି। ଏବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଖବର ଶୁଣି ମା ବହୁ ଆନନ୍ଦିତ ବୋଲି କହିଛନ୍ତି ତାଙ୍କ ଝିଅ।  ଏବେ ଅପେକ୍ଷା ଜାନୁଆରୀ ୨୨ କୁ। ପ୍ରଭୁ ରାମଙ୍କୁ ଦେଖି ନିଜର ମଉନ ବ୍ରତ ଭାଙ୍ଗିବେ ଭକ୍ତ ସରସ୍ୱତୀ.. 

ଅଧିକ ଦେଖନ୍ତୁ: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
saraswati devi's fast of silence for 30-years will be broken after construction of ram mandir 2024 | Argus News