Sardar Vallabhbhai Patel / ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ
·8 months ago·2 min read

Key Points
ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେବ।
ଆସନ୍ତା ୩୧ରେ ଏକତା ପାଇଁ ଦୌଡ଼ । ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେବ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ସପ୍ତାହ ପାଳନ ହେଉଛି । ଲୌହ ପୁରୁଷଙ୍କ ଜୀବନୀ ଓ ଶିକ୍ଷାରୁ ସମାଜକୁ ଅନୁପ୍ରାଣିତ କରିବା ଏକତା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏକତା ଦୌଡ଼ରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଅକ୍ଟୋବର ୩୧ରେ ଗୁଜରାଟର କେୱାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗ ଦେବେ । ଉତ୍ସବରେ ସଶସ୍ତ୍ର ବାହିନୀ ଦ୍ୱାରା ପରେଡ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଫ୍ଲାଏ-ପାଷ୍ଟ ଆୟୋଜିତ ହେବ। ନଭେମ୍ବର ୧ରୁ ୧୫ ମଧ୍ୟରେ ବିବିଧତା ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।
ଜାତୀୟ ଏକତା ଦିବସ ପରେଡରେ BSF, CISF, ITBP, CRPF, SSB, NCC, ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ, ଆସାମ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼, କେରଳ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ୧୬ ଜଣ ଦଳ ଅଂଶଗ୍ରହଣ କରିବେ। ଅପରେସନ୍ ସିନ୍ଦୂରରେ ଅଂଶଗ୍ରହଣ କରିଥିବା BSFର ୧୬ ଜଣ ପଦକ ବିଜେତା ସୈନିକ ଏବଂ CRPFର ପାଞ୍ଚ ଜଣ ଶୌର୍ଯ୍ୟଚକ୍ର ପୁରସ୍କାରପ୍ରାପ୍ତ ଯବାନ ପରେଡରେ ଅଂଶଗ୍ରହଣ କରିବେ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ:
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।
୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।ତାଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ । ସେ ପଟେଲ ଜାତିରେ ଜନ୍ମଗ୍ରହଣ କରିଥିଲେ । ସେ ନଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ । ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ସେ ଗୁଜରାଟର ଗାଁରେ ବଢିଥିଲେ । ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories