Iron Man of India / ଏମିତି ମିଳି ନଥିଲା ବଲ୍ଲଭଭାଇ ପଟେଲଙ୍କୁ ସର୍ଦ୍ଦାର ଉପାଧି, ଜେଲ୍ରେ କଟିଥିଲା ଅଧା ଜୀବନ
·10 months ago·2 min read

Key Points
ଗାନ୍ଧୀଜୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍ ହୋଇ ୧୯୩୦ରେ ଜେଲ୍ ଯାଇଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଆଉ ତା'ପରବର୍ତ୍ତୀ ୧୬ ବର୍ଷ ଅର୍ଥାତ୍ ଜୀବନର ଅର୍ଦ୍ଧାଧିକ ସମୟ ଜେଲରେ କାଟିଥିଲେ ।
ନୂଆଦିଲ୍ଲୀ: ବଲ୍ଲଭଭାଇ, ଜୟଭୀରଭାଇ ପଟେଲ ଯିଏକି ସାଧାରଣତଃ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ଜଣାଶୁଣା । ତାଙ୍କର ଜନ୍ମ ୩୧ ଅକ୍ଟୋବର ୧୮୭୫ ମସିହାରେ ଗୁଜରାଟର ନାଦିଆଦରେ ହୋଇଥିଲା । ସେ ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ ।
ଏହା ସହିତ ୧୯୪୭ରୁ ୧୯୫୦ ମସିହା ପର୍ଯ୍ୟନ୍ତ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ । ଯିଏ କି ଭାରତର ସ୍ଵାଧୀନତା ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଏମିତି ଜଣେ ନେତା, ଯିଏ କେବଳ ନିଜର ଇଚ୍ଛାଶକ୍ତି ଓ ରାଜନୈତିକ ବୁଦ୍ଧି ବଳରେ ଭାରତର ୫୬୨ଟି ଗଡ଼ଜାତ ରାଜ୍ୟକୁ ଏକତ୍ର କରି ବିଚ୍ଛନ୍ନ ହେବାରୁ ରକ୍ଷା କରିଥିଲେ । ତାଙ୍କର ଏହି ମଜଭୁତ ନେତୃତ୍ଵ ଯୋଗୁ ତାଙ୍କୁ 'ଲୌହ ପୁରୁଷ' ମଧ୍ୟ କୁହାଯାଏ ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ମିଳିଲା 'ସର୍ଦ୍ଦାର' ଉପାଧି ?
ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମହତ୍ମା ଗାନ୍ଧୀଙ୍କ ସହ ମିଶି ନିଜର ଜୀବନ ବଦଳାଇ ଦେଇଥିଲେ । ସେ ଗାନ୍ଧୀଙ୍କର ବିଚାରଧାରାରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ସାରା ଜୀବନ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶର ସ୍ଵାଧୀନତା ଲଢ଼େଇରେ ଜନତାଙ୍କୁ ଏକଜୁଟ୍ କରିଥିଲେ । ବ୍ରିଟିଶ ଶାସନର ବିରୋଧରେ ଏକତାର ବାର୍ତ୍ତା ପ୍ରସାର କରିଥିଲେ । ଏହା ସହିତ ସେ ଅହମ୍ମଦାବାଦ କୃଷକ ଆନ୍ଦୋଳନ ଓ ୧୯୨୮ ମସିହାରେ ବରଦୋଳି ସତ୍ୟାଗ୍ରହର ସଫଳ ନେତୃତ୍ଵ ନେଇଥିଲେ । ଯାହାଫଳରେ ତାଙ୍କୁ 'ସର୍ଦ୍ଦାର' ଉପାଧି ମିଳିଥିଲା ।
ବିଦ୍ୟାଳୟରୁ ଛାତ୍ର ନେତା
ଯୁବାବସ୍ଥାରୁ ଖୁବ୍ କର୍ମତତ୍ପର ଥିଲେ ବଲ୍ଲଭଭାଇ । ବିଦ୍ୟାଳୟରେ ପଢ଼ିବା ସମୟରେ ଜଣେ ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ସେବେଠୁ ସ୍ଵପ୍ନ ଦେଖିଥିଲେ ଓକିଲ ହେବେ । ଏଥିପାଇଁ ସେ ୧୯୧୦ରେ ଇଂଲଣ୍ଡ ଯାଆନ୍ତି ଓ ସେଠାକାର ବାର୍ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରନ୍ତି । ୧୯୧୩ରେ ସେ ବାର୍ ଆସୋସିଏସନ୍ରେ ସ୍ଥାନ ପାଇ ଦେଶକୁ ଫେରନ୍ତି । ସେବେଠୁ ୧୯୫୦ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଉ ଭାରତ ଛାଡ଼ି ଯାଇ ନଥିଲେ ।
ଜେଲ୍ରେ ୧୬ ବର୍ଷ

ଅହମଦାବାଦରେ ସେ ଥିଲେ ଜଣେ ପ୍ରତିଷ୍ଠିତ କ୍ରିମିନାଲ୍ ଓକିଲ । ୧୯୧୭ରେ ଅହମଦାବାଦ ପୌର ପରିଷଦକୁ ନିର୍ବାଚିତ ହୋଇଥିଲେ । ୧୯୨୪ରେ ହୋଇଥିଲେ ପୌରାଧ୍ୟକ୍ଷ । ୧୯୨୮ରେ ସେ ଅହମଦାବାଦ ପୌର ସଂସ୍ଥାରୁ ଇସ୍ତଫା ଦେଇ 'ଟିକସକୁ ନା' ଅଭିଯାନର ନେତୃତ୍ଵ ନେଇଥିଲେ ।
ଏଥିସହ ପଢ଼ନ୍ତୁ: ଜଙ୍ଗଲ ମଧ୍ୟରୁ ମିଳିଲା ଅଧା ପୋତା କଙ୍କାଳ, ଏଣେତେଣେ ପଡ଼ିଛି ହାଡ଼ ଓ ଖପୁରି
ଗାନ୍ଧୀଜୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍ ହୋଇ ୧୯୩୦ରେ ଜେଲ୍ ଯାଇଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଆଉ ତା'ପରବର୍ତ୍ତୀ ୧୬ ବର୍ଷ ଅର୍ଥାତ୍ ଜୀବନର ଅର୍ଦ୍ଧାଧିକ ସମୟ ଜେଲରେ କାଟିଥିଲେ ।
୨୦୧୪ ମସିହାରୁ ଦେଶର ଶକ୍ତି ଓ ସ୍ଥିରତାକୁ ପୁନଃ ନିର୍ଦ୍ଦିଷ୍ଟ କରିବା ପାଇଁ ତାଙ୍କର ଜନ୍ମ ଦିନକୁ ଆନୁଷ୍ଠନିକ ଭାବରେ 'ଜାତୀୟ ଏକତା ଦିବସ' ଭାବେ ପାଳନ କରାଯାଏ । ଏହି ଦିନଟିକୁ ତାଙ୍କର ଦୃଷ୍ଟିକୋଣ, ସାହସ ଓ ଏକତା ଏବଂ ମିଳିତ ରାଷ୍ଟ୍ର ଗଠନର ପ୍ରୟାସକୁ ନେଇ ସ୍ମରଣ କରାଯାଏ । ଯେଉଁଥିରେ ସାରା ଦେଶରେ 'ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ' ଏବଂ ଶପଥ ଗ୍ରହଣ ସମାରୋହ ପାଳନ କରାଯାଏ ।

Related Topics
Explore more stories