AIR TAXI / ଏଣିକି ରାସ୍ତା ଜାମ୍ ଥିଲେ ଆପଣ ଉଡ଼ିକି ଯାଇପାରିବେ ଅଫିସ୍

Key Points
ଦିଲ୍ଲୀ, ମୁମ୍ବାଇ କିମ୍ବା ବେଙ୍ଗାଲୁରୁର ଟ୍ରାଫିକ୍ ସବୁଦିନ ଚିତ୍କାର କରି କହୁଛି, ସହର ବଢ଼ିଯାଇଛି ଆଉ ରାସ୍ତା ଥକିଯାଇଛି । ଏବେ ପ୍ରଶ୍ନ ଏହା ନୁହେଁ ଯେ ଟ୍ରାଫିକ୍ ଜାମ୍ କାହିଁକି ହୁଏ, ବରଂ ଏଥିରୁ କିପରି ମୁକ୍ତି ପାଇବେ। ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ, ଏରୋସ୍ପେସ୍ ଷ୍ଟାର୍ଟଅପ୍ ସରଲା ଆଭିଏସନ୍ ଆକାଶ ଆଡକୁ ଚାହିଁଛି। ଉଡ଼ନ୍ତା ଟ୍ୟାକ୍ସିର ସ୍ୱପ୍ନ ସହିତ, କମ୍ପାନୀ ଏହାର ପ୍ରଥମ ଏୟାର ଟ୍ୟାକ୍ସିର ଟେଷ୍ଟ ଡ୍ରାଇଭ୍ ଆରମ୍ଭ କରିଛି।
ଏବେ ସୁଦ୍ଧା ଉଡ଼ାଣ କେବଳ ଉଡ଼ାଜାହାଜ ଏବଂ ବଡ଼ ବିମାନବନ୍ଦରରେ ସୀମିତ ଥିଲା। କିନ୍ତୁ ଯଦି ସବୁକିଛି ଠିକ୍ ଚାଲେ ବା ପ୍ଲାନ୍ ସକ୍ସେସ ହୁଏ, ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଆପଣ ଅଫିସକୁ ମଧ୍ୟ ଉଡ଼ି ଉଡ଼ି ଯାଇପାରିବେ। ବେଙ୍ଗାଲୁରୁ ସ୍ଥିତ ମାନୁଫାକ୍ଚରିଂ ୟୁନିଟ୍ରେ ଏହାର ପରିକ୍ଷଣ କେବଳ କମ୍ପାନୀ ପାଇଁ ନୁହେଁ ବରଂ ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି। ୨୦୨୮ ସୁଦ୍ଧା ଲୋକାଲ ଟ୍ରାଭେଲ ପାଇଁ ବୈଦ୍ୟୁତିକ ଏୟାର ଟ୍ୟାକ୍ସି ଆରମ୍ଭ କରିବାର ଯୋଜନା ସହିତ, ସରଲା ଆଭିଏସନ୍ ଏବେ ଦ୍ରୁତ ଗତିରେ ବାସ୍ତବତା ଆଡ଼କୁ ଗତି କରୁଛି।
ଗ୍ରାଉଣ୍ଡ ଟେଷ୍ଟିଂ ଆରମ୍ଭ ହେବା ସହିତ, ସରଲା ଆଭିଏସନ୍ର ଏୟାର ଟ୍ୟାକ୍ସି କାର୍ଯ୍ୟକ୍ରମ ଏହାରକୋର ଭ୍ୟାଲିଡେସନ୍ ପର୍ଯ୍ୟାୟରେ ପ୍ରବେଶ କରିସାରିଛି। କମ୍ପାନୀର କହିବାନୁଯାୟୀ, ଏହି ପର୍ଯ୍ୟାୟ ଡିଜିଟାଲ୍ କନ୍ସେପ୍ଟ ଏବଂ ଲ୍ୟାବ-ସ୍କେଲ ପରୀକ୍ଷଣରୁ ପ୍ରକୃତ ବିମାନ-ସ୍କେଲ ପରୀକ୍ଷଣ ଆଡ଼କୁ ଯିବା ପାଇଁ ଏକ ପ୍ରମୁଖ ଏବଂ ନିର୍ଣ୍ଣାୟକ ପଦକ୍ଷେପ ବୋଲି କୁହାଯାଉଛି । ଏହା ସେହି ପର୍ଯ୍ୟାୟ ଯେଉଁଠାରେ ଯେକୌଣସି ବିମାନ କାର୍ଯ୍ୟକ୍ରମର ଇଞ୍ଜିନିୟରିଂ କ୍ଷମତା ଏବଂ ସିଷ୍ଟମ୍ ପରିପକ୍ୱତା ପ୍ରକୃତରେ ପରୀକ୍ଷା କରାଯାଏ।
କମ୍ପାନୀ ଦାବି କରୁଛି ଯେ ପ୍ରାୟ ନଅ ମାସର ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ରେ ଏବଂ ବିଶ୍ୱ ସ୍ତରରେ ସମାନ କାର୍ଯ୍ୟକ୍ରମ ତୁଳନାରେ ଯଥେଷ୍ଟ କମ୍ ଖର୍ଚ୍ଚ ହୋଇଛି । ଯାହାକି ଏକ ମାଇଲଖୁଣ୍ଟ ସଦୃଶ । ଏହି ମାଇଲଖୁଣ୍ଟ ଆଜି ପର୍ଯ୍ୟନ୍ତ ଭାରତରେ ଯେକୌଣସି ଘରୋଇ ଏରୋସ୍ପେସ୍ କମ୍ପାନୀ ଦ୍ୱାରା ପ୍ରଦର୍ଶିତ ଇଞ୍ଜିନିୟରିଂ ସ୍କେଲ୍, କାର୍ଯ୍ୟାନ୍ୱୟନ ଗତି ଏବଂ ସିଷ୍ଟମ୍ ପରିପକ୍ୱତା ଦୃଷ୍ଟିରୁ ଏକ ନୂତନ ମାଇଲଖୁଣ୍ଟ।
ସରଲା ଆଭିଏସନ୍ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ବୈଷୟିକ ଅଧିକାରୀ ରାକେଶ ଗାଁକରଙ୍କ ମତରେ, ଏହି ସଫଳତା ଦର୍ଶାଏ ଯେ ବିଶ୍ୱ ଅଭିଜ୍ଞତା ଥିବା ଭାରତୀୟ ଇଞ୍ଜିନିୟରମାନେ ଶୃଙ୍ଖଳା, ଧୈର୍ଯ୍ୟ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ କାର୍ଯ୍ୟ କଲେ ସବୁ କିଛି ସମ୍ଭବ । ସେ ଆହୁରି କହିଛନ୍ତି, 'କମ୍ପାନୀର ଫୋକସ୍ କେବେ ବି ପ୍ରଥମ ହେବା ଉପରେ ନଥିଲା, ବରଂ ଏକ ଉନ୍ନତ ଏବଂ ଦୀର୍ଘ ସ୍ଥାୟୀ ବିମାନ ଚଳାଚଳ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଇଥିଲା' ।
ଏହି ସମୟରେ, ସାରଲା ଆଭିଏସନ୍ ଭାରତ ମୋବିଲିଟି ଭଳି ଜାତୀୟ ପ୍ଲାଟଫର୍ମରେ ପ୍ରଦର୍ଶନ ପାଇଁ ଏକ ପୂର୍ଣ୍ଣ-ସ୍କେଲ ଷ୍ଟାଟିକ୍ ଏୟାରକ୍ରାଫ୍ଟ ମଧ୍ୟ ନିର୍ମାଣ କରିଛି। କମ୍ପାନୀ ମୋଟ ୧୩ ମିଳିଅନ୍ ଡଲାର ପାଣ୍ଠି ମଧ୍ୟ ସଂଗ୍ରହ କରିଛି, ଯାହାଦ୍ୱାରା ଏହାର ଦୀର୍ଘକାଳୀନ କାର୍ଯ୍ୟାନ୍ୱୟନ କ୍ଷମତାକୁ ଆହୁରି ସୁଦୃଢ଼ କରିଛି । ଏମିତିକି ଆଗାମୀ ବର୍ଷଗୁଡ଼ିକରେ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ସାହାଯ୍ୟ କରିବ।
ଉଡ଼ନ୍ତା ଟ୍ୟାକ୍ସି... ସହରାଞ୍ଚଳ ଭିଡ଼ରୁ ରକ୍ଷା ପାଆନ୍ତୁ
ସରଲା ଆଭିଏସନ୍ର ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ହେଉଛି ଏକ ୬-ସିଟ୍ ବିଶିଷ୍ଟ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ୍ ଟ୍ୟାକ୍ସି ଯାହା ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ପୁଣେ ଭଳି ଅତ୍ୟଧିକ ଭିଡ଼ ସହରଗୁଡ଼ିକରେ ଯାତାୟାତ ସମୟ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି। ସୂଚନାନୁସାରେ ୨୦୨୪ରେ, ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ କେମ୍ପେଗୌଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ୍ ଟ୍ୟାକ୍ସି ପ୍ରଚଳନ କରିବା ପାଇଁ ସରଲା ଆଭିଏସନ୍ ସହିତ ଚୁକ୍ତି କରିଥିଲା।
📱 Get Argus News App
✨Related Topics
Explore more stories