Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Technology: ରହିବନି ଟ୍ରାଫିକ ସମସ୍ୟ, ଏବେ ଯିବା ଆସିବା ହେବ AIR TAXIରେ

National

Technology: ରହିବନି ଟ୍ରାଫିକ ସମସ୍ୟ, ଏବେ ଯିବା ଆସିବା ହେବ AIR TAXIରେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Technology: ରହିବନି ଟ୍ରାଫିକ ସମସ୍ୟ, ଏବେ ଯିବା ଆସିବା ହେବ AIR TAXIରେ

ଅର୍ଗସ ବ୍ୟୁରୋ:  ଭାରତରେ ଉଡ଼ିବ Air Taxi । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଉଡ଼ନ୍ତା ଟାକ୍ସି ବ୍ୟତୀତ ଆଉ କୌଣସି ଉପାୟ ନାହିଁ କହିଲେ ଚଳେ । କାରଣ ଏଠି ଟ୍ରାଫିକ୍ ସମସ୍ୟା ଅତି ସାଧାରଣ ହେଲାଣି । ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଛି ଟ୍ରାଫିକ୍‌ରେ । ଯେତେ ବଡ଼ ସହର ସେତେ ଅଧିକ ଜନସଂଖ୍ୟା । ଆଉ ଯେତେ ଅଧିକ ଲୋକ ସେତେ ଅଧିକ ଗାଡ଼ି ମଟର । ଯାହାଫଳରେ ଟ୍ରାପିକ୍‌ ସମସ୍ୟା ଉପୁଜିବା ସ୍ବାଭାବିକ ।

ଭିଡ଼ ପାଇଁ ଆଉ ରାସ୍ତାରେ ଘଣ୍ଟା ଘଣ୍ଟା ସମୟ ଅଟକି ରହିବାକୁ ପଡ଼ିବ ନାହିଁ । ଖୁବ ଶୀଘ୍ର ଟ୍ରାଫିକ ସମସ୍ୟାର ହେବ ସମାଧାନ । ଭାରତରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି ସର୍ଭିସ । ଭାରତର ପ୍ରଥମ ଫ୍ଲାଇଙ୍ଗ ଟ୍ୟାକ୍ସି ପ୍ରୋଟୋଟାଇପ୍ ଚଳିତ ବର୍ଷ ଅଟୋ ଏକ୍ସପୋ ୨୦୨୫ ରେ ପ୍ରଦର୍ଶିତ ହୋଇଛି ।


ସୋନା ସ୍ପିଡ ଏବଂ ସାରଲା ଏଭିଏସନ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ଏହି ଏୟାର ଟ୍ୟାକ୍ସି ଇଭିଟିଓଏଲ ଟେକ୍ନୋଲୋଜି ଉପରେ ଆଧାରିତ । ଅର୍ଥାତ୍ ଏହା ରନୱେ ବିନା ସିଧାସଳଖ ଉପରେ ଓ ତଳେ ଉଡ଼ିପାରିବ । ଏହି ଏୟାର ଟ୍ୟାକ୍ସି ଭାରତରେ ଲଞ୍ଚ ହେବାପରେ ବଡ଼ ବଡ଼ ସହରର ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଓ ଲୋକଙ୍କର ଘଣ୍ଟା ଘଣ୍ଟା ସମୟ ବଞ୍ଚିବ ବୋଲି କୁହାଯାଉଛି । ୨୦୨୮ ସୁଦ୍ଧା ବଜାରରେ ଏୟାର ଟାକ୍ସି ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଚଳିତ ବର୍ଷ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ ରେ ସାରଳା ଏଭିଏସନର ଏୟାର ଟ୍ୟାକ୍ସି 'ଶୂନ୍ୟ' ଆକର୍ଷଣର କେନ୍ଦ୍ର ପାଲଟିଥିଲା । ସାରଳା ଏଭିଏସନ ସହିତ ସେନା ସ୍ପିଡ ଏୟାର ଟ୍ୟାକ୍ସିର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଶୂନ୍ୟର ପ୍ରୋଟୋଟାଇପକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି ।

ପୂର୍ବରୁ ସୋନା ସ୍ପିଡ ଅନେକ ସ୍ପେସ୍ ମିଶନରେ ନାସାକୁ ସହଯୋଗ କରିଛି । ବର୍ତ୍ତମାନ ଏହି କମ୍ପାନୀ ସହରୀ ବିମାନ ପରିବହନରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି କରୁଛି । ସୋନା ସ୍ପିଡ କର୍ଣ୍ଣାଟକର କାରଖାନାରେ 'ଶୂନ୍ୟ'ର ଅତ୍ୟାବଶ୍ୟକ ଉପାଦାନ ଉତ୍ପାଦନ କରିବ । ଏଥିରେ ମୋଟର ଏବଂ ଲ୍ୟାଣ୍ଡିଂ ଗିଅର୍ ଭଳି ଅତ୍ୟାବଶ୍ୟକ ଉପକରଣ ସାମିଲ ଅଛି ।

ସାରଲା ବିମାନ ଚଳାଚଳର ସିଇଓ ରାକେଶ ଗାଓଁକର କହିଛନ୍ତି ଯେ, ଇଞ୍ଜିନିୟରିଂରେ ସୋନା ସ୍ପିଡର ପାରଦର୍ଶୀତା ଫ୍ଲାଇଙ୍ଗ ଟ୍ୟାକ୍ସି ପାଇଁ ଆମର ଦୃଷ୍ଟିକୁ ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣ କରିପାରୁଛି । ଅତ୍ୟାଧୁନିକ ଇଭିଟିଓଲ ଟେକ୍ନୋଲୋଜି ସହିତ ସହରୀ ଗତିଶୀଳତାକୁ ପରିଭାସିତ କରିବାକୁ ଏହି ସହଯୋଗ ଆମର ମିଶନକୁ ମଜବୁତ କରୁଛି ।

ଖୁସିର ବିଷୟ ଉଡ଼ନ୍ତା ଟାକ୍ସି ଆସିଲେ ଅନେକ କାମ ସୁରୁଖୁରୁରେ ହୋଇଯିବ । ଆମ୍ବୁଲାନ୍ସ ପରି ଜରୁରୀ ସର୍ଭିସ ସବୁ ଉଡ଼ନ୍ତା ଟାକ୍ସି ସାହାଯ୍ୟରେ ହୋଇପାରିବ । କମ ସମୟରେ ଲୋକେ ମେଡିକାଲ, ଅଫିସ, ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ । ଲୋକଙ୍କ ପାଇଁ ଭିଡ଼ କିମ୍ବା ଟ୍ରାଫିକ ଆଉ ସମସ୍ୟା ହୋଇ ରହିବ ନାହିଁ । ଟେକ୍ନୋଲୋଜିର ଯୁଗାନ୍ତକାରୀ ଉଦ୍ଭାବନ ସତରେ ମାନବ ସମାଜକୁ ନୂଆ ଦିଗକୁ ନେଉଛି କହିଲେ ଭୁଲ ହେବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sarla Aviation Reveals Shunya: Air Taxis to Take Flight in India by 2028 | Argus News