|
logo
Live

Argus News - ବେଙ୍ଗଲୁରୁ ପରେ ଦିଲ୍ଲୀ, ମୁମ୍ବାଇରେ ଆରମ୍ଭ ହେବ Air Taxi !

National

ବେଙ୍ଗଲୁରୁ ପରେ ଦିଲ୍ଲୀ, ମୁମ୍ବାଇରେ ଆରମ୍ଭ ହେବ Air Taxi !

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବେଙ୍ଗଲୁରୁ ପରେ ଦିଲ୍ଲୀ, ମୁମ୍ବାଇରେ ଆରମ୍ଭ ହେବ Air Taxi !

ଟ୍ରାଫିକ୍‌ରେ ଫସିବେନି । ଭିଡ଼ ଭିତରେ ଅଣନିଶ୍ଵାସୀ ହେବାକୁ ପଡ଼ିବନି । କମ୍ ସମୟରେ ପହଞ୍ଚିବେ ଗନ୍ତବ୍ୟ ସ୍ଥଳରେ । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଜନସଂଖ୍ୟା ସହ ତାଳ ଦେଇ ବଢ଼ିବାରେ ଲାଗିଛି ଗାଡ଼ି ସଂଖ୍ୟା । ଫଳରେ ଟ୍ରାଫିକ୍ ଜାମ୍ ସ୍ଥିତି ସହ ଅସମ୍ଭାଳ ଭିଡ଼ ହେଉଛି । ୫ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ଲାଗୁଛି ୨୦ରୁ ୪୦ ମିନିଟ୍ ସମୟ ।


ଆଉ ଏହି ଅସୁବିଧା ଦୂର କରିବାକୁ ଆଗେଇ ଆସିଛନ୍ତି ଏକାଧିକ ଭାରତୀୟ ଷ୍ଟାର୍ଟଅପ୍ । ଏୟରୋସ୍ପେସ୍ ଷ୍ଚାର୍ଟଅପ୍ ସରଲା ଏଭିଏସନ୍ ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀରେ ଆୟୋଜିତ ଭାରତ ମୋବିଲିଟି ଗ୍ଲୋବଲ ଏକ୍ସପୋରେ ତାର ଏୟାର ଟ୍ୟାକ୍ସି ପ୍ରଦର୍ଶନ କରିଥିଲା । ଏବେ କମ୍ପାନୀ ଶୀଘ୍ର ହିଁ ଦେଶର କିଛି ବଡ଼ ସହରରେ ଆକାଶରେ ଉଡ଼ୁଥିବା ଏୟାର ଟ୍ୟାକ୍ସିର ବାଣିଜ୍ୟିକ ଅପରେସନ୍ ଆରମ୍ଭ କରିବାକୁ ଯାଉଛି । ପ୍ରଥମେ ବେଙ୍ଗଳୁରୁରେ ପରେ ଅନ୍ୟ ସହରରେ ଆରମ୍ଭ ହେବ ଏୟର ଟ୍ୟାକ୍ସି ସେବା ।


କମ୍ପାନୀର ସିଇଓ ତଥା ସହ-ସଂସ୍ଥାପକ ଏଡ୍ରିୟନ ଶ୍ମିଟ କହିବା ଅନୁସାରେ, ବେଙ୍ଗଲୁରୁରେ ପ୍ରଥମେ ସେବା ଆରମ୍ଭ କରାଯିବ । ଏହାର କିଛି ମାସ ପରେ ସେବା ମୁମ୍ବାଇ ଓ ଦିଲ୍ଲୀକୁ ସମ୍ପ୍ରସାରଣ କରାଯିବ । ଏ ସବୁ ସ୍ଥାନରେ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ସେବା ମିଳିବ । ବେଙ୍ଗଲୁରୁର ସେବା ଆରମ୍ଭର ୫ ବର୍ଷ ଭିତରେ ଦେଶର ଅନ୍ୟ ସ୍ଥାନରେ ଏୟର ଟ୍ୟାକ୍ସି ଆରମ୍ଭ ପାଇଁ କମ୍ପାନୀ ଲକ୍ଷ୍ୟ ରଖିଥିବା କହିଛନ୍ତି ସିଇଓ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୮ ସୁଦ୍ଧା ଦେଶରେ ଏୟାର ଟ୍ୟାକ୍ସି ସେବା ସମ୍ପୂର୍ଣ୍ଣ ଭାବେ ସଞ୍ଚାଳନ କରିବା ଲାଗି ଲକ୍ଷ୍ୟ ରଖିଛି ସରଲା ଏଭିଏସନ । ଏଥିପାଇଁ କମ୍ପାନୀ ମାନବ ସମ୍ବଳ ବୃଦ୍ଧି କରୁଛି । ଜାନୁଆରୀରେ ୨୦ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା କମ୍ପାନୀରେ ଏବେ ୪୭ ଜଣ କର୍ମଚାରୀ କାମ କରୁଛନ୍ତି । ବର୍ଷ ଶେଷ ସୁଦ୍ଧା ସଂଖ୍ୟା ଆହୁରି ୮୦ରୁ ୧୨୦ କର୍ମଚାରୀ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ସରଲା ଏଭିଏସନ ।


ଏବେ କମ୍ପାନୀ ଏୟାର ଟ୍ୟାକ୍ସିର ପ୍ରୋଟୋଟାଇପ୍ ଆଣିଛି । କମ୍ପାନୀ ଅନୁସାରେ, ଏହି ଏୟାର ଟ୍ୟାକ୍ସି ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଉଡ଼ାଣ ଭରି ପାରିବ । ଅତ୍ୟାଧୁନିକ ବ୍ୟାଟେରି ପ୍ୟାକ୍‌ରେ ଏୟାର ଟ୍ୟାକ୍ସି ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ । କିନ୍ତୁ ଏହାର ବ୍ୟବହାର ୨୫ରୁ ୩୦ କିଲୋମିଟର ଦୂରତା ଯାତ୍ରା ପାଇଁ କରାଯିବ । ଏଥିରେ ଏକ ସଙ୍ଗରେ ୬ ଜଣ ଯାଇ ପାରିବେ । ସର୍ବାଧିକ ୬୮୦ କେଜି କ୍ଷମତା ଉଠାଇ ପାରିବ ଏୟାର ଟ୍ୟାକ୍ସି । କେବଳ ଯାତ୍ରୀ ନୁହେଁ ଏଥିରେ ମାଲ ପରିବହନ ବି ହୋଇ ପାରିବ ।

Sponsored
ବେଙ୍ଗଲୁରୁ ପରେ ଦିଲ୍ଲୀ, ମୁମ୍ବାଇରେ ଆରମ୍ଭ ହେବ Air Taxi ! | Argus News