Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶତ୍ରୁର ଗତିବିଧିକୁ ଅନୁଧ୍ୟାନ କରୁଥିଲା ସାଟେଲାଇଟ୍‌

National

ଶତ୍ରୁର ଗତିବିଧିକୁ ଅନୁଧ୍ୟାନ କରୁଥିଲା ସାଟେଲାଇଟ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶତ୍ରୁର ଗତିବିଧିକୁ ଅନୁଧ୍ୟାନ କରୁଥିଲା ସାଟେଲାଇଟ୍‌

ଏପ୍ରିଲ ୨୨ରେ ହୋଇଥିବା ପହଲଗାମ୍‌ ହମଲା ପରେ ପାକିସ୍ତାନ ଉପରେ କଡ଼ା ଆକ୍ସନ ନେଇଥିଲା ଭାରତ। ମେ ୭ରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଥିଲା। ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରି ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ସହ ଏୟାରବେସ୍‌କୁ ନଷ୍ଟ କରିଦେଇଥିଲା। ଏହାରି ଭିତରେ ସୀମାରେ ସୁରକ୍ଷା ପାଇଁ ନଜର ରଖିଥିଲା ୧୦ ସାଟେଲାଇଟ୍। ଶତ୍ରୁର ଗତିବିଧିକୁ ନେଇ କରୁଥିଲା ଅନୁଧ୍ୟାନ। ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ମୁଖ୍ୟ ଭି ନାରାୟଣନ।

ଇସ୍ରୋ ମୁଖ୍ୟ କହିଛନ୍ତି ଯେ 'ରଣନୈତିକ ଉଦ୍ଦେଶ୍ୟ ପୂରଣ କରିବା ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଅତି କମରେ ୧୦ଟି ଉପଗ୍ରହ ୨୪ ଘଣ୍ଟା ନିରନ୍ତର କାର୍ଯ୍ୟ କରୁଛନ୍ତି।'ସେ କହିଛନ୍ତି, 'ଆପଣ ସମସ୍ତେ ଆମର ପଡ଼ୋଶୀମାନଙ୍କ ବିଷୟରେ ଜାଣନ୍ତି। ଏପରି ପରିସ୍ଥିତିରେ, ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ଉପଗ୍ରହର ସାହାଯ୍ୟ ନେବାକୁ ପଡିବ। ଆମେ ୭ ହଜାର କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ କରୁଛୁ। ଏହା ସହିତ, ସମଗ୍ର ଉତ୍ତର-ପୂର୍ବାଞ୍ଚଳ ନିରନ୍ତର ନଜରରେ ରହିଛି ଏବଂ ଉପଗ୍ରହ, ଡ୍ରୋନର ସାହାଯ୍ୟ ବିନା, ଆମେ ଏହା ହାସଲ କରିପାରିବୁ ନାହିଁ।

ଦେଶର ସୁରକ୍ଷା ପାଇଁ ରଣନୈତିକ ଉଦ୍ଦେଶ୍ୟ ପାଇଁ ଇସ୍ରୋର ୧୦ଟି ଉପଗ୍ରହ ନିରନ୍ତର ନଜର ରଖୁଛି। ରବିବାର ଇମ୍ଫାଲର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଭି ନାରାୟଣନ ଏହି ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
satellites-were-monitoring-enemy-movements | Argus News