Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Pakistan / ଭାରତକୁ ଚେକ୍‌ ଦେବାକୁ ପାକିସ୍ତାନ କରୁଛି ବଡ଼ ଷଡ୍‌ଯନ୍ତ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଭାରତକୁ ଚେକ୍‌ ଦେବାକୁ ପାକିସ୍ତାନ କରୁଛି ବଡ଼ ଷଡ୍‌ଯନ୍ତ୍ର
India vs Pakistan

Key Points

ସାଉଦି-ତୁର୍କୀ ଭଳି ଦେଶ ସହ ପାକିସ୍ତାନ ହାତ ମିଶାଇଲେ ବି ଭାରତର ଶକ୍ତି ଆଗରେ ସେମାନେ ଫିକା ପଡ଼ିବେ ।

ଭାରତ ପାଇଁ ବଡ଼ ବିପଦ । ପଡୋଶୀ ପାକିସ୍ତାନ ରଚୁଛି ଷଡ଼ଯନ୍ତ୍ର । ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ହେବାକୁ ଯାଉଛି ପ୍ରତିରକ୍ଷା ଚୁକ୍ତି । ଏନେଇ ପାକିସ୍ତାନର ପ୍ରତିରକ୍ଷା ଉତ୍ପାଦନ ମନ୍ତ୍ରୀ ରେଜା ହାୟାତ ହିରାଜ ଦାବି କରିଛନ୍ତି । ପଡ଼ୋଶୀ ଦେଶରେ ବୃଦ୍ଧି ପାଉଛି ଭୟର ବାତାବରଣ । ଯଦି ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବ ଏକାଠି ହୁଅନ୍ତି, ତେବେ ଭାରତ ଉପରେ ଏହାର କଣ ପ୍ରଭାବ ରହିବ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗୋଟିଏ ମାସ ପୂର୍ବରୁ ସାଉଦି ଆରବ ସହ ପାକିସ୍ତାନ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ କରିସାରିଛି । ଯେଉଁଥିରେ ପାକିସ୍ତାନ ଉପରେ କୌଣସି ସାମରିକ ଅଭିଯାନକୁ ସାଉଦି ନିଜ ଉପରେ ଆକ୍ରମଣ ଭାବେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ ପାକିସ୍ତାନ ମିତ୍ର ତାଲିକାରେ ଯୋଡ଼ି ହୋଇଛି ତୁର୍କୀ । ପ୍ରାୟ ଗୋଟିଏ ବର୍ଷର ଆଲୋଚନା ପରେ ପ୍ରତିରକ୍ଷା ଚୁକ୍ତିନାମା ପ୍ରସ୍ତୁତ ହୋଇଥିବା କହିଛନ୍ତି ପାକିସ୍ତାନ ମନ୍ତ୍ରୀ । ତେବେ ପାକିସ୍ତାନର ଏଭଳି ମେଣ୍ଟ ଭାରତର ଶକ୍ତିଶାଳୀ ପ୍ରତିରକ୍ଷା କ୍ଷେତ୍ର ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ବିଶେଷଜ୍ଞ ଦାବି କରିଛନ୍ତି । ଅର୍ଥାତ ସାଉଦି-ତୁର୍କୀ ଭଳି ଦେଶ ସହ ପାକିସ୍ତାନ ହାତ ମିଶାଇଲେ ବି ଭାରତର ଶକ୍ତି ଆଗରେ ସେମାନେ ଫିକା ପଡ଼ିବେ ।

ଗତରାତିରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟ୍‌କୁ ତଟରକ୍ଷୀ ବାହିନୀ ଜବତ କରିଛନ୍ତି। ବୋଟ୍‌ରେ ଥିବା ୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଗୁଜରାଟ ଉପକୂଳରେ ଘଟିଛି ଏବଂ ଏହା ସୀମାନ୍ତରେ ପାକିସ୍ତାନୀ ଅନୁପ୍ରବେଶର ଏକ ନୂଆ ଉଦାହରଣ ଭାବେ ସାମନାକୁ ଆସିଥିବା ବେଳେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୋଷ୍ଟ୍‌ ଗାର୍ଡଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବୋଟ୍‌ଟି ଗୁଜରାଟର କଚ୍ଛ ଜିଲ୍ଲା ନିକଟରେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲା।

ପାଟ୍ରୋଲିଂ ସମୟରେ ତଟରକ୍ଷୀ ବାହିନୀ ଜାହାଜ ଏହାକୁ ଚିହ୍ନଟ କରି ସତର୍କ କରିଥିଲା। ବୋଟ୍ ଥମିବା ପରେ କୋଷ୍ଟ ଗାର୍ଡ ଟିମ୍ ଏହାକୁ ଜବତ କରି ସମସ୍ତ ୯ ଜଣ ପରିଚାଳକ ସଦସ୍ୟଙ୍କୁ ଗିରଫ୍‌ କରିଛି। ସେମାନେ ସମ‌ସ୍ତେ ପାକିସ୍ତାନୀ ନାଗରିକ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ବୋଟ୍‌ରେ କିଛି ମାଛ ଓ ଶିକାର ଉପକରଣ ମିଳିଛି। ବୋଟ୍‌ ଚାଳକ ଦଳ ସଦସ୍ୟମାନେ ମାଛ ଧରିବା ପାଇଁ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଦାବି କରିଛନ୍ତି, କିନ୍ତୁ ଏହାର ବିସ୍ତୃତ ତଦନ୍ତ ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Pakistan | Saudi to Sudan: Can Pakistan expand military footprint across Arab world? | Argus News