Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Yuzvendra Chahal On Virat Kohli: ମୁଁ ଦେଖିଛି ସେ କାନ୍ଦୁଥିଲେ, ସେଦିନ ସମସ୍ତ ଆଖିରେ ଲୁହ ଥିଲା...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Yuzvendra Chahal On Virat Kohli: ମୁଁ ଦେଖିଛି ସେ କାନ୍ଦୁଥିଲେ, ସେଦିନ ସମସ୍ତ ଆଖିରେ ଲୁହ ଥିଲା...

Key Points

ବିଶେଷ ସାକ୍ଷାତକାରରେ କ୍ରିକେଟ ଜଗତର କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଚହଲ ।

ଆଉ ତାଙ୍କର ସେହି ଉତ୍ତରକୁ ନେଇ ଏବେ ଢ଼େର ଚର୍ଚ୍ଚା ।

କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ନାଁ ଏବେ ଯୁଜବେନ୍ଦ୍ର ଚହଲ । ହେଲେ ସେ ତାଙ୍କ ଖେଳ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଥିଲା । ଯାହାପରେ ସେ ଚର୍ଚ୍ଚାକୁ ଆସିଥିଲେ । ଡିଭୋର୍ସ ଚର୍ଚ୍ଚା ଧିରେ ଥମି ଆସିଲା ବେଳକୁ ତାଙ୍କ ଲଭ ଲାଇଫ୍‌କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଲା । ଭାରତୀୟ ଦଳକୁ ପୁନର୍ବାର ଫେରିବା ପାଇଁ ସଂଘର୍ଷ କରୁଥିବା ଅନୁଭବୀ ଲେଗ୍ ସ୍ପିନର ହେଉଛନ୍ତି ଯୁଜବେନ୍ଦ୍ର ଚହଲ ।

ହେଲେ ଆଜି ଆମେ ତାଙ୍କ ବିଷୟରେ କିଛି କହିବାକୁ ଯାଉ ନାହୁଁ । ସେ ଏକ ବିଶେଷ ସାକ୍ଷାତକାରରେ କ୍ରିକେଟ ଜଗତର କିଛି ରୋଚକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆଉ ତାଙ୍କର ସେହି ଉତ୍ତରକୁ ନେଇ ଏବେ ଢ଼େର ଚର୍ଚ୍ଚା ।

ଉକ୍ତ ସାକ୍ଷାତକାରରେ ଚହଲଙ୍କୁ ଯେତେବେଳେ ଡ୍ରେସିଂ ରୁମ୍ ବିଷୟରେ ପଚରାଯାଇଥିଲା ସେ ମଧ୍ୟ ଖୋଲାଖୋଲି ଉତ୍ତର ଦେଇଥିଲେ। ସେ ୨୦୧୯ ବିଶ୍ୱକପ ବିଷୟରେ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ସେମିଫାଇନାଲ ମ୍ୟାଚ୍‌ରେ ହାରିବା ପରେ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଆଉ ବିରାଟ କୋହଲି ବସି କାନ୍ଦୁଥିଲେ ।

୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁଁ ତାଙ୍କୁ ବାଥରୁମରେ କାନ୍ଦୁଥିବା ଦେଖିଥିଲି। ମୁଁ ଯେତେବେଳେ ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ମଇଦାନକୁ ଯାଉଥିଲି, ସେତେବେଳେ ତାଙ୍କ ଆଖିରେ ଲୁହ ଥିଲା। ସେହିଦିନ ଦଳର ପ୍ରାୟ ସମସ୍ତ ଖେଳାଳିଙ୍କ ଆଖିରେ ଲୁହ ଥିଲା । ପରାଜୟ ଯୋଗୁଁ ସମସ୍ତେ ଦୁଃଖରେ ଥିଲେ' ବେଲି କହିଛନ୍ତି ଚହଲ ।

କୋହଲି ଏହି ମ୍ୟାଚ୍‌ର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ଥିଲା । କିନ୍ତୁ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା । ୨୦୧୯ ବିଶ୍ୱକପ ସେମିରେ ଚହଲ ନିଜର ପ୍ରଦର୍ଶନକୁ ନେଇ ମଧ୍ୟ ଅନୁତପ୍ତ ଥିବା କହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ସେ ୧୦ ଓଭରରେ ୬୩ ରନ ଦେଇ କେବଳ ଗୋଟିଏ ୱିକେଟ ପାଇଥିଲେ। ସେହି ମ୍ୟାଚ୍‌ରେ ମୁଁ ଆହୁରି ଭଲ କରି ପାରିଥାଆନ୍ତି। ମୁଁ ଏବେ ବି ସେଥିପାଇଁ ଅନୁତପ୍ତ। ମୁଁ ଆଉ ଟିକିଏ ଭଲ ବୋଲିଂ କରିପାରି ଥାଆନ୍ତି। ଆଉ ୧୦ରୁ ୧୫ ରନ କମ ଖର୍ଚ୍ଚ କରି ପାରିଥାଆନ୍ତି। କିନ୍ତୁ ବେଳେବେଳେ ସବୁ କିଛି ଏତେ ଶୀଘ୍ର ହୋଇଯାଏ ଯେ ଆପଣଙ୍କୁ ଭାବିବାକୁ ଆଦୌ ସମୟ ମିଳେ ନାହିଁ। ଅନ୍ୟପଟେ ସେହି ସେମି ଫାଇନାଲ ମ୍ୟାଚ୍‌, ମହେନ୍ଦ୍ର ସିଂହ ଧୋନିଙ୍କ ଶେଷ ମ୍ୟାଚ୍‌ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Saw Virat Kohli Crying': Yuzvendra Chahal Makes Stunning Revelation, Shares Untold Story | Argus News