Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ

Ritu Das
Browse all articles by Ritu Das
·1 year ago·1 min read
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ ସତର୍କ ହୋଇଯାନ୍ତୁ । SBI ଏହାର କ୍ରେଡିଟ୍ କାର୍ଡ଼ ନିୟମରେ କିଛି ପରିବର୍ତ୍ତନ କରିଛି ଯାହା ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଲାଗୁ ହେବ ।
SBI ଏହାର କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ ୟୁଟିଲିଟି ବିଲ୍ ପୈଠ ଉପରେ ୧% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ଅନେକ ବ୍ୟାଙ୍କ ଏବଂ କାର୍ଡ଼ କମ୍ପାନୀ ଏକ ନିର୍ଦ୍ଧାରିତ ଲିମିଟ୍ ପରେ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧% ଚାର୍ଜ ଲାଗୁ କରିସାରିଛନ୍ତି । ଜଣେ SBI କ୍ରେଡିଟ୍ କାର୍ଡ଼ଧାରୀ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ୟୁଟିଲିଟି ବିଲ୍ ପୈଠ କଲେ ୧% ଅତିରିକ୍ତ ଚାର୍ଜ ଲାଗିବ । ସେହିପରି ଜଣେ ୫୦ ହଜାର ଟଙ୍କାରୁ କମ୍ ୟୁଟିଲିଟି ବିଲ ପୈଠ କଲେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ । 

SBI ଏହାର ଶୌର୍ଯ୍ୟ/ପ୍ରତିରକ୍ଷା କ୍ରେଡିଟ୍ କାଡ୍ ବ୍ୟତୀତ ଅନ୍ୟ ସମସ୍ତ ଅସୁରକ୍ଷିତ କ୍ରେଡିଟ୍ କାର୍ଡ଼ର ଫାଇନାନ୍ସ ଚାର୍ଜରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଏହା ଉପରେ ୩.୭୫% ଫାଇନାନ୍ସ ଚାର୍ଜ ଲାଗୁ ହେବ । ଏହି ନିୟମ ନଭେମ୍ବର ୧, ୨୦୨୪ରୁ କାର୍ଯ୍ୟକାରୀ ହେବ । କହିରଖୁଛୁ ଅସୁରକ୍ଷିତ କ୍ରେଡିଟ୍ କାର୍ଡ଼ ହେଉଛି ଏପରି କ୍ରେଡିଟ୍ କାର୍ଡ଼ ଯେଉଁଥିପାଇଁ କୌଣସି ସିକ୍ୟୁରିଟି ଡିପୋଜିଟ୍ କିମ୍ବା କଲ୍ୟାଟେରାଲ ଦେବାକୁ ପଡ଼ିନଥାଏ । ଏଭଳି କ୍ରେଡିଟ୍ କାର୍ଡ଼ FD ବଦଳରେ ଦିଆଯାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

Sponsored
SBI shocked | Argus News