ଆସନ୍ତୁ ଜାଣିଵା କେଉଁ ନିୟମ ବଦଳିଛି

ଅର୍ଗସ ବ୍ୟୁରୋ :ଵଦଳିଲା କ୍ରେଡିଟ କାର୍ଡର ନିୟମ । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ ।ନୂଆ ଆର୍ଥିକ ବର୍ଷରେ ଅନେକ ନିୟମ ପରିବର୍ତ୍ତନ କରାଯିଵ । ଏସବିଆଇ, ୟସ୍ ଵ୍ୟାଙ୍କ,ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ମଧ୍ୟ ସେମାନଙ୍କ କ୍ରେଡିଟ କାର୍ଡ ସହ ଜଡିତ କିଛି ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ଯଦି ଆପଣ ଏହି ବ୍ୟାଙ୍କଗୁଡିକର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆସନ୍ତୁ ଜାଣିଵା ନୂଆ ନିୟମ ବିଷୟରେ ।
ଏସବିଆଇ ବ୍ୟାଙ୍କ
ଭାରତର ସଵୁଠୁ ଵଡ ବ୍ୟାଙ୍କ ଏସବିଆଇ ଏହାର କ୍ରେଡିଟ କାର୍ଡର ପୁରସ୍କାର ଉପରେ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ବ୍ୟାଙ୍କ ଦ୍ଵରା ପ୍ରଦାନ କରାଯାଉଥିଵା କ୍ରେଡିଟ୍ କାର୍ଡ ଉପରେ ପଏଣ୍ଟ ପାଇଁ ପିରସ୍କାର ଵନ୍ଦ ହୋଇଯିଵ ।ଏହି କାର୍ଡଗୁଡ଼ିକରେ AURUM, ଏସବିଆଇ କାର୍ଡ ଏଲିଟ୍ ଅନ୍ତର୍ଭୁକ୍ତ ।
ଆଇସିଆଇସିଆଇ ବ୍ୟାଙ୍କ
ଆଇସିଆଇସିଆଇ ବ୍ୟାଙ୍କ ତାର ଗ୍ରାହକ ମନଙ୍କର ବିମାନବନ୍ଦରରେ ରିଲାକ୍ସ୍ ରୁମ୍ ର ପ୍ରବେଶ ପାଇଁ ନିୟମ ପରିବର୍ତ୍ତନ କରିଛି। ଏପ୍ରିଲ୍ ୧ରୁ ଆରମ୍ଭ ହେଵ। ମାସରେ ଗ୍ରାହକଙ୍କୁ ସର୍ବନିମ୍ନ ୩୫୦୦୦ ଖର୍ଚ୍ଚ କରିବାକୁ ପଡିବ । ଏହା ପରେ ହିଁ ଆପଣ ପରବର୍ତ୍ତୀ ମାସ ପାଇଁ ବିମାନବନ୍ଦରରେ ରିଲାକ୍ସ୍ ରୁମ୍ ପ୍ରବେଶ ପାଇ ପାରିଵେ । ଏହି ନୂତନ ନିୟମଗୁଡିକ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ସହିତ କୋରାଲ କ୍ରେଡିଟ କାର୍ଡ ଗୁଡିକର ପରିଵତ୍ତନ କରାଯାଇଛି ।
📱 Get Argus News App
✨ୟସ୍ ବ୍ୟାଙ୍କ
ୟସ୍ ବ୍ୟାଙ୍କ ମଧ୍ୟ ନୂଆ ଆର୍ଥିକ ବର୍ଷର ଘରୋଇ ରିଲାକ୍ସ୍ ରୁମ୍ ପ୍ରବେଶ ସୁବିଧା ପ୍ରଦାନ ନୀତିରେ ପରିବର୍ତ୍ତନ ଆଣିଛି ।ସମସ୍ତ କ୍ରେଡିଟ କାର୍ଡ ଗ୍ରାହକଙ୍କୁ ଆସନ୍ତା ମାସରେ ରିଲାକ୍ସ୍ ରୁମ୍ ପ୍ରବେଶ ପାଇବାକୁ ଚଳିତ ମାସରେ ସର୍ବନିମ୍ନ ୧୦.୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପରିବର୍ତ୍ତନ ସମସ୍ତ କ୍ରେଡିଟ୍ କାର୍ଡ ପାଇଁ ହୋଇଛି । ଯାହା ଏର୍ପଲ୍ ୧ରୁ କାର୍ଯ୍ୟକାରୀ ହେଵ
ଆକ୍ସିସ୍ ବ୍ୟାଙ୍କ
ପୂରା ବାର୍ଷରେ କୌଣସି ରିହାତି ମିଳିବ ନାହିଁ ଆସନ୍ତା ମାସ ୨୦ ତାରିଖରୁ ଏହା କ୍ରେଡିଟ୍ କାର୍ଡର ପୁରସ୍କାର ଓ ରିଲାକ୍ସ୍ ରୁମ୍ ପ୍ରବେଶ ସମ୍ବନ୍ଧୀୟ ନିୟମକୁ ବଦଳାଇ ଦେଇଛି । ଏଥିସହ କାର୍ଡର ବାର୍ଷିକ ଶୁଳ୍କରେ ଛାଡକୁ ରଦ୍ଦ କରାଯାଇଛି। ବୀମା, ସୁନା ରେ ଖର୍ଚ୍ଚ ପାଇଁ ପୁରସ୍କାର ପଏଣ୍ଟ ଆଉ ଉପଲବ୍ଧ ହେବ ନାହିଁ । କେବଳ ଏତିକି ନୁହେଁ ଘରୋଇ ବିମାନବନ୍ଦରର ରିଲାକ୍ସ୍ ରୁମ୍ ପ୍ରବେଶ ମଧ୍ୟ ବ୍ୟାଙ୍କ ପରିବର୍ତ୍ତନ କରିବ। ଏହା ଅଧୀନରେ ଗ୍ରାହକଙ୍କୁ ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ ୫୦,୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।