|
logo
Live

Argus News - ଦିନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ SBIର ଡିଜିଟାଲ ସର୍ଭିସ ବନ୍ଦ ରହିବ

National

ଦିନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ SBIର ଡିଜିଟାଲ ସର୍ଭିସ ବନ୍ଦ ରହିବ

Ritu Das
Browse all articles by Ritu Das
·1 year ago·1 min read
ଦିନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ SBIର ଡିଜିଟାଲ ସର୍ଭିସ ବନ୍ଦ ରହିବ

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ, ଆଜି ପ୍ରାୟ ୩ ଘଣ୍ଟା ପାଇଁ ବ୍ୟାଙ୍କର ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ଆନୁଆଲ କ୍ଲୋଜିଂ ପାଇଁ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । କେତେ ଘଣ୍ଟା ବନ୍ଦ ରହିବ- SBI X ରେ ପୋଷ୍ଟ କରିଛି ଯେ କ୍ଲୋଜିଂ ଯୋଗୁଁ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ ।


ତଥାପି, ଗ୍ରାହକମାନେ UPI ଲାଇଟ୍ କିମ୍ବା ATM ସେବା ମାଧ୍ୟମରେ ଟଙ୍କା କାରବାର କରିପାରିବେ । ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି । ତେବେ କେତେକ ୟୁଜର୍ସ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ସକାଳ ଠାରୁ ୟୁପିଆଇ ପେମେଣ୍ଟରେ ସମସ୍ୟା ଦେଖାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଏସବିଆଇ ପକ୍ଷରୁ କେବଳେ 3 ଘଣ୍ଟା ବନ୍ଦ ରହିବା ନେଇ କୁହାଯାଇଛି । ୟୁପିଆଇ ଲାଇଟ୍ କଣ- UPI Lite ହେଉଛି NPCI ଦ୍ୱାରା ଛୋଟ କାରବାରକୁ ସହଜ ଏବଂ ଦ୍ରୁତ କରିବା ପାଇଁ ବିକଶିତ ଏକ ନୂତନ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ । ବିଶେଷ କଥା ହେଉଛି ଏହା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (UPI)ର ଏକ ଲାଇଟ ଭର୍ସନ । ଏହା ସାହାଯ୍ୟରେ, ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ ପେମେଣ୍ଟ କରାଯାଇପାରିବ।

Sponsored
ଦିନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ SBIର ଡିଜିଟାଲ ସର୍ଭିସ ବନ୍ଦ ରହିବ | Argus News