Videos
|
National

ଜୀବନ ବୀମା ପଲିସି କରିଥିଲେ ପଢ଼ି ନିଅନ୍ତୁ ଏହି ଖବର, ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଜୀବନ ବୀମା ପଲିସି କରିଥିଲେ ପଢ଼ି ନିଅନ୍ତୁ ଏହି ଖବର, ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

Key Points

ଜୀବନ ବୀମା ପଲିସି କରୁଥିବା ଲୋକଙ୍କୁ ସାବଧାନ କରାଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ପଲିସି ନେବା ବେଳେ ପ୍ରସ୍ତାବ ପତ୍ରରେ ପୂର୍ବରୁ ଥିବା ପଲିସି ବିଷୟରେ ତଥ୍ୟ ନ ଦେଲେ ଆପଣଙ୍କ କ୍ଲେମ୍ ଅଗ୍ରାହ୍ୟ ହୋଇପାରେ ।

ଲାଇଫ୍ ଇନ୍ସୁରାନ୍ସ ବା ଜୀବନ ବୀମା । ଆଜିକା ଦିନରେ ପ୍ରାୟ ପ୍ରତ୍ୟେକ ଲୋକ ଅନ୍ୟ ବୀମା ସହ ଜୀବନ ବୀମା ତ କରୁଛନ୍ତି । କିନ୍ତୁ ଅନେକ ସମୟରେ ସଠିକ୍ ସୂଚନା ନ ପାଇଁ ତଥ୍ୟ ବି ଲୁଚାଉଛନ୍ତି । ଆଉ ପରେ ହଇରାଣ ବି ହେଉଛନ୍ତି । ଜୀବନ ବୀମା ପଲିସି କରୁଥିବା ଲୋକଙ୍କୁ ସାବଧାନ କରାଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ପଲିସି ନେବା ବେଳେ ପ୍ରସ୍ତାବ ପତ୍ରରେ ପୂର୍ବରୁ ଥିବା ପଲିସି ବିଷୟରେ ତଥ୍ୟ ନ ଦେଲେ ଆପଣଙ୍କ କ୍ଲେମ୍ ଅଗ୍ରାହ୍ୟ ହୋଇପାରେ ।


ତେବେ ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି । ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ଆବେଦନକାରୀଙ୍କୁ ବୀମା ରାଶି ପ୍ରଦାନ କରି କ୍ଲେମ୍ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଷ୍ଟିସ୍ ବିବି ନାଗରତ୍ନା ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଜୀବନ ବୀମା ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି, 'ପୂର୍ଣ୍ଣତଃ ବୀମା ଏକ ବୈଧ ଅନୁବନ୍ଧ' । ଏଥିପାଇଁ ଆବେଦନକାରୀଙ୍କ ଏହା କର୍ତ୍ତବ୍ୟ ହେବା ଉଚିତ୍ ଯେ, ପଲିସି ନେବା ବେଳେ ସମସ୍ତ ତଥ୍ୟ ଦିଅନ୍ତୁ । ଯାହା ବୀମା କମ୍ପାନୀ ଲାଗି ଗୁରୁତ୍ଵପୂର୍ଣ୍ଣ ।


ଖଣ୍ଡପୀଠ କହିଛନ୍ତି, ପ୍ରସ୍ତାବ ପତ୍ରରେ ଦିଆ ଯାଇଥିବା ତଥ୍ୟକୁ ବୀମା ଅନୁବନ୍ଧ ଲାଗି ମହତ୍ତ୍ଵପୂର୍ଣ୍ଣ ବିବେଚନା କରାଯାଏ । ଏବଂ ବୀମା ପ୍ରସ୍ତାବ ବେଳେ ତଥ୍ୟ ନ ଦେଲେ କ୍ଲେମ୍ ବେଳେ ଅଗ୍ରାହ୍ୟ କରି ଦିଆଯାଇ ପାରେ । ତେବେ ଅଦାଲତ ଆହୁରି କହିଛନ୍ତି ଯେ, କୌଣସି ତଥ୍ୟର ବାସ୍ତବିକତା ନିର୍ଦ୍ଧାରଣ ମାମଲାରୁ ମାମଲାରେ ଭିନ୍ନ ହୋଇପାରେ ।


ଲାଇଭ୍ ଲ୍ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ମାମଲାରେ ଆବେଦନକାରୀ ମହାବୀର ଶର୍ମାଙ୍କ ପିତା ରାମକରଣ ଶର୍ମା ୨୦୧୪ ଜୁନ୍ ୯ରେ ଏକ୍ସାଇଡ୍ ଲାଇଫ ଇନ୍ସୁରାନ୍ସ କମ୍ପାନୀରେ ୨୫ ଲକ୍ଷର ଜୀବନ ବୀମା ପଲିସି କରିଥିଲେ । ତେବେ ବୀମା ନେବାର ବର୍ଷକ ପରେ ୨୦୧୫ ଅଗଷ୍ଟ ୧୯ରେ ଏକ ସଡ଼କ ଦୁର୍ଘଟଣାରେ ରାମକରଣଙ୍କ ମୃତ୍ୟୁ ହୋଇଥିଲା ।


ପିତାଙ୍କ ମୃତ୍ୟୁ ପରେ ପୁଅ ମହାବୀର ଏକ୍ସାଇଡ୍ ଲାଇଫ୍ ଇନ୍ସୁରାନ୍ସ କମ୍ପାନରେ ଏକ ପଲିସି କ୍ଲେମ୍ ଆବେଦନ କରିଥିଲେ । କିନ୍ତୁ କମ୍ପାନୀ ଆବେଦନ ଅଗ୍ରାହ୍ୟ କରି କହିଥିଲା ରାମକରଣ ପଲିସି ନେବା ବେଳେ ପୁରୁଣା ପଲିସି ତଥ୍ୟ ଲୁଚାଇଥିଲେ । ରାମକରଣଙ୍କ କେବଳ ଗୋଟିଏ ପଲିସି ତଥ୍ୟ ଦେଇଥିବା ବେଳେ ଅନ୍ୟ ପଲିସି ତଥ୍ୟ ଦେଇ ନଥିଲେ ।


କମ୍ପାନୀ କ୍ଲେମ୍ ଆବେଦନ ଖାରଜ କରିବା ପରେ ମହାବୀର ରାଜ୍ୟ ଓ ରାଷ୍ଟ୍ରୀୟ ଉପଭୋକ୍ତା ଆୟଗର ଦ୍ଵାରସ୍ଥ ହୋଇଥିଲେ । ସେଠାରେ ବି ନିରାଶ ହେବାକୁ ପଡ଼ିଥିଲା । ଏହା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ଯେଉଁଠି ଜଣା ପଡ଼ିଥିଲା କ୍ଲେମ୍ ବାବଦକୁ ୪୦ ଲକ୍ଷ ମିଳିବାକୁ ଥିବା ବେଳେ ବିବରଣୀ ଦିଆ ଯାଇନଥିବା ବୀମାର ମୂଲ୍ୟ ମାତ୍ର ୨.୩ ଲକ୍ଷ ଟଙ୍କା । ଏହାଛଡ଼ା ଏହା ମେଡିକ୍ଲେମ୍ ପଲିସି ହୋଇ ନଥିବା ଏବଂ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବାରୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ପକ୍ଷରେ ରାୟ ଦେଇ ବୀମା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

SC Explains When Can Life Insurance Claim Be Repudiated For Not Disclosing Other Existing Policies | Argus News