Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେନ୍ଦ୍ର ସରକାର ନେଇଛନ୍ତି ସଠିକ୍ ନିଷ୍ପତ୍ତି: ସୁପ୍ରିମକୋର୍ଟ

National

କେନ୍ଦ୍ର ସରକାର ନେଇଛନ୍ତି ସଠିକ୍ ନିଷ୍ପତ୍ତି: ସୁପ୍ରିମକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେନ୍ଦ୍ର ସରକାର ନେଇଛନ୍ତି ସଠିକ୍ ନିଷ୍ପତ୍ତି: ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ବିରୋଧୀଙ୍କୁ ପୁଣି ସୁପ୍ରିମ ଝଟକା । ଦୁଇ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। କହିଲେ ନିର୍ବାଚନ ପାଖେଇ ଆସୁଥିବାରୁ ସୃଷ୍ଟି ହୋଇପାରେ ଅଚଳାବସ୍ଥା। କେନ୍ଦ୍ର ସରକାର ନେଇଛନ୍ତି ସଠିକ୍ ନିଷ୍ପତ୍ତି। ସୁସ୍ଥ ଗାଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ନିରପେକ୍ଷ ନିଯୁକ୍ତିକୁ ବିବାଦୀୟ କରିବା ପାଇଁ କିଛି ଲୋକ କୋର୍ଟର ଆଶ୍ରୟ ନେଉଥିବାରୁ ଏଭଳି ଆବେଦନକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ଦର୍ଶାଇ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

୧୩୮ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ହେଉଛି। ଏହା ପଛରେ କୌଣସି ପକ୍ଷପାତିତା କିମ୍ବା ଗୁପ୍ତ ଉଦ୍ଦେଶ୍ୟ ନାହିଁ। ଏହି ନିଯୁକ୍ତି ପାଇଁ ପ୍ରଧାନ ବିଚାରପତିଙ୍କୁ କମିଟିରେ ସାମିଲ କରାଯିବାର କିଛି ଆବଶ୍ୟକ ନାହିଁ। କେବଳ ବିଭ୍ରାନ୍ତି ଓ ଅନର୍ଥକାରୀ ବୟାନ ଆଧାରରେ ରାଜନୈତିକ ବିବାଦ ସୃଷ୍ଟି କରିବାକୁ କିଛିଲୋକ ଯୋଜନାବଦ୍ଧ ପ୍ରୟାସ କରୁଛନ୍ତି ବୋଲି ସରକାର ଦର୍ଶାଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SC refuses to stay new procedure for appointment of Election Commissioners | Argus News