Nithari killings / ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସୁରେନ୍ଦ୍ର କୋଲିଙ୍କୁ ତୁରନ୍ତ ଜେଲ୍ରୁ ମୁକ୍ତି ଦିଅ !

Key Points
ସେଥିମଧ୍ୟରୁ ୧୨ଟି ମାମଲାରେ ସେ ପୂର୍ବରୁ ଖଲାସ ହୋଇସାରିଛନ୍ତି ।
ନିଠାରୀ କାଣ୍ଡର ସବୁଠାରୁ କୁଖ୍ୟାତ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କର କ୍ୟୁରେଟିଭ୍ ପିଟିସନ୍ ଗ୍ରହଣ କରି, ସୁପ୍ରିମକୋର୍ଟ ଶେଷ ଦଣ୍ଡାଦେଶକୁ ବାତିଲ କରି, ଜେଲ୍ରୁ ସମ୍ପୂର୍ଣ୍ଣ ଖଲାସ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲା ୨୦୦୫ ରୁ ୨୦୦୭ ମଧ୍ୟରେ ନୋଏଡ଼ାର ନିଠାରୀ ଅଞ୍ଚଳରେ ହୋଇଥିବା ଝିଅମାନଙ୍କ ଗଣହତ୍ୟା ସହିତ ଜଡ଼ିତ । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଦୀର୍ଘ ଦିନ ଧରି ଏହାକୁ ଚର୍ଚ୍ଚା ଚାଲିଥିଲା । ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।
ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ସେହି ୧୨ଟି ମାମଲାରୁ ଖଲାସ କରିଥିଲେ । ଶେଷରେ ଗୋଟିଏ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହି ମାମଲାରେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ୁଥିଲା । ଏବେ ସେହି ମାମଲାରୁ ମଧ୍ୟ ତାଙ୍କୁ ଖଲାସ କରାଯାଇଛି ।
ଏହି ମାମଲାରେ ରାୟ ପ୍ରକାଶ କରି, ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଗୋଟିଏ କେସ୍ରେ ସମାନ ତଥ୍ୟ ଓ ପ୍ରମାଣ ଆଧାରରେ ୧୨ଟି ମାମଲାରୁ ଜଣଙ୍କୁ ଖଲାସ କରାଯାଉଛି, ତେବେ ସେହି ଅଭିଯୁକ୍ତଙ୍କୁ ସେହି ସମାନ କେସ୍ ପାଇଁ ଆଉ ଗୋଟିଏ ମାମଲାରେ ଦଣ୍ଡ ଦେବା ନ୍ୟାୟ ବିରୁଦ୍ଧ ହେବ।
ସୁପ୍ରିମକୋର୍ଟ ୧୫ ବର୍ଷ ବୟସ୍କା ଝିଅର ବଳାତ୍କାର ଏବଂ ହତ୍ୟା ମାମଲାରେ କୋଲିଙ୍କ ବିରୁଦ୍ଧରେ ପ୍ରମାଣକୁ ଦୁର୍ବଳ ବୋଲି ବିବେଚନା କରି କହିଛନ୍ତି ଯେ ତାଙ୍କର ଦୋଷ ପ୍ରମାଣିତ ହୋଇପାରି ନାହିଁ। କୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଅନ୍ୟ କୌଣସି ମାମଲାରେ ଜେଲରେ ନଥାଆନ୍ତି।
କୋଲି ପ୍ରାୟ ୧୯ ବର୍ଷ ହେଲା ଜେଲରେ ବିତାଇ ସାରିଲେଣି । ତାଙ୍କର କ୍ୟୁରେଟିଭ୍ ପିଟିସନ୍କୁ ଓପନ କୋର୍ଟରେ ଶୁଣାଣି କରାଯାଇଥିଲା । ଯାହାକି ଖୁବ୍ ବିରଳ ବୋଲି କୁହାଯାଉଛି । ଅନେକ କ୍ଷେତ୍ରରେ ଏଭଳି କରାଯାଇନଥାଏ । କେତେ ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ କୋଲିଙ୍କ ବିରୋଧରେ ଥିବା ଶେଷ ମାମଲାରେ ବି ତାଙ୍କୁ ଖଲାସ କରାଯାଇଛି । ଏବେ ସେ ଜେଲ୍ରୁ ମୁକୁଳିବେ । ତାଙ୍କୁ ତୁରନ୍ତ ଜେଲ୍ରୁ ମୁକ୍ତି ଦିଆଯାଉ ବୋଲି କହିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ କ୍ୟୁରେଟିଭ୍ ପିଟିସନ୍ ହେଉଛି ବ୍ୟବସ୍ଥାଗତ ତ୍ରୁଟି ସଂଶୋଧନ ଏବଂ ନ୍ୟାୟ ସୁନିଶ୍ଚିତ କରିବାର ଶେଷ ସୁଯୋଗ।
Noida: SC overturns Surendra Koli’s death sentence in the Nithari murder case, orders his immediate release; the case dates back to 2006, when multiple children and young women’s skeletons were found near Moninder Singh Pandher’s house. Koli, the servant, had faced 16 death… pic.twitter.com/1ODyLvcoBe
— IANS (@ians_india) November 11, 2025
📱 Get Argus News App
✨Related Topics
Explore more stories