Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ଅର୍ଗସ ବ୍ୟୁରୋ: ସମ୍ବିଧାନର ଧାରା 370 ପରିବର୍ତନ କରି ଜାମ୍ମୁ କାଶ୍ମୀରରେ ସ୍ଵତନ୍ତ୍ର ମାନ୍ୟତା ହଟାଇବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଜାମ୍ମୁ କାଶ୍ମୀରରେ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଜାମୁକାଶ୍ମୀର ଓ ଲଦାଖରେ ପରିଣତ କରିଥିବା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରୁଥିବା ପିଟିସନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

16 ଦିନର ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିକୋର୍ଟ ନିଜର ରାୟ ସଂରକ୍ଷଣ ରଖିଥିଲେ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କୋର୍ଟର ଅନ୍ୟ ୪ ବିଚାରପତି ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ ସଂଜୀବ ଖାନା, ଜଷ୍ଟିସ ବି. ଆର ଗୱାଇ ଏବଂ ଜଷ୍ଟିସ  ସୂର୍ଯ୍ୟକାନ୍ତ ରହିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ । ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ମତ ରଖିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
SC verdict on abrogation of Article 370 | Argus News