ଜାଣନ୍ତି କି କୁଲର ପାଣି କୁଆଡେ ଯାଏ ?

ଅର୍ଗସ ବ୍ୟୁରୋ: ପ୍ରଥମ ଗରମରେ ଦୁଇଟି ଜିନିଷ ସାହାର ପାଲଟିଥାଏ। ଗୋଟିଏ ହେଲା ଏସି ଅନ୍ୟଟି କୁଲର। ଏସି ଏବଂ କୁଲରର ଗୋଟିଏ ହିଁ କାମ, ଯାହା ଥଣ୍ଡା ଦେବା। ଦୁଇଟି ଯାକ ରୁମକୁ ଥଣ୍ଡା ପ୍ରଦାନ କରିବା କାମ କରିଥାନ୍ତି। କିନ୍ତୁ ଦୁଇଟିଯାକ ବିପରିତ ପ୍ରକାରର କାମ କରିଥାଏ। ଗୋଟିଏରେ ତ ପାଣି ଦେବାକୁ ପଡିଥାଏ ଏବଂ ସେ କିଛି ସମୟ ପରେ ପାଣି କୁଆଡେ ପଳାଇଥାଏ। ଯଦି ଦେଖିବା ଗୋଟେରେ ପାଣି ନଦେଲେ ବି ପାଣି ବାହାରିଥରଏ। କେବେ ଆପଣ ଚିନ୍ତା କରିଛନ୍ତି କି ଏପରି କାହିଁକି ହୋଇଥାଏ ? କୁଲର ଏବଂ ଏସିର ପାଣି ପଛର ବୈଜ୍ଞାନିକ କାରଣ କଣ ରହିଛି।
କୁଲର ସିଷ୍ଟମ:
କୁଲର ପାଣି କୁଆଡେ ଯାଉଛି। ପ୍ରକୃତରେ କୁଲରେ ପାଣି ଭରି ହୋଇଥାଏ। ଏବଂ ପାଣିରେ ଲାଗିଥିବା ପମ୍ପ ପାଣିକୁ ଥଣ୍ଡା ପ୍ୟାଡ ଉପରେ ଢ଼ାଳିଥାଏ। ଯେଉଁଥିରେ ବାତାବରଣର ଗରମ ପବନ କୁଲରକୁ ଆସିଥାଏ। ପାଣି ବାଷ୍ପ ହୋଇ ଉଡିଥାଏ। ଏବଂ ପବନକୁ ଥଣ୍ଡା କରିଥାଏ। ଏହାପରେ ପଙ୍ଖା ସାହାଯ୍ୟରେ ଥଣ୍ଡା ପବନ ବାହାରକୁ ଆସିଥାଏ।
ଆସନ୍ତୁ ଜାଣିବା ପାଣି କୁଆଡେ ଯାଏ ?
ଯେମିତି ଆମେ ଆପଣଙ୍କୁ କହିଲୁଟେ, କୁଲର ବାଷ୍ପିକରଣ ମାଧ୍ୟମରେ ପବନକୁ ଥଣ୍ଡା କରିଥାଏ। ଏହି ବାଷ୍ପିକରଣରେ ପାଣି ନିଖୋଜ ହୋଇଯାଇଥାଏ। ଏହା ପବନରେ ଗ୍ୟାସ ହୋଇ ଚାଲିଯାଇଥାଏ ଏବଂ କୁଲରର ପାଣି ସରିଯାଇଥାଏ। ଏହି ଜଳର ଆର୍ଦ୍ରତା ବାୟୁକୁ ଥଣ୍ଡା କରିଥାଏ। ଏହା ବ୍ୟତିତ କିଛି ପାଣି ପବନ ସହ ଛୋଟ ଛୋଟ ବୁନ୍ଦା ହୋଇ ବାହାରକୁ ଚାଲିଆସିଥାଏ। ଆପଣ ନିଶ୍ଚୟ କୁଲର ସାମ୍ନାରେ ଏହା ଅନୁଭବ କରିଥିବେ।
📱 Get Argus News App
✨ଏସିର ପାଣି କୁଆଡେ ଯାଏ ?
ଏସି ରେଫ୍ରିଜରେଜେସନ୍ ମାଧ୍ୟମରେ ପାଣିକୁ ଥଣ୍ଡା କରିଥାଏ। ଏସି ଯେବେ ବାହାରର ପବନକୁ ଥଣ୍ଡା କରିଥାଏ, ତେବେ ଏହା ଆର୍ଦ୍ରତାକୁ ମଧ୍ୟ ବାହାର କରିଥାଏ। ଏହି ପ୍ରକ୍ରିୟାକୁ ସଂଘନନ କୁହାଯାଏ। ଏହାର ଅର୍ଥ ହେଉଛି ଯେ, ଯେକୌଣସି ଗ୍ୟାସରୁ ଦ୍ରବ୍ୟ ବାହାର କରିବା। ଏସି ଯେତେବେଳେ ରୁମକୁ ଥଣ୍ଡା କରିଥାଏ , ଏଥିରୁ ବାହାରୁଥିବା ବାୟୁ ଏସିରେ ଥିବା କଏଲ ସଂସ୍ପର୍ଶରେ ଆସିଥାଏ। ଏସିରେ ଏକ କଣ୍ଡନ୍ସର୍ ସହିତ ସଂଯୁକ୍ତ ଦୁଇଟି କଏଲ ସେଟ୍ ହୋଇଥାଏ। ଏହି ଦୁଇଟି ଗରମ ଏବଂ ଥଣ୍ଡା ହେବାର କାମ କରିଥାଏ। ଏମିତିରେ କଏଲ ସଂସ୍ପର୍ଶରେ ଯେବେ ବାୟୁ ଆସିଥାଏ ତେବେ ସେଥିରୁ ଆର୍ଦ୍ରତା ବାହାରିଥାଏ । ଏବଂ ପାଣିର ବୁନ୍ଦା ମାଧ୍ୟମରେ ଜମା ହୋଇଥାଏ। ଏହାସହ ଏକଜିଟ୍ ପଟେ ବାହାରିଯାଇଥାଏ। ଆପଣମାନେ ଅନୁଭବ କରିଥିବେ, ଯେବେ ବାୟୁରେ ଆର୍ଦ୍ରତା ଅଧିକ ହୋଇଥାଏ ତେବେ ପାଣି ଅଧିକ ବାହାରିଥାଏ। ଏହା ହୋଇଥାଏ କାରଣ। ଅଧିକ ଗରମ ଦିନେ ଏହା ଘଟେ ଏବଂ ଅଧିକ ପାଣି ବାହାରକୁ ଆସିଥାଏ।
ଅଧିକ ପଢ଼ନ୍ତୁ ଦେଶ ଖବର: