Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମହାଭାରତ କାଳରୁ ଜଡ଼ିତ ଏହି ଶିବ ମନ୍ଦିରର ରାଜ ଖୋଲିବାରେ ବିଜ୍ଞାନ ବିଫଳ, ପ୍ରଥମେ ପୂଜା କରନ୍ତି ଅଶ୍ଵତ୍ଥାମା

National

ମହାଭାରତ କାଳରୁ ଜଡ଼ିତ ଏହି ଶିବ ମନ୍ଦିରର ରାଜ ଖୋଲିବାରେ ବିଜ୍ଞାନ ବିଫଳ, ପ୍ରଥମେ ପୂଜା କରନ୍ତି ଅଶ୍ଵତ୍ଥାମା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମହାଭାରତ କାଳରୁ ଜଡ଼ିତ ଏହି ଶିବ ମନ୍ଦିରର ରାଜ ଖୋଲିବାରେ ବିଜ୍ଞାନ ବିଫଳ, ପ୍ରଥମେ ପୂଜା କରନ୍ତି ଅଶ୍ଵତ୍ଥାମା

Key Points

କାନପୁରର ଗଙ୍ଗା ନଦୀ କୂଳରେ ରହିଛି ଖେରେଶ୍ଵର ମହାଦେବ ମନ୍ଦିର । ବିଶ୍ଵାସ ରହିଛି, ମହାଭାରତ ସମୟରୁ ଆଜି ଯାଏଁ ପ୍ରତିଦିନ ପ୍ରଥମେ ଅଶ୍ଵତ୍ଥାମା ଆସି ପୂଜା କରନ୍ତି ଏହି ମନ୍ଦିରରେ ।

ଭାରତରେ ଅନେକ ପ୍ରାଚୀନ ଶିବ ମନ୍ଦିର ରହିଛି । ଆଉ ଅନେକ ମନ୍ଦିର ରହିଛି ପୌରାଣିକ ଯୁଗରୁ । ସେଭଳି ଏକ ମନ୍ଦିର ହେଉଛି ୟୁପି କାନପୁରରେ ଥିବା ଖେରେଶ୍ଵର ମନ୍ଦିର । ଯାହାର ଇତିହାସ ମହାଭାରତ ସହ ଜଡ଼ିତ । କାନପୁର ସହର ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଶିବରାଜପୁରରେ ରହିଛି ଖେରେଶ୍ଵର ମନ୍ଦିର ।


କାନପୁରର ଗଙ୍ଗା ନଦୀ କୂଳରେ ରହିଛି ଖେରେଶ୍ଵର ମହାଦେବ ମନ୍ଦିର । ବିଶ୍ଵାସ ରହିଛି, ମହାଭାରତ ସମୟରୁ ଆଜି ଯାଏଁ ପ୍ରତିଦିନ ପ୍ରଥମେ ଅଶ୍ଵତ୍ଥାମା ଆସି ପୂଜା କରନ୍ତି ଏହି ମନ୍ଦିରରେ । ମନ୍ଦିରର କପାଟ ଖୋଲିବା ପୂର୍ବରୁ ହିଁ ଶିବଲିଙ୍ଗରେ ଅଦ୍ଭୂତ ଫୁଲ ଓ ଅନ୍ୟ ପୂଜା ସାମଗ୍ରୀ ଚଢ଼ା ଯାଇଥାଏ । ଆଉ ଆଜି ମହାଶିବରାତ୍ରୀରେ ଖେରେଶ୍ଵର ମନ୍ଦିରରେ ଲାଗିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ।


ବିଶେଷଜ୍ଞଙ୍କ ଅନୁସାରେ, ଏହି ମନ୍ଦିର ପ୍ରାୟ ୫୦୦୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିରର ସ୍ଥାପନା ମହାଭାରତ ସମୟରେ ହୋଇଥିଲା । ବିଶ୍ଵାସ ରହିଛି ଯେ, ଏବେ ବି ପ୍ରତିଦିନ ଅଶ୍ଵତ୍ଥାମା ସକାଳେ ପ୍ରଥମେ ମନ୍ଦିର ଆସି ପୂଜାର୍ଚ୍ଚନା କରିଥାଆନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ରାଜ୍ ଖୋଲିବା ପାଇଁ ମନ୍ଦିରରେ କ୍ୟାମେରା ବି ଲଗା ଯାଇଥିଲା । ଏପରିକି ଏହି ରହସ୍ୟ ଖୋଜିବାରେ ବିଜ୍ଞାନ ବି ବିଫଳ ହୋଇଛି । କାରଣ ବ୍ରହ୍ମ ମୁହୂର୍ତ୍ତରେ ହିଁ ମନ୍ଦିର କପାଟ ଖୋଲିବା ପୂର୍ବରୁ ଶିବ ଲିଙ୍ଗ ପୂଜାର୍ଚ୍ଚନା ହୋଇଥିବା ଦେଖିବାକୁ ମିଳେ । ଶିବଲିଙ୍ଗରେ ଅଜଣା ଫୁଲ ଅର୍ପଣ ହୋଇଥିବା ବେଳେ ଚନ୍ଦନ ଓ ଧୂପ ଦିଆ ଯାଇଥାଏ । କିନ୍ତୁ, ଏ ଚମତ୍କାର କିଭଳି ହୁଏ ଏହା ଆଜି ଯାଏଁ କେହି ଦେଖି ନାହାନ୍ତି ।


ଖେରେଶ୍ଵର ମନ୍ଦିର ନିକଟରେ ଏକ ବହୁ ପୁରୁଣା ପୋଖରି ମଧ୍ୟ ରହିଛି । ବିଶ୍ଵାସ ଅଛି, ଉକ୍ତ ପୋଖରିରେ ସ୍ନାନ କଲେ କୁଷ୍ଠ ରୋଗ ଏବଂ ତ୍ଵଚା ସମ୍ପର୍କିତ ରୋଗ ଭଲ ହୋଇଯାଏ ।

Argus Whatsapp Channel Mobile Top
Sponsored
Science Failed To Solve Mystery Of Khereshwar Temple Maha Shivratri | Argus News