Domestic Violence / ସ୍କୁଟର ଦେବାକୁ ମନା କରିବାରୁ ପେଟ୍ରୋଲ ଢାଳି ସ୍ତ୍ରୀ ସହ ଶାଶୂ-ଶ୍ବଶୁରଙ୍କୁ ଜାଳିଦେଲା
·1 month ago·2 min read

Key Points
କର୍ଣ୍ଣାଟକରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି
ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ
ସାମାନ୍ୟ ଗାଡ଼ି ଦେବାକୁ ମନା କରିବାରୁ ଶାଶୂ-ଶ୍ବଶୁରଙ୍କ ସହ ପତ୍ନୀକୁ ଜାଳିଦେଇଛି ଜ୍ବାଇଁ

କର୍ଣ୍ଣାଟକରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ସାମାନ୍ୟ ଗାଡ଼ି ଦେବାକୁ ମନା କରିବାରୁ ଶାଶୂ-ଶ୍ବଶୁରଙ୍କ ସହ ପତ୍ନୀକୁ ପେଟ୍ରୋଲ ଢାଳି ଜାଳିଦେଇଛି ଜ୍ବାଇଁ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଦୁଇ ଚକିଆ ଗାଡି ପାଇଁ ବିବାଦ ପରେ ଜଣେ ଯୁବକ ତାଙ୍କ ମହିଳା ସାଥୀ ଏବଂ ତାଙ୍କ ପିତାମାତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତିନିଜଣ ଗୁରୁତର ଭାବରେ ପୋଡ଼ି ହୋଇଯାଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ହାଜତକୁ ପଠାଇଛି।
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ନନ୍ଦିନୀ ଲେଆଉଟର ବାସିନ୍ଦା 32 ବର୍ଷୀୟ ପାଣ୍ଡୁରଙ୍ଗା ବୋଲି ଚିହ୍ନଟ ହୋଇଛି। ଆହତ ମହିଳାଙ୍କ ନାମ ସୁମଲତା, ଯିଏ ତାଙ୍କ ପରିବାରର ପ୍ରତିପୋଷଣ କରନ୍ତି। ଏଭଳି ନାରକୀୟ କାଣ୍ଡ ବେଙ୍ଗାଲୁରୁର ତାରାବନହଲ୍ଲୀ ଅଞ୍ଚଳରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ପାଣ୍ଡୁରଙ୍ଗା ରବିବାର ଦିନ ସୁମଲତାଙ୍କ ଘରେ ପହଞ୍ଚି ସ୍କୁଟର ମାଗିଥିଲେ। ସୁମଲତା ସିଧା ମନା କରିଦେଇଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁମଲତାଙ୍କ ବାପାମା' ଏହି କଳିରେ ହସ୍ତକ୍ଷେପ କରିଥିଲେ। ପରେ ବିବାଦ ଆହୁରି ବଢ଼ିଯାଇଥିଲା। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କାହିଁକି ପଶିଲେ ବୋଲି ଅଭିଯୁକ୍ତ ଜ୍ବାଇଁ ଶାଶୂ-ଶ୍ବଶୁରଙ୍କ ଉପରେ ରାଗିଯାଇଥିଲା। ଏମିତି ରାଗିଥିଲା ଯେ, ସମସ୍ତଙ୍କୁ ମାରିଦେବି ବୋଲି ବାରମ୍ବାର କହୁଥିଲା।
ପୋଲିସ କହିଛି ଯେ କ୍ରୋଧରେ ଅଭିଯୁକ୍ତ ଜଣକ ସାଥିରେ ଆଣିଥିବା ଏକ ବୋତଲରୁ ପେଟ୍ରୋଲ ନେଇ ସୁମଲତା ଏବଂ ତାଙ୍କ ପିତାମାତାଙ୍କ ଉପରେ ଢାଳି ଦେଇଥିଲେ। କେହି କିଛି ବୁଝିବା ଶୁଝିବା ପୂର୍ବରୁ ସେ ତିନି ଜଣଙ୍କୁ ନିଆଁ ଲଗାଇ ଦେଇଥିଲେ। ଅପରାଧ ଘଟାଇବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାାଇଥିଲେ। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଘରୁ ନିଆଁ ଏବଂ ଚିତ୍କାର ଶୁଣି ପଡ଼ୋଶୀମାନେ ସାଙ୍ଗେ ସାଙ୍ଗେ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଗୁରୁତର ଭାବେ ପୋଡ଼ି ହୋଇଯାଇଥିବା ତିନି ଜଣଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେମାନଙ୍କର ଏବେବି ଚିକିତ୍ସା ଚାଲିଛି। ପରେ ପୋଲିସ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଏଥିସହ ପଢ଼ନ୍ତୁ: ବେଶ୍ୟାବୃତ୍ତି ପାଇଁ ବାଧ୍ୟ କଲେ ଶାଶୂଘର ଲୋକେ; ଜୀବନ ହାରିଲେ ମହିଳା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories