ମାଟି ତଳୁ ଜୀବନ ସନ୍ଧାନରେ ସନ୍ଧାନୀ କୁକୁର

ନୂଆଦିଲ୍ଲୀ: କେରଳର ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନକୁ 4 ଦିନ ବିତିଲାଣି। ୟା ଭିତରେ ସେଠୁ ଆସିଛି ବଡ଼ ଆଶାର ଖବର। ଆଜି 4 ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ମାଟି ତଳେ କାଳେ ଆଉ କେଉଁ ଜୀବନ ଫସିଥିବ ସେମାନଙ୍କୁ ଖୋଜିବା କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଉଦ୍ଧାରକାରୀ ଦଳ। ସନ୍ଧାନୀ କୁକୁରଙ୍କର ସାହାଯ୍ୟ ନିଆଯାଉଛି। ୟା ଭିତରେ ଗ୍ରାଉଣ୍ଡଜିରୋରେ ପହଞ୍ଚିଛି ଅର୍ଗସ୍ ଟିମ। ସେପଟେ ୱାୟନାଡ଼ରେ ନିଖୋଜ ହୋଇଥିବା ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏବେବି କୌଣସି ଖୋଜ୍ ଖବର ମିଳିନାହିଁ। କେରଳ ଓ୍ବାଇନାଡରେ ହୃଦୟ ବିଦାରକ ଲ୍ୟାଣ୍ଡସ୍ଲାଇଡ ପରେ ଏବେ ମାଟି ତଳୁ ଜୀବନ ଖୋଜା ଚାଲିଛି । ଉଦ୍ଧାରକାରୀ ଦଳ ଏହି କୁକୁର ସାହାଯ୍ୟରେ କାଳେ ମାଟି ତଳେ କେହି ଚାପି ହୋଇ ରହିଯାଇଥିବ ତାର ସନ୍ଧାନ କରୁଛନ୍ତି । ରଖେ ହରି ତ ମାରେ କିଏ । ବିପର୍ଯ୍ୟୟର 4 ଦିନ ପରେ ମାଟି ତଳୁ 4ଜଣଙ୍କୁ ଉଦ୍ଧାର କରାଯାଇଛି । କେରଳ ଲ୍ୟାଣ୍ଡସ୍ଲାଇଡ଼ରେ ଓଡିଶା ସମେତ ତାମିଲନାଡୁ, କେରଳର ସର୍ବାଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରାୟ 300 ଲୋକ ମେଡିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । 355 ନିଖୋଜ ଥିବା ସରକାରୀ ସୂତ୍ରରୁ ଜଣା ପଡିଛି । 300 ରୁ ଅଧିକ ମୃତ୍ୟୁ ବରଣ କରୁଥିବା ସୂଚନା ମିଳିଛି..। ଅନେକ ଏବେବି ମାଟି ଅତଡା ତଳେ ଫଶି ରହିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ଓଡିଶାର ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ମୃତଦେହ ଚିହ୍ନଟ ହେବାପରେ ଓଡିଶା ଆସିବା ପାଇଁ ବ୍ୟବସ୍ଥା ହେଉଛି । ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶନୀ ପାଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ଆସନ୍ତାକାଲି ଡାକ୍ତର ତାଙ୍କୁ ଘରକୁ ଛାଡିବେ । ଡାକ୍ତର ସ୍ବାଧୀନ ପଣ୍ଡାଙ୍କ କୌଣସି ପତ୍ତା ଏବେବି ମିଳି ନାହିଁ । ନିଖୋଜ ଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ପତ୍ନୀଙ୍କର ଭେଣ୍ଟିଲେଟରରେ ଚିକିତ୍ସା ଜାରି ରହିଛି । ସ୍ବାଧୀନ ପଣ୍ଡା ଏମାନଙ୍କ ମଧ୍ୟରେ ସିନିଅର ହୋଇଥିବା ବେଳେ ତାଙ୍କରି ନେତୃତ୍ବରେ ବୁଲିବାକୁ ଆସିଥିଲେ ଏହି 4ଜଣ । ଆଉ ଘଟିଗଲା ଏମିତି ଅଘଟଣ । ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ହେଲି କପ୍ଟର । ଖାଲି ସେତିକି ନୁହେଁ ଭାରତୀୟ ସେନାର ମାଡ୍ରାସ ଇଞ୍ଜିନିୟରିଂ ଗୃପ ଏହି ବ୍ରିଜ ନିର୍ମାଣ କରିଛନ୍ତି । 190 ଫୁଟ ଲମ୍ବ ଏହି ବ୍ରିଜ ସମ୍ପର୍କ ସ୍ଥାପନ କରିଛି ମୁଣ୍ଡାକାଇ ଏବଂ ଚୋରଲମାଲ ମଧ୍ୟରେ ଯାହାକି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଅଂଚଳ । ଏହି ବ୍ରିଜ ଫଳରେ ବଡ ବଡ ମେସିନ ଘଟଣା ସ୍ଥଳକୁ ଯାଇପାରୁଛି । ଭାରତୀୟ ସେନା, ଏନଡିଆରଏଫ, ସ୍ଥାନୀୟ ଜରୁରୀ କାଳିନ ସେବା ପ୍ରଦାନ କରି ସଂସ୍ଥା ପ୍ରତିକୂଳ ପରିସ୍ଥିତିରେ ଲାଗି ପଡିଛନ୍ତି ଉଦ୍ଧାର କାର୍ଯ୍ୟରେ ।
ଅଧିକ ପଢନ୍ତୁ ଭାରତ ଖବର