Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜୋରଦାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜୋରଦାର

Key Points

ଡରିଲା ଆତଙ୍କିସ୍ତାନ- ଆକ୍ସନ୍ ମୋଡରେ ହିନ୍ଦୁସ୍ତାନ
ଘରିଛି ସର୍ଜିକାଲର ଡର- ଭୟରେ ଆତଙ୍କବାଦୀ ଥରହର
ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜୋରଦାର
ବିସ୍ଫୋରଣରେ ଉଡ଼ାଇଦିଆଗଲା ଦୁଇ ଆତଙ୍କବାଦୀଙ୍କ ଘର
ବନ୍ଦିପୁରାରେ ଏନକାଉଣ୍ଟରରେ ଟଳିଲା ଲସ୍କର କମାଣ୍ଡର
ଭାରତର ଜଳ ପ୍ରହାର ପରେ ପାକିସ୍ତାନରେ ହାହାକାର

ପହଲଗାଓଁ ନରସଂହାର ପରେ ଦିଲ୍ଲୀରୁ ଶ୍ରୀନଗର ଯାଏ ପୂରା ଆକ୍ସନରେ ସେନା ଓ ସରକାର। ଗୋଟେ ପଟେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବେଠକ। ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲଙ୍କ ମଧ୍ୟ ଯୋଗେ ଦେଇଥିଲେ। ସେପଟେ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶ୍ରୀନଗରରେ ପହଞ୍ଚିଛି ସେନାର ଅପରେସନର କରିଛନ୍ତି ସମୀକ୍ଷା। ସେ ଉପ ରାଜ୍ୟପାଳ ମନୋଜ ସିହ୍ନା ଓ ଅନ୍ୟ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆର୍ମି ଚିଫ୍ ନିଜେ ଉଦ୍ଧମପୁର ଯାଇ ସେଠାରେ ସେନା ପକ୍ଷରୁ ଚାଲିଥିବା ବଡ଼ ଅପରେସନର ତଦାରଖ କରିଛନ୍ତି।

ସେପଟେ ଆତଙ୍କବାଦୀଙ୍କ ବିରୋଧରେ ଏକ କଡ଼ା ଆକ୍ସନ ସ୍ବରୂପ ସେମାନଙ୍କ ଘରକୁ ଆଇଇଡି ବ୍ଲାଷ୍ଟ କରି ଉଡାଇଦିଆଯାଇଛି। ଗୋଟିଏ ପଟେ ଜମ୍ମୁ କାଶ୍ମୀର ବିଜବେହାରାରେ ଆତଙ୍କବାଦୀ ଆଦିଲର ଘର ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ତ ସେପଟେ ତ୍ରାଲରେ ଆତଙ୍କବାଦୀ ଆସିଫ ଶେଖର ଘରକୁ ଆଇଡି ବ୍ଲାଷ୍ଟ କରି ଉଡାଇ ଦିଆଯାଇଛି। ଦୁଇ ଆତଙ୍କବାଦୀ ପହଲଗାଓଁ ନରସଂହାରରେ ଥିଲେ ସାମିଲ। ଆସିଫ ପାକିସ୍ତାନ ଯାଇ ଆତଙ୍କବାଦ ତାଲିମ ନେଇଥିଲା ଏହାପରେ କାଶ୍ମୀର ଫେରି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା । ତା ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ପହଲଗାଓଁ ନରସଂହାରରେ ସାମିଲ ଆତଙ୍କାବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଦିନ ରାତି ଏକ କରିଦେଇଛନ୍ତି। ବିଭିନ୍ନ ସ୍ଥାନରେ ସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଆତଙ୍କବାଦୀଙ୍କ ଗତିବିଧି ଜାଣିବା ଲାଗି ଆକାଶରେ ହେଲିକପ୍ଟରଲଗାତାର ପଇଁତରା ମାରୁଛି। ସେପଟେ କାଳ କାହାଘରେ ଆତଙ୍କବାଦୀ ଆଶ୍ରୟ ନେଇଥିବେ ସେଥିପାଇଁ ସେନାର ଯବାନ ଘର ଘର ଯାଇ ସର୍ଚ୍ଚ କରୁଛନ୍ତି।

ଏହାମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଲସ୍କର ଇଏ ତୋଇବାର ଟପ୍ କମାଣ୍ଡର ଅଲତାଫ୍‌ ଲଲ୍ଲି। ବାନ୍ଦିପୁରାରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଅଲତାଫ୍ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏଥିରେ ଲଲ୍ଲିକୁ ମାରିଗଡ଼ାଇଛନ୍ତି ସୁରକ୍ଷାକର୍ମୀ। ତାଠାରୁ ଏକ ଏ.କେ ୪୭ ରାଇଫଲ ଜବତ କରାଯାଇଛି। ଏଥିରେ ପୋଲିସର ଦୁଇଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ସେପଟେ ଉଦ୍ଧମପୁରରେ ଗତ ୨୪ ଘଣ୍ଟା ଧରି ଆତଙ୍କାବୀଦ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏଠାକାର ବସନ୍ତଗଡ଼ ଅଞ୍ଚଳରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଯେଉଁଥିରେ ଜଣେ ଜବାନ ସହିଦ ହୋଇଛନ୍ତି ଅପରେସନ୍ ଏବେବି ଜାରି ରହିଛି। ପୁଞ୍ଚର ଲାସନା ଜଙ୍ଗଲରେ ବି ଆର୍ମି ପକ୍ଷରୁ ଯୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସେପଟେ ସିନ୍ଧୁ ଜଳ ଚୁକ୍ତି ସମାପ୍ତ କରିବା ନେଇ ଭାରତର ଘୋଷଣା ପରେ ପାକିସ୍ତାନରେ ଏବେଠାରୁ ଆରମ୍ଭ ହୋଇଗଲାଣି ପାଣି ପାଇଁ ହାହାକାର। ଭାରତର ଆକ୍ସନ ପରେ ପାକିସ୍ତାନରେ ନିର୍ମାଣଧୀନ ୬ ଟି କେନାଲର ନିର୍ମାଣ କାମ ବନ୍ଦ କରିଦିଆଯାଇଛି। ଏହି କେନାଲଗୁଡ଼ିକ ସିନ୍ଧୁ ନଦୀ ଜଳରେ ବନାଯାଉଥିଲା। ଏହାଫଳରେ ପାକିସ୍ତାନକୁ ଲାଗିଛି ଯୋରଦାର ଝଟକା। ଏ ସମସ୍ତ ଆକ୍ସନ ପ୍ରମାଣିତ କରୁଛି ପହଲଗାଓଁ ନରସଂହାରର ପ୍ରତିଶୋଧ ନେବାକୁ କେତେ ତତ୍ପର ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
search-operation-intensified-to-arrest-terrorist | Argus News