ସଂସଦରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ , ସରଗରମ ରହିବ ଗୃହ

Key Points
ଦ୍ବିତୀୟ ଦିନରେ ସରଗରମ ହେବ ଗୃହ
ଆଜି ସଂସଦରେ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ
ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ପାଇଁ ୧୬ ଘଣ୍ଟା ଆଲୋଚନା
ଆଜି ସଂସଦରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ । ଅପରେସନ ସିନ୍ଦୂର ଉପରେ ଉଭୟ ସଦନରେ ଚର୍ଚ୍ଚା ନେଇ ବିଜନେସ ଆଡଭାଇଜରୀ କମିଟି ବୈଠକରେ ନିଷ୍ପତି ହୋଇଥିବା ଜଣାପଡ଼ିଛି। ଏଥିରେ ଲୋକସଭାରେ ଆଲୋଚନା ପାଇଁ ୧୬ ଘଣ୍ଟା ଏବଂ ରାଜ୍ୟସଭାରେ ଚର୍ଚ୍ଚ ପାଇଁ ୯ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ସେହପରି ଇନକମ୍ ଟାକ୍ସ ବିଲ ଉପରେ ଆଲୋଚନା ପାଇଁ ୧୨ଘଣ୍ଟା ସମୟ ସ୍ଥିର କରିଛି ବିଜନେସ ଆଡଭାଇଜରୀ କମିଟି।
ତା ସହିତ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନର ସଫଳତା ନେଇ ବି ହେବ ସଂସଦରେ ଆଲୋଚନା ହେବ । ସୋମବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ଲୋକସଭାରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ଅନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ଏହାପରେ ସଂସଦକୁ ବାରମ୍ୱାର ମୁଲତବି ଘୋଷଣା କରାଯାଇଥିଲା ।