Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ

Smruti Parija
Browse all articles by Smruti Parija
·1 year ago·2 min read
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ

Key Points

  • ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
  • ଚର୍ଚ୍ଚାରେ ସାମିଲ ହେଲେ ସାହିତ୍ୟିକ, କଣ୍ଟେଣ୍ଟ୍ କ୍ରିଏଟର୍ସ
  • ସାରସ୍ୱତ ସମାବେଶରେ କବି, ଲେଖକଙ୍କ ସହ ଗବେଷକଙ୍କ ଯୋଗଦାନ
  • ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍
  • ନୃତ୍ୟ ଓ ସଂଗୀତରେ କମ୍ପୁଛି ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସର

ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ ।  ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାବେଶରେ ଏକାଠି ହେଲେ ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରସ,  ସୋସିଆଲ ମିଡିଆ ଇନଫ୍ଲୁଏନ୍ସ । ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ସହ ଜାତୀୟ  ଶିକ୍ଷା  ନୀତି ଉପରେ ହୋଇଛି ଚର୍ଚ୍ଚା । ଦିଲ୍ଲୀରେ ଦେଖବାକୁ ମିଳିଛି ଓଡ଼ିଆ ସମାଜର ଓଡିଶା ପର୍ବ ପରିକଳ୍ପନାର ସଫଳତା । କାର୍ଯ୍ୟକ୍ରମରେ ଓଡ଼ଆ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବା ସହ ସମ୍ମାନିତ କରିବା ପାଇଁ ପଂହଁଚିଥିଲେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦେଶକ ଚିତରଂଜନ ତ୍ରିପାଠୀ। ସୋସିଆଲ ମିଡିଆର କଣ୍ଟେଣ୍ଟ ଓଡିଶାକୁ ବିଭିନ୍ନ ସ୍ଥାନରେ ପରିଚିତ କରିପାରୁଛି ତେଣୁ ସମସ୍ତେ ନିଜ ନିଜ ପ୍ରତିଭା ମାଧ୍ୟମରେ ରାଜ୍ୟକୁ ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ମତ ରଖିଛନ୍ତି ଇନଫ୍ଲୁଏନ୍ସର। 

ଦ୍ୱିତୀୟ ଦିନରେ ୨ୟ ସେସନରେ ବେଶ ଗହଳି ଦେଖିବାକୁ ମିଳିଥିଲା। ସାରସ୍ୱତ ସମାବେଶରେ ଯୋଗ ଦେଇଥିଲେ ବହୁ ବିଶିଷ୍ଟ ଲେଖିକା, ସହିତ୍ୟକାରୀ, ଭାଷାପ୍ରେମୀ, ସଂସ୍କୃତି ଗବେଷକ ବୁଦ୍ଧିଜୀବୀ। ସାରସ୍ୱତ ସମାବେଶର ଅଧକ୍ଷତା କରିଥିଲେ ଲେଖିକା ଡ଼ଃ ପ୍ରତିଭା ରାୟ। ଜାତୀୟ ଶିକ୍ଷାନୀତି, ଓଡ଼ିଶାର ସାହିତ୍ୟ, ପୁସ୍ତକ, ଅନେକ ଲେଖକ ମାନଙ୍କ ରଚିୟତ ବିଭିନ୍ନ ବହି ଓଡିଶା ପାଇଁ ଯେ କେତେ ଜରୁରୀ ସେ ନେଇ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ହୋଇଥିଲା।  ପ୍ରାଥମିକ ଶିକ୍ଷାରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଇଛି ଜାତୀୟ ଶିକ୍ଷାନୀତି। ଯାହା ପିଲାମାନଙ୍କୁ ନିଜର ଆଞ୍ଚଳିକ ଭାଷା ପାଇଁ ଥିବା ଆଗ୍ରହକୁ ବଢ଼ାଉଛି ଏବଂ ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ ହେଉଛି ବୋଲି କହିଥିଲେ ଅନେକ ସାହିତ୍ୟିକ ଓ ଗବେଷକ। 

ଶୀତୁଆ ରାତିରେ ଦିଲ୍ଲୀ ଦରବାରରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶାର ଲୋକପ୍ରିୟ କଳାକାରଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହୁଛି । ଆସନ୍ତାକାଲି ଶେଷ ଦିନରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିପାଇଁ ହୋଇଛି ବ୍ୟାପକ ଆୟୋଜନ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
second-day-of-odisha-parba | Argus News