Second Lunar Eclipse / ଆସନ୍ତା କାଲି ଦ୍ୱିତୀୟ ଚନ୍ଦ୍ରଗ୍ରହଣ, ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଦେଖାଯିବ ଏହି ଚନ୍ଦ୍ରଗ୍ରହଣ?
·3 weeks ago·2 min read

Key Points
ଆସନ୍ତା କାଲି ୨୦୨୬ର ଦ୍ୱିତୀୟ ଚନ୍ଦ୍ରଗ୍ରହଣ
ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି
ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଦେଖାଯିବ ଏହି ଚନ୍ଦ୍ରଗ୍ରହଣ?

ଭୁବନେଶ୍ବର,୨୭/୦୮: ସୌରମଣ୍ଡଳରେ ଗ୍ରହଣ ଏକ ସ୍ୱର୍ଗୀୟ ଘଟଣା ହୋଇଥିଲେ ମଧ୍ୟ, ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। ଏହାର ପ୍ରଭାବ ବ୍ୟକ୍ତିର ଜୀବନ, ମନ ଏବଂ ଭାବନା ସହିତ ମଧ୍ୟ ଜଡିତ। ଶାସ୍ତ୍ରରେ କୁହାଯାଇଛି ଯେ ଗ୍ରହଣ ସମୟରେ ମନ୍ତ୍ର ଜପ, ଆଧ୍ୟାତ୍ମିକ ଅଭ୍ୟାସ ଏବଂ କିଛି ପ୍ରତିକାର ଅଭ୍ୟାସ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହଣର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ।
ଆସନ୍ତା କାଲି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ବିଶେଷ ସ୍ଥିତିରେ ଆସିଲେ ଗ୍ରହଣ ଘଟିଥାଏ। ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଏବଂ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଥାଏ। ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ହିଁ ଘଟିଥାଏ।
ପୃଥିବୀର ଛାୟାର ଦୁଇଟି ଅଂଶ ରହିଛି-ଉପଛାୟା ଓ ମୁଖ୍ୟ ଛାୟା। ଉପଛାୟା ତୁଳନାମୂଳକ ଭାବେ ଫିକା ହୋଇଥିବାରୁ ଏହାକୁ ଖାଲି ଆଖିରେ ଚିହ୍ନଟ କରିବା କଷ୍ଟକର। ଅନ୍ୟପଟେ, ମୁଖ୍ୟ ଛାୟା ଅପେକ୍ଷାକୃତ ଗାଢ଼ ହୋଇଥାଏ ଏବଂ ଏଥିରେ ଚନ୍ଦ୍ର ପ୍ରବେଶ କଲେ ଗ୍ରହଣର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଏ।
ପଢନ୍ତୁ ଏହି ଖବର: ସମସ୍ୟାରୁ ମୁକ୍ତି ପାଇବେ ଏହି ରାଶି, ଆର୍ଥିକ ଲାଭ ସହ ସୁଖରେ କାଟିବେ ଦିନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା କାଲି ଭାରତୀୟ ସମୟ ଅନୁସାରେ ସକାଳ ୬ଟା ୫୩ ମିନିଟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣର ଆରମ୍ଭ ହେବ। ସକାଳ ୮ଟା ୦୪ ମିନିଟରେ ଚନ୍ଦ୍ର ମୁଖ୍ୟ ଛାୟାରେ ପ୍ରବେଶ କରିବା ପରେ ଆଂଶିକ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ସକାଳ ୯ଟା ୪୩ ମିନିଟରେ ଗ୍ରହଣ ସର୍ବାଧିକ ପର୍ଯ୍ୟାୟରେ ପହଞ୍ଚିବ ଏବଂ ସେତେବେଳେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ଗ୍ରହଣରେ ଆଚ୍ଛାଦିତ ହେବ। ଆଂଶିକ ଚନ୍ଦ୍ରଗ୍ରହଣ ପୂର୍ବାହ୍ନ ୧୧ଟା ୨୨ ମିନିଟରେ ଶେଷ ହେବ। ତେବେ ଚନ୍ଦ୍ର ଉପଛାୟା ମଧ୍ୟରେ ରହିବା ପ୍ରକ୍ରିୟା ଦ୍ୱିପ୍ରହର ୧୨ଟା ୩୨ ମିନିଟ ପର୍ଯ୍ୟନ୍ତ ଜାରି ରହିବ।
ତେବେ ଏହି ଚନ୍ଦ୍ରଗ୍ରହଣ ଓଡ଼ିଶା ସମେତ ଭାରତର କୌଣସି ସ୍ଥାନରୁ ଦୃଶ୍ୟମାନ ହେବ ନାହିଁ। ଏହା ୟୁରୋପ, ଏସିଆର ପଶ୍ଚିମାଞ୍ଚଳ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକା ଅଞ୍ଚଳରୁ ଦେଖାଯିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଘଟିତ ହୋଇଥିଲା। ଏହା ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରୁ ଆଂଶିକ ଭାବେ ଦୃଶ୍ୟମାନ ହୋଇଥିଲା। ଏହାପରେ ୨୦୨୭ ଫେବୃଆରୀ ୨୦ ତାରିଖରେ ଏକ ଉପଛାୟା ଚନ୍ଦ୍ରଗ୍ରହଣ ଘଟିବ। ଓଡ଼ିଶାବାସୀଙ୍କୁ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହି ଦିନ ଆକାଶରେ ଏକ ସମ୍ପୂର୍ଣ୍ଣ ରକ୍ତିମ ଚନ୍ଦ୍ର ଦୃଶ୍ୟମାନ ହେବ।

Related Topics
Explore more stories