Videos
|
National

ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ

ଅର୍ଗସ ବ୍ୟୁରୋ:  ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ରଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ବଡଗାମ, ଗନ୍ଦେରବଲ ଜିଲ୍ଲାରେ ଭୋଟଗ୍ରହଣ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଜାମ୍ମୁ କାଶ୍ମୀର ୨୬ ଆସନରେ ଚାଲିଛି ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଅଛନ୍ତି 239 ଜଣ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Second phase of voting in Jammu and Kashmir today | Argus News