Videos
|
National

Gold Seize / କାର୍‌ ସିଟ୍ ତଳେ ସିକ୍ରେଟ୍ ଚାମ୍ବର, ଭିତରେ ପୁଳା ପୁଳା ସୁନା ବିସ୍କୁଟ, ୯ କୋଟିର ସୁନା ଜବତ

Bikash Mohanty
Browse all articles by Bikash Mohanty
·58 mins ago·2 min read
କାର୍‌ ସିଟ୍ ତଳେ ସିକ୍ରେଟ୍ ଚାମ୍ବର, ଭିତରେ ପୁଳା ପୁଳା ସୁନା ବିସ୍କୁଟ, ୯ କୋଟିର ସୁନା ଜବତ
Gold

Key Points

କାର୍‌ ସିଟ୍ ତଳେ ସିକ୍ରେଟ୍ ଚାମ୍ବର
ଭିତରେ ପୁଳା ପୁଳା ସୁନା ବିସ୍କୁଟ
ବିଶାଖାପାଟଣାରେ ୯ କୋଟିର ସୁନା ଜବତ 
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କଲା ଜବତ
ବିଶାଖାପାଟଣା,୧୧/୧୦: କାର୍‌ର ସାମ୍ନା ସିଟ୍ ତଳେ ତିଆରି ହୋଇଥିଲା ଏକ ଗୁପ୍ତ ଚାମ୍ବର। ବାହାରୁ ଦେଖିଲେ ଏହାର ସାମାନ୍ୟ ସୁରାକ୍‌ ମଧ୍ୟ ମିଳୁନଥିଲା। କିନ୍ତୁ ସେହି ଗୁପ୍ତ ଚାମ୍ବର ଭିତରେ ଲୁଚାଇ ରଖାଯାଇଥିଲା କୋଟି କୋଟି ଟଙ୍କାର ବିଦେଶୀ ସୁନା ବିସ୍କୁଟ। ବିଶାଖାପାଟଣାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)ର ଚଢ଼ାଉ ପରେ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ଏହି ଜବତ ସୁନା ପଛରେ କୌଣସି ବଡ଼ ଚୋରା ଚାଲାଣ ନେଟୱର୍କ କାମ କରୁଛି କି, ଏବେ ତାହାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି।

କେମିତି ଧରାପଡ଼ିଲା ସୁନା ଚାଲାଣ?


ସୂଚନା ଅନୁଯାୟୀ, କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାର୍‌କୁ ବିଶାଖାପାଟଣାରେ ଅଟକାଇ ଯାଞ୍ଚ କରିଥିଲେ DRI ଅଧିକାରୀ। ପ୍ରଥମ ନଜରରେ ଗାଡ଼ିରେ କିଛି ସନ୍ଦେହଜନକ ଦେଖାଯାଇନଥିଲେ ମଧ୍ୟ ଯାଞ୍ଚ ସମୟରେ ଗାଡ଼ିର ସାମ୍ନା ସିଟ୍ ତଳେ ଥିବା ଏକ ଗୁପ୍ତ ଚାମ୍ବରର ସନ୍ଧାନ ମିଳିଥିଲା। ଏହି ଚାମ୍ବର ଖୋଲିବା ପରେ ଅଧିକାରୀଙ୍କ ସାମ୍ନାକୁ ଆସିଥିଲା ସୁନା ବିସ୍କୁଟର ଗଦା। ସେଠାରୁ ୫ କିଲୋ ୮୩୨ ଗ୍ରାମରୁ ଅଧିକ ବିଦେଶୀ ସୁନା ଜବତ କରାଯାଇଛି। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ୯୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଭାରତ-ବାଂଲାଦେଶ ସୀମା ସହ ରହିଛି କି ଲିଙ୍କ୍?

ତଦନ୍ତ ସମୟରେ ଗିରଫ ଅଭିଯୁକ୍ତମାନେ ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ କରାଯାଇଥିବା ଏବଂ ଏହାକୁ ହାଇଦ୍ରାବାଦ ନିଆଯାଉଥିବା ସ୍ୱୀକାର କରିଥିବା ସୂଚନା ମିଳିଛି। ଯଦି ଏହି ତଥ୍ୟର ପୁଷ୍ଟି ହୁଏ, ତେବେ ଏହି ଘଟଣା ସୀମାପାର ସୁନା ଚୋରା ଚାଲାଣର ଏକ ବଡ଼ ଦିଗକୁ ସାମ୍ନାକୁ ଆଣିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହା ପାଖକୁ ଯାଉଥିଲା କୋଟି କୋଟି ଟଙ୍କାର ସୁନା?

ଏବେ ତଦନ୍ତର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ପରିମାଣର ସୁନା କାହା ପାଖକୁ ଯାଉଥିଲା? ଏହି ଚାଲାଣ ପଛରେ ଆଉ କେଉଁମାନଙ୍କ ହାତ ରହିଛି?  ଗୁପ୍ତ ଚାମ୍ବର ତିଆରି କରି ସୁନା ନେବା ପଛରେ କୌଣସି ସଂଗଠିତ ନେଟୱର୍କ ରହିଛି କି? ଏହି ସବୁ ଦିଗକୁ ନେଇ DRI ତଦନ୍ତ ଜାରି ରଖିଛି।

ଅଭିଯୁକ୍ତଙ୍କ ଠାରୁ ମିଳୁଥିବା ତଥ୍ୟ ଓ ସୁନାର ଉତ୍ସ ଆଧାରରେ ଏହି ଚୋରା ଚାଲାଣର ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପର୍ଦ୍ଦାଫାସ ହୋଇପାରେ। ତେବେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏହି ଚାଲାଣର ସମ୍ପୂର୍ଣ୍ଣ ନେଟୱର୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବା ବାକି ରହିଛି।