Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୁନ 25 ବର୍ଷ 1975; ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ

National

ଜୁନ 25 ବର୍ଷ 1975; ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ

Smruti Parija
Browse all articles by Smruti Parija
·1 year ago·3 min read
ଜୁନ 25 ବର୍ଷ 1975; ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ

ଅର୍ଗସ ବ୍ୟୁରୋ: ଜୁନ 25 ବର୍ଷ 1975 । ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ । ଭାରତରେ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍ଧ ହୋଇରହିଛି । ମନେ ପକାଉଛି ସେଦିନର କଥା । ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି । 

1975 ମସିହାର ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଲଗାଯାଇଥିଲା ଅଙ୍କୁଶ । ଆଜି ସେହି କଳାଦିନକୁ 50 ବର୍ଷ ପୂରିଛି । ସମ୍ବିଧାନର ଅପବ୍ୟବହାର କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ଏନେଇ ପ୍ରତିବର୍ଷ ଏହିଦିନକୁ କଳା ଦିବସ ରୂପେ ପାଳନ କରୁଛି ବିଜେପି । 

କାହିଁକି ଇନ୍ଦିରାଗାନ୍ଧୀ ଘୋଷଣା କରିଥିଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ?

ବର୍ଷ 1971 

ଲୋକସଭା ନିର୍ବାଚନରେ ଗରିବୀ ହଟାଓ ନାରା ଦେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଇନ୍ଦିରା। ଲୋକ ବିଶ୍ବାସ କଲେ ଭୋଟ ଦେଲେ। ଇନ୍ଦିରା ସରକାର ଗଢ଼ିଲେ। ଏହି ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲିରୁ ନିର୍ବାଚନ ଜିତିଥିଲେ ଇନ୍ଦିରା, ବଡ଼ ଭୋଟ ବ୍ୟବଧାନରେ ଇନ୍ଦିରାଙ୍କ ଠାରୁ ହାରିଥିଲେ ରାଜନାରାୟଣ। 

ହେଲେ ଦେଶରେ ବଢ଼ିବାରେ ଲାଗିଥିଲା ଦୁର୍ନୀତି, ଭ୍ରଷ୍ଟାଚାର, ଦାରିଦ୍ରୈତା, ଦରଦାର ବୃଦ୍ଧି। ଦାନା ବାନ୍ଧୁଥିଲା ଆନ୍ଦୋଳନ। ଗୁଜରାଟରେ ମରୁଡ଼ି ଏବଂ ଖାଦ୍ୟାଭାବ ଫଳରେ 1973ରେ ଅହମଦାବାଦର ଏଲଡି ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଆଉ ଗୁଜରାଟର ପଦାଙ୍କ ଅନୁକରଣ କରି 1974ରେ ବିହାରର ଛାତ୍ର ଆନ୍ଦୋଳନ । ବିଧାନସଭା ବାହାରେ ନାରାବାଜି ଓ ଛାତ୍ରଙ୍କ ପ୍ରବଳ ଭିଡ଼। ପୋଲିସର ଗୁଳି ଫୁଟିଲା ୩ ଛାତ୍ରଙ୍କ ଜୀବନ ଗଲା ।

ଯାହାଫଳରେ ଆହୁରି ଭୟଙ୍କର ରୂପ ନେଲା ଆନ୍ଦୋଳନ । 23 ମାର୍ଚ୍ଚ 1974ରେ ପୂରା ବିହାର ବନ୍ଦ ହେଲା। ଦେଶର ସବୁଠାରୁ ବଡ଼ ଗାନ୍ଧିବାଦୀ ନେତା ଜୟପ୍ରକାଶ ନାରାୟଣଙ୍କୁ ଆନ୍ଦୋଳନକୁ ନିମନ୍ତ୍ରଣ କଲେ ଛାତ୍ର। ଜେପି ନିମନ୍ତ୍ରଣ ସ୍ବୀକାର କରି ଆନ୍ଦୋଳନରେ ଯୋଗ ଦେଲେ । ଠିକ ଏସି ସମୟରେ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଣ୍ଡିସ୍ ରେଳ ହରତାଳ ଘୋଷଣା କରିଦେଲେ । ମେ 1974ରୁ ୩ ମାସ ଧରି ଚାଲିଲା ଆନ୍ଦୋଳନ । 1 ଲକ୍ଷ ରେଳ କର୍ମଚାରୀଙ୍କ ସମର୍ଥନ ପାଇଲେ ଜର୍ଜ । ପରେ ଦେଶସାରା ବ୍ୟାପିଲା ସରକାର ବିରୋଧୀ ଆନ୍ଦୋଳନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇନ୍ଦିରାଙ୍କ ନିର୍ବାଚନକୁ ଅବୈଧ ଘୋଷଣା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାଏବରେଲିର ପ୍ରତିଦ୍ବନ୍ଦ୍ବୀ ରାଜନାରାୟଣ । 22 ଜୁନ 1975ରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନ ଲାଲ ସିଂ ଇନ୍ଦିରାଙ୍କ ନିର୍ବାଚନକୁ ରଦ୍ଦ କରିଦେଲେ । ଏହାସହ ୬ ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ରାୟ ଶୁଣାଇଲେ। ମାମଲା ସୁପ୍ରିମକୋର୍ଟ ଗଲା।  24 ଜୁନ 1997ରେ ସୁପ୍ରିମକୋର୍ଟଙ୍କ ରାୟ ଆସିଲା।  

ଆହ୍ଲାବାଦ ହାଇକୋର୍ଟର ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ ହେଲେ ଇନ୍ଦିରା ପିଏମ ପଦରେ ରହିପାରିବେ ବୋଲି ରାୟ ଶୁଣାଇଲେ। ଏହାସହ ଲୋକସଭା ଯାଇପାରିବେ ହେଲେ ଲୋକସଭାରେ ଭୋଟ କରିପାରିବେ ନାହିଁ । ସେପଟେ ଇନ୍ଦିରାଙ୍କ ବ୍ୟାଙ୍କ ଗୁଡ଼ିକର ରାଷ୍ଟ୍ରୀୟକରଣ ନିଷ୍ପତ୍ତି ବିରୋଧୀ ରାୟ । କେଶଭାନନ୍ଦ ଭାରତୀ ମାମଲାରେ ରାୟ ପରେ ନ୍ୟାୟାଳୟ ବନାମ ଇନ୍ଦିରା ଯୁଦ୍ଧ ମଧ୍ୟ ଜାରି ଥିଲା। ଇନ୍ଦିରାଙ୍କ ମନରେ ଡର ଥିଲା କାଳେ ସେନା ସତ୍ତା ଅକ୍ତିଆର କରି ନେବ। ଶେଷରେ ଇନ୍ଦିରା ଚାରିଆଡ଼ୁ ଘେରିଯିବା ପରେ ଶେଷ ଅସ୍ତ୍ର ଥିଲା ଏମର୍ଜେନ୍ସି । 

କୁହାଯାଏ ସରକାରଙ୍କ ଉପରେ ଏତେ ଚାପ ସତ୍ତ୍ବେ ପ୍ରଧାନମନ୍ତ୍ରୀ ପଦର ମୋହ ଛାଡି ନଥିଲା ଇନ୍ଦିରାଙ୍କୁ । ଏପରିକି ସଞ୍ଜୟ ଗାନ୍ଧୀ ବି ଚାହୁଁ ନଥିଲେ ତାଙ୍କ ମାଙ୍କ ହାତରୁ କ୍ଷମତା ଅପସରିଯାଉ । ଯାହାର ସମାଧାନ ସରକାର ଏମିତି କରିଥିଲେ ଯେ, ଯାହା ଦେଶବାସୀଙ୍କୁ ଭୋଗିବାକୁ ପଡିଥିଲା । 21 ମାସ ପର୍ଯ୍ୟନ୍ତ ଦେଶରେ ଏମରଜେନ୍ସି ଲାଗୁ ହୋଇଥିଲା । ଏହାର ସମାପ୍ତି 21 ମାର୍ଚ୍ଚ 1977ରେ ହୋଇଥିଲା ।

ଜରୁରୀକାଳୀନ ପରସ୍ଥିତି କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଦେଶବାସୀ ?

ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଗ୍ରହଣ । ରାତାରାତି ସମ୍ବିଧାନ ପ୍ରଦତ୍ତ ସବୁ ପ୍ରକାର ସ୍ୱାଧୀନତା, ପ୍ରେସ ସ୍ୱାଧୀନତା ଉପରେ ଲାଗିଥିଲା ଅଂକୁଶ । ସବୁଆଡେ ନୀରବତା ଛାଇ ଯାଇଥିଲା । ସ୍ତବ୍ଧ ହୋଇ ଯାଇଥିଲା ପୁରା ଦେଶ । ଏହି ସମୟରେ ଲୋଙ୍କ ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିଲା । ବିରୋଧ କଲେ ଭୋଗିବାକୁ ପଡୁଥିଲା ଜେଲ୍ । ଲକ୍ଷ ଲକ୍ଷ ଲୋକଙ୍କୁ ଜେଲକୁ ଯିବାକୁ ପଡିଥିଲା । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ଜୟପ୍ରକାଶ ନାରାୟଣ , ଜର୍ଜ ଫର୍ଣ୍ଣାଣ୍ଡିସ୍, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲ କୃଷ୍ଣ ଆଡଭାନୀ, ଶରଦ ଯାଦବ, ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂଙ୍କ ଭଳି ସମସ୍ତ ବିରୋଧୀଦଳ ନେତାଙ୍କୁ କାରାଗାରରେ ରଖାଯାଇଥିଲା ।

ଆଉ ଏ ମଧ୍ୟରେ 50 ବର୍ଷ ବିତିଗଲାଣି । ଆଜି ବି ଖବର ଶିରୋନାମାରେ ରୁହେ ଏମରଜେନ୍ସି । ଲୋକେ ଏବେବି ଇନ୍ଦିରା ସରକାରଙ୍କୁ ଘେରନ୍ତି । ସେ ଦିନର ସେ କଳା ସ୍ମୃତି ଏବେବି ଗୁଞ୍ଜରିତ ହୁଏ । 

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
SECRETS of Indian Emergency (1975) | Argus News