Videos
|
National

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ବଢିଲା ସୁରକ୍ଷା ବ୍ୟବସ୍ଥା

Rashmita Mishra
Browse all articles by Rashmita Mishra
·1 year ago·1 min read
 ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଧମକ ବଢିଲା ସୁରକ୍ଷା ବ୍ୟବସ୍ଥା

ବଢ଼ିଲା ଶ୍ରୀରାମ ମନ୍ଦିର ସୁରକ୍ଷା । ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ଧମକ ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ସୋମବାର ରାତିରେ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଇମେଲ ମାଧ୍ୟମରେ ଧମକ ଦିଆଯାଇଛି । ଟ୍ରଷ୍ଟର ଆକାଉଣ୍ଟାଣ୍ଟ ଏ ସମ୍ପର୍କରେ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ, ସାଇବର ପୋଲିସ ଆଇଟି ଆକ୍ଟ ଓ ବିଏନଏସ ଧାରା ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛି ।


ତାମିଲନାଡୁରେ ଘଟିଥିବା ଠକେଇରୁ ଧ୍ୟାନ ହଟାଇବା ପାଇଁ ଏହି ଆକ୍ରମଣ କରାଯିବ ବୋଲି ଇମେଲରେ ଲେଖାଯାଇଛି । ଯେଉଁ କମ୍ପ୍ୟୁଟରରୁ ମେଲ ପଠାଯାଇଥିଲା ତାହାର IP ଠିକଣା ଟ୍ରେସ୍ କରାଯିବା ପରେ ଏହି କମ୍ପ୍ୟୁଟର ତାମିଲନାଡୁରେ ଥିବା ସାଇବର ପୋଲିସ ସ୍ପଷ୍ଟ କରିଛି । ମେଲ୍ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଏବଂ ପରିଚୟ ସନ୍ଧାନ ଜାରି ରଖିଛନ୍ତି ଉତ୍ତର ପ୍ରଦେଶ ଓ ତାମିଲନାଡୁ ପୋଲିସର ମିଳିତ ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
security-beefed-up-as-threat-to-demolish-ayodhya-ram-temple-rises-again | Argus News