Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀ ଓ ମୁମ୍ବାଇର ବଢିଲା ସୁରକ୍ଷା

National

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀ ଓ ମୁମ୍ବାଇର ବଢିଲା ସୁରକ୍ଷା

Rashmita Mishra
Browse all articles by Rashmita Mishra
·1 year ago·1 min read
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀ ଓ ମୁମ୍ବାଇର ବଢିଲା ସୁରକ୍ଷା

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀ, ମୁମ୍ବାଇ ସମେତ ବହୁ ବଡ଼ ବଡ଼ ସହର ଓ ଧାର୍ମିକ ସ୍ଥଳରେ ହାଇଆଲର୍ଟ ଜାରି ହୋଇଛି । ତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ସାରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ଦିଲ୍ଲୀକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।

ଜାମ୍ମୁ-କାଶ୍ମୀରର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ବଳ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ମଧ୍ୟ ସଶସ୍ତ୍ର ବାହିନୀ ଏବଂ ପୋଲିସ୍ ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଆତଙ୍କୀଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଆହ୍ୱାନ ଦେଇଛି । ଘଟଣା ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି ।

କାରଣ ଗତକାଲି ଅପରାହ୍ନରେ ଜମ୍ମୁକାଶ୍ମୀର ପହଲଗାମରେ ପୋଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟ। ଦେହରେ ପୋଲିସ ପୋଷାକ ଥିବାରୁ ବନ୍ଧୁକ ଧରି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା, ତାଙ୍କ ପାଇଁ ସହଜ ହୋଇଥିଲା । ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ପ୍ରଥମେ ନାଁ ପଚାରିଥିଲେ । ଯେଉଁଠି ହିନ୍ଦୁ ନାଁ ଶୁଣୁଥିଲେ ସେଠି ଗୁଳି ବର୍ଷା କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
security-beefed-up-in-delhi-and-mumbai-after-pahalgam-terror-attack | Argus News