Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଦଲା ନେଉଛନ୍ତି ସୁରକ୍ଷାକର୍ମୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ବଦଲା ନେଉଛନ୍ତି ସୁରକ୍ଷାକର୍ମୀ

ଜମ୍ମୁକାଶ୍ମୀରରେ ନିପାତ ହେଲେ ୪ ଆତଙ୍କବାଦୀ। ସୋପିଆନରେ ସକାଳ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିନ ୧୧ ଟା ସୁଦ୍ଧା ନିପାତ ହୋଇଛନ୍ତି ଆଉ ୩ ଜଣ। ଗୋଟିଏ ଦିନରେ ୪ ଅତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବଳ। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ମିଳିଥିଲା ସର୍ଚ୍ଚ ଅପରେସନ। ସୁରକ୍ଷାକମୀ ଚାରିପଟୁ ଆତଙ୍କୀଙ୍କୁ ଘେରାବନ୍ଦୀ କରି ରଖିଥିଲେ।


ଅନ୍ୟପଟେ ଆଜି ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର ଜାରି ହୋଇଛି। ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ଘୋଷଣା କରାଯାଇଛି। ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କ ପରିଚୟ ଗୁପ୍ତ ରଖାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳି ମାରିଥିଲେ ଆତଙ୍କୀ। ଯାହାର କଡା ଜବାବ ଦେଇଥିଲା ଭାରତ। ଭାରତ ପକ୍ଷରୁ ୭ ମେ ଧ୍ୟରାତ୍ରରେ ପାକିସ୍ତାନର ଆତଙ୍କବାଦୀ ଅଡ୍ଡା ସ୍ଥଳରେ ଭାରତର ଘନ ଘନ ମିଶାଇଲ ମାଡ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଥିଲା ଆତଙ୍କୀ ଆଡ୍ଡା। ସେହିଭଳି ଆଜି ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Sponsored
Security forces kill 4 terrorists in Shopian, Jammu and Kashmir | Argus News