Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରଣ୍ଡା ଜଙ୍ଗଲରୁ ଜବତ ହେଲା ଆଉ ୭୦୦ କେଜି ବିସ୍ଫୋରକ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସରଣ୍ଡା ଜଙ୍ଗଲରୁ ଜବତ ହେଲା ଆଉ ୭୦୦ କେଜି ବିସ୍ଫୋରକ

Key Points

ସୁନ୍ଦରଗଡ଼ ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା
ସରଣ୍ଡା ଜଙ୍ଗଲରୁ ଜବତ ହେଲା ଆଉ ୭୦୦ କେଜି ବିସ୍ଫୋରକ
DGPଙ୍କ ସୂଚନା, ଲୁଟ୍ ହୋଇଥିବା ପ୍ରାୟ 5 ଟନ୍ ବିସ୍ଫୋରକରୁ ଜବତ ହେଲାଣି 3.8 ଟନ୍
ଅବଶିଷ୍ଟ ବିସ୍ଫୋରକ ଜବତ କରିବାକୁ ଜାରି ରହିଛି ଉଦ୍ୟମ
ବିସ୍ଫୋରକ ଲୁଟ୍ ମାମଲାରେ ମିଳିଛି ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ
ବିସ୍ଫୋରକ ପଠାଯିବା ବେଳେ କରାଯାଇନଥିଲା SOP ଅନୁସରଣ

ସୁନ୍ଦରଗଡ଼ ବାଙ୍କୋ ଖଣିରୁ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ କରିବାକୁ ଚାଲିଥିବା ସର୍ଚ୍ଚ ଅପେରସନରେ ସୁରକ୍ଷା ବାହିନୀଙ୍କୁ ମିଳିଛି ଆଉ ଏକ ସଫଳତା। ସରଣ୍ଡା ଜଙ୍ଗଲରୁ ଆଜି ଆଉ 700 କେଜି ବିସ୍ଫୋରକ ଜବତ ହୋଇଛି। ବାକି ବିସ୍ଫୋରକ ଜବତ ପାଇଁ ସୁରକ୍ଷାବାହିନୀ ଜଙ୍ଗଲରେ ଅପରେସନ୍ ଜାରି ରଖିଛନ୍ତି । ସେପଟେ ଏହି ମାମଲା ନେଇ ଆଜି ସୂଚନା ଦେଇ ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି । ଲୁଟ୍ ହୋଇଥିବା ପ୍ରାୟ 5 ଟନ୍ ବିସ୍ଫୋରକରୁ 3.8 ଟନ୍ ଜବତ ହେଲାଣି । ବିସ୍ଫୋରକ ଜବତ ପାଇଁ 27 ତାରିଖ ରାତିରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପେରସନ ଏବେ ବି ଜାରି ରହିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ SIT ତଦନ୍ତ ଚାଲିଛି। ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି । ବିସ୍ଫୋରକ ପଠାଯିବା ବେଳେ SOP ଅନୁସରଣ କରାଯାଇନଥିଲା। ରାଉରକେଲାର ଏକ ପେଟ୍ରୋଲ୍ ପମ୍ପ୍ ନିକଟ ଗାଡ଼ିରୁ ବିସ୍ଫୋରକ ମିଳିଛି । ଏହି ଲିଙ୍କରେ 2 ଜଣଙ୍କୁ ଗିରଫ କରି ତଦନ୍ତ ଚାଲିଛି । ବାଙ୍କୋ ଖଣି ପାଇଁ ବିସ୍ଫୋରକ ଯେଉଁଠୁ ଆସିଥିଲା, ପେଟ୍ରୋଲ୍ ପମ୍ପ୍ ପାଖରୁ ଜବତ ବିସ୍ଫୋରକ ସେଇଠୁ ଆସିଥିଲା । ବିସ୍ଫୋରକ ଲୁଟ୍ ଘଟଣାରେ କେହି ଗିରଫ ହୋଇ ନଥିବାବେଳେ ନାହାନ୍ତି । ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଜବତ ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ୍ ଓ ଟ୍ରକ୍ ଡ୍ରାଇଭର ଏହି 2 ଜଣ ଗିରଫ ହୋଇଛନ୍ତି ।

ସେପଟେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ସ୍ତ୍ରୀ ନିକିତାଙ୍କ ନାଁରେ ବି ବିସ୍ଫୋରକ ଲାଇସେନ୍ସ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ନାଁରେ ବି ରୁଜୁ ହୋଇଛି ମାମଲା। ସେପଟେ 4 ଦିନ ପାଇଁ ଶ୍ରବଣ ଅଗ୍ରୱାଲଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି SIT। ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍‌ ପରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଥିବା ବିସ୍ଫୋରକ ଗୋଦାମଗୁଡ଼ିକରେ ପୋଲିସ ଷ୍ଟକ୍ ଓ କାଗଜ ପତ୍ର ଯାଞ୍ଚ କରୁଛି । କେନ୍ଦୁଝର ଜିଲ୍ଲାର ୧୦ ଟି ଥାନା ଅଧିନରେ ୩୪ ଟି ବିସ୍ଫୋରକ ଗୋଦାମ ଅଛି। ସେଥିରୁ ଏବେ ୨୫ ଟି କାର୍ଯ୍ୟକ୍ଷମ ହେଉଛି। ବିସ୍ଫୋରକ ଗୋଦାମ ଗୁଡ଼ିକ SOP ପାଳନ କରୁଛନ୍ତି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।

ମେ’ ୨୭ ତାରିଖ ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟିନେଇଥିଲେ । ଏହି ଘଟଣା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇଆଲର୍ଟ ଜାରି ହୋଇଥିଲା । ଏନ୍‌ଆଇଏ ଘଟଣାର ତଦନ୍ତ କରିଥିବାବେଳେ ସିଆର୍‌ପିଏଫ୍‌, ଓଡ଼ିଶା ଏସ୍‌ଓଜି ଓ ଡିଭିଏଫ୍ ଏବଂ ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ୟୁନିଟ୍‌ ସେବେଠାରୁ ସରଣ୍ଡା ଜଙ୍ଗଲରେ ତଲାସି ଅଭିଯାନ ଚଳାଇଛନ୍ତି। ପ୍ରଥମେ ୧୫୭ କେଜି ବିସ୍ଫୋରକ ଜବତ ହୋଇଥିଲା, ପରେ ସୋମବାର ମଧ୍ୟାହ୍ନରେ ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲପୋଷିରୁ ମାଟି ତଳେ ପୋତା ହୋଇଥିବା ୨.୫ ଟନ୍ ବିସ୍ଫୋରକ ଜବତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored