କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ: ୪ ଯବାନ ସହିଦ
·1 year ago

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ସୋମବାର ରାତିରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି।
ପ୍ରାୟ ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସେନା ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ଖବର ଆସିଛି। ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏଠାରେ ଆତଙ୍କବାଦୀଙ୍କୁ ଘେରି ଦିଆଯାଇଛି। ଏହି ଅଞ୍ଚଳରେ ଅପରେସନ୍ ଜାରି ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: