Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁଦ୍ଧ ସ୍ଥିତି ମୁକାବିଲା ପାଇଁ ଆସନ୍ତା ୭ ତାରିଖରେ ହେବ ସୁରକ୍ଷା ମକ୍ ଡ୍ରିଲ

Smruti Parija
Browse all articles by Smruti Parija
·1 year ago·2 min read
ଯୁଦ୍ଧ ସ୍ଥିତି ମୁକାବିଲା ପାଇଁ ଆସନ୍ତା ୭ ତାରିଖରେ ହେବ ସୁରକ୍ଷା ମକ୍ ଡ୍ରିଲ

ଖୁବଶୀଘ୍ର ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ । ମୋଦି ସରକାରଙ୍କ ରଣନୀତିର ମିଳିଲା ସଂକେତ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆସନ୍ତା 7 ତାରିଖରେ ସବୁ ରାଜ୍ୟ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏପ୍ରିଲ 22 ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ହେବାକୁ ଯାଉଛି ବଡ଼ ଆକ୍ସନ । ଯୁଦ୍ଧ ସ୍ଥିତିରେ ଜରୁରୀକାଳୀନ ପ୍ରସ୍ତୁତି ବୃଦ୍ଧି କରିବାକୁ ସବୁ ରାଜ୍ୟ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ କରିବାକୁ ଜାରି ହୋଇଛି ନିର୍ଦ୍ଦେଶ । ସମ୍ଭାବ୍ୟ ବିପଦରୁ ନାଗରିକଙ୍କ ସୁରକ୍ଷା ସହ ଭିତ୍ତିଭୂମିର ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ଆରମ୍ଭ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶତ୍ରୁ ଆକ୍ରମଣ ସମୟରେ ନିଜକୁ ସୁରକ୍ଷା ଦେବା ପାଇଁ ନାଗରିକ ଓ ଛାତ୍ରଙ୍କୁ ତାଲିମ ଦେବା ପାଇଁ ଏହି ମକ୍ ଡ୍ରିଲ କରାଯିବ ।


1 ବିମାନ ଆକ୍ରମଣ ଚେତାବନୀ ସାଇରନ କାର୍ଯ୍ୟକ୍ଷମ କରାଯିବ

2 ଜରୁରୀ ସ୍ଥିତିରେ ନିଜ ସୁରକ୍ଷା ପାଇଁ ଛାତ୍ର ଓ ନାଗରିକଙ୍କୁ ତାଲିମ ଦିଆଯିବ

3 ମକ୍ ଡ୍ରିଲ ସମୟରେ ବ୍ଲାକ୍ ଆଉଟ୍ ବ୍ୟବସ୍ଥା ସହ ବିଦ୍ୟୁତ ସଂଯୋଗ କାଟିଦିଆଯିବ

4 ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଓ ଠିକଣା ଗୁଡ଼ିକୁ ସୁରକ୍ଷିତ କରିବାକୁ ନିଆଯିବ ପଦକ୍ଷେପ

5 ସ୍ଥାନାନ୍ତର ପ୍ରକ୍ରିୟାର ଅଭ୍ୟାସ ପାଇଁ ରିହର୍ସାଲ ହେବ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପୂର୍ବରୁ ରବିବାରଠାରୁ ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବର ଫିରୋଜପୁର ଛାବନୀରେ 30 ମିନିଟ ବ୍ଲାକ ଆଉଟ ମକ ଡ୍ରିଲ ହୋଇଛି । ରାତି 9ଟା 30 ମିନିଟରେ ପୁରା ଅଞ୍ଚଳ ହୋଇଥିଲା ଅନ୍ଧକାର । ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଫିରୋଜପୁର ଥାନା ଅଞ୍ଚଳରେ ସୁରକ୍ଷା ମକଡ୍ରିଲ ହୋଇଥିବା କହିଛନ୍ତି ଏସଏସଓ ଗୁରଜନ୍ତ ସିଂହ ।


ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ପାଇଁ ପ୍ରସ୍ତୁତ ରଣନୀତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ PMOରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ପରବର୍ତ୍ତୀ ଆକ୍ସନ ପ୍ଲାନ ବିଷୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ସଚିବଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 72 ଘଣ୍ଟା ମଧ୍ୟରେ ପିଏମ ମୋଦି ନୌସେନା ମୁଖ୍ୟ, ବାୟୁସେନା ମୁଖ୍ୟ, ଡିଫେନସ୍ ସେକ୍ରେଟାରୀ, ଜାମ୍ମୁକାଶ୍ମୀର ସିଏମଙ୍କୁ ଭେଟି ଆଲୋଚନା କରିଛନ୍ତି । ପହଲଗାମ ହାମଲା ପରେ ସିଡିଏସ ଅନୀଲ ଚୌହ୍ବାନଙ୍କ ସମେତ ତିନି ସେନାମୁଖ୍ୟଙ୍କୁ ଏକାଧିକ ଥର ଭେଟି ଆଲୋଚନା କରିସାରିଛନ୍ତି ପିଏମ ମୋଦି ।

Sponsored
security-mock-drill-to-be-held-on-7th-to-prepare-for-war-situation | Argus News