ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲ ସ୍ଥଗିତ

Key Points
ପ୍ରଶାସନିକ କାରଣରୁ ସ୍ଥଗିତ
ମକ୍ ଡ୍ରିଲକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଜାରି
ମକ୍ ଡ୍ରିଲର ନାମ ଥିଲା ଅପରେସନ ସିଲ୍ଡ
ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ବଦଳିଲା ମକଡ୍ରିଲ୍ ତାରିଖ । ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ହେବାକୁ ଥିବା ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲକୁ ସ୍ଥଗିତ ରଖାଯାଇଛି । ପ୍ରଶାସନିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଆର୍ଥାତ ୩୧ ତାରିଖରେ ପାକିସ୍ତାନ ସୀମାକୁ ଲାଗିଥିବା ୬ ରାଜ୍ୟରେ ହେବ ମକ୍ ଡ୍ରିଲ ।
ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜମ୍ମୁ-କାଶ୍ମୀର, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ, ହରିୟାଣା ଏବଂ ଚଣ୍ଡିଗଡ଼ରରେ ହେବ ମକ୍ ଡ୍ରିଲ୍ । ପୂର୍ବରୁ ଏହି ମକ୍ ଡ୍ରିଲ୍ ର ନା ଅପରେସନ ସିଲ୍ଡ ରଖାଯାଇଛି । ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୂର’ ପରେ ପୁଣିଥରେ ମକ ଡ୍ରିଲକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । କାରଣ ପୂର୍ବଥର ମକ୍ ଡ୍ରିଲ୍ ଘୋଷଣା ପରେ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର ଆରମ୍ଭ କରାଯାଇଥିଲା। ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏବେ ପୁଣି ମକ୍ ଡ୍ରିଲ୍ କରାଯାଉଥିବାରୁ ସାଧାରଣରେ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି।
📱 Get Argus News App
✨ଅନ୍ୟପଟେ ଗତକାଲି ଠାରୁ ଜମ୍ମୁକାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜି ପୁଞ୍ଚରେ ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାକ୍ଷାତ କରିବେ ଶାହ। ଗତକାଲି ରାଜଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା କରିଥିଲେ । ଆଜି ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟିବା ସହ ସୁରକ୍ଷା ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସମେତ କ୍ଷତିଗ୍ରସ୍ତ ଧାର୍ମିକ ସ୍ଥଳ ମଧ୍ୟ ପରିଦର୍ଶନ କରିବେ । ବିଏସଏଫ କ୍ୟାମ୍ପ ପରିଦର୍ଶନ ସହ ଯବାନଙ୍କ ସହ ଆଲୋଚନା କରିବେ।