Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଓଡ଼ିଶାରେ ହାଇଆଲର୍ଟ

National

ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଓଡ଼ିଶାରେ ହାଇଆଲର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଓଡ଼ିଶାରେ ହାଇଆଲର୍ଟ

Key Points

ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଓଡ଼ିଶାରେ ହାଇଆଲର୍ଟ
ଘନ ଘନ ବୈଠକ, ନିଆଯାଉଛି ବଡ଼ ନିଷ୍ପତ୍ତି
ଉପକୂଳ ଅଞ୍ଚଳରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ସହରର ବଡ଼ ପ୍ରତିଷ୍ଠାନଗୁଡ଼ିକରେ ମୁତୟନ ହେବେ ସ୍ବତନ୍ତ୍ର ଫୋର୍ସ
ବଡ଼ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି । ଏହାକୁ ନେଇ ଓଡ଼ିଶାରେ ବି ଜାରି ହୋଇଛି ହାଇଆଲର୍ଟ । ଆଜି ଡିଜି କ୍ୟାମ୍ପ ଅଫିସରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଯୋଗ ଦେଇଥିଲେ ଡିଜିପି, ମୁଖ୍ୟ ଶାସନ ସଚିବ, କୋଷ୍ଟାଲ୍ ଅଫିସର, ଗୁଇନ୍ଦା ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ IG, ଆଇନ ଶୃଙ୍ଖଳା ADG, ନୌସେନା ଅଧିକାରୀ । କୋଷ୍ଟ ଗାର୍ଡ ADG ଅରୁଣ ବୋଥ୍ରା କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଉପକୂଳ ସୁରକ୍ଷା ସହ ରେଳ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ସନ୍ଦିଗ୍ଧଙ୍କ ଉପରେ ରଖାଯାଇଛି କଡ଼ା ନଜର । ସାମରିକ ପ୍ରତିଷ୍ଠାନର ସୁରକ୍ଷାର ବି ସମୀକ୍ଷା କରାଯାଇଛି । ରାଜ୍ୟରେ ଥିବା ବଡ଼ ବଡ଼ ଡ୍ୟାମ୍ ଓ ସୁରକ୍ଷା ପ୍ରତିଷ୍ଠାନର ସୁରକ୍ଷା ବୃଦ୍ଧି କରାଯାଇଛି ।

ସେହିପରି ପୋଲିସ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଯାଇଛି ଅନେକ ନିଷ୍ପତ୍ତି । ପୋଲିସର ସୁରକ୍ଷା ସମ୍ବନ୍ଧୀୟ ନିର୍ଦେଶାବଳୀ ଜନ ସାଧାରଣ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଡ୍ରୋନ୍ ଉଡ଼ାଇବା ଉପରେ କଟକଣା ଲାଗିଛି । ସହରର ବଡ଼ ବଡ଼ ପ୍ରତିଷ୍ଠାନରେ STG ଓ STU ମୁତୟନ ହେବେ । କମିଶନରେଟ ପୋଲିସ ଅଧୀନରେ ଆସୁଥିବା ଅଞ୍ଚଳର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଆଜିଠାରୁ ନିୟୋଜିତ ହେବେ ସଶସ୍ତ୍ର କମାଣ୍ଡୋ ।

ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଡ୍ରୋନ୍ ଉଡ଼ିବା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ବଡ଼ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଯାଇଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସହ ହୀରାକୁଦ ବନ୍ଧର ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ବି କଡ଼ା ସୁରକ୍ଷା ବଳୟରେ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
security-stepped-up-in-coastal-areas-of-odisha-amid-india-pak-tension | Argus News