Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହସ୍ପିଟାଲରେ ଦୁଷ୍କର୍ମ, ହତ୍ୟା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା

National

ହସ୍ପିଟାଲରେ ଦୁଷ୍କର୍ମ, ହତ୍ୟା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା

Ritu Das
Browse all articles by Ritu Das
·1 year ago·2 min read
ହସ୍ପିଟାଲରେ ଦୁଷ୍କର୍ମ, ହତ୍ୟା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା କରାଯିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହାକୁ ନେଇ ଡାକ୍ତରମାନେ ଚାରିଆଡେ ବିକ୍ଷୋଭ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ଦେଶରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି। ଏହି ଘଟଣାକୁ ସବୁ ଆଡ଼ୁ ଭର୍ତ୍ସନା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। 

 

ଏହାକୁ ନେଇ ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କଲେ କେନ୍ଦ୍ର ସରକାର । ଏବେ ଥିବା ବ୍ୟବସ୍ଥା ତୁଳନାରେ ୨୫ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। କୋଲକାତା ଆର ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ କେନ୍ଦ୍ର ସରକାର ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି।

ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ମହିଳାଙ୍କୁ ହସ୍ପିଟାଲରେ ନାଇଟ୍ ଡ୍ୟୁଟି ନ ପକାଇବାକୁ ନିବେଦନ କରିଛନ୍ତି। ସରକାର ଅନୁରୋଧ କରିଛନ୍ତି ଯେ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ ହେଲେ ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ। ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯାଇ ଅଣାଯିବ। ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନିରନ୍ତର ନଜର ରଖାଯିବ। ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରୀକ୍ଷା କରାଯିବା ଉଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରବେଶ-ପ୍ରସ୍ଥାନ ଦ୍ୱାର, କରିଡର, ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବ। ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ । ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହିଠାରୁ ସାହାଯ୍ୟ କରାଯିବ। 

ସେପଟେ କୋଲକତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି । ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବା ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଗତକାଲି ସିବିଆଇ ଆରଜି କର ମେଡିକାଳ କଲେଜର ପୂର୍ବ ପ୍ରିନ୍ସିପାଲ ଡା. ସନ୍ଦୀପ ଘୋଷଣଙ୍କୁ ୧୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Security tightened | Argus News