Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଅଧରାତିରେ ଅଲୌକିକ ଘଟଣା ଘଟିବ, ଆକାଶରେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଜି ଅଧରାତିରେ ଅଲୌକିକ ଘଟଣା ଘଟିବ, ଆକାଶରେ...

Key Points

  • ଅଧ ରାତିରେ ଆକାଶରେ ଦେଖିବାକୁ ମିଳିବ ଅଲୌକିକ ଦୃଶ୍ୟ
  • ଚନ୍ଦ୍ର ପଛରେ ଲୁଚିଯିବ ଶନି
  • ୩୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଚାଲିବ ଲୁଚକାଳି ଖେଳ

ଅର୍ଗସ ବ୍ୟୁରୋ : ଆଶ୍ଚର୍ଯ୍ୟ ! ଅଲୌକିକ...ମହାଜାଗତିକ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା କିନ୍ତୁ ପୁରା କଡୱା । କାରଣ ଆଜି ରାତିରେ ଆକାଶରେ ଏମିତି କିଛି ଘଟଣା ଦେଖିବାକୁ ମିଳିବାକୁ ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ଆଜି ରାତିରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ପଛରେ ଲୁଚିଯିବ ଶନି । ଏମିତି ବିରଳ ମହାଜାଗତିକ ଘଟଣା ମଧ୍ୟରାତ୍ର ପରେ ହିଁ ଦୃଶ୍ୟମାନ ହେବ । ଶନି ଗ୍ରହ ଜହ୍ନମାମୁଁ ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁଣି ଥରେ ଦେଖାଯିବ । ଏହାପୁଣି ମିନିଟ୍‌ କି ଦୁଇ ମିନିଟ୍‌ ନୁହେଁ ବରଂ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଲୁଚିରହିବ । 

ଅନେକ ସମୟରେ ଆମେ ଶୁଣିଛନ୍ତି ଗ୍ରହଣ ଓ ପରାଗ ଲାଗେ । ସେହି ସମୟରେ ଦେବନୀତି ନିଷେଧ ରୁହେ । ଖାଲି ଦେବନୀତି କାହିଁକି ବରଂ ପାକତ୍ୟାଗ ସହ ଅନେକ କାର୍ଯ୍ୟ ଉପରେ ନିଷେଧାଦେଶ ବି ରହେ । ହେଲେ ଆଜି ଆକାଶରେ ଯେଉଁ ଅଲୌକିକ ଘଟଣା ଦୃଶ୍ୟମାନ ହେବ ତାହାକୁ ପୁରା ବିଶ୍ଵର ଅପେକ୍ଷା ରହିଛି । ଆମେ ସମସ୍ତେ ଜାଣିଛନ୍ତି, ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼ାଇ ରଖିଥାଏ । ହେଲେ ଏଠି ଚନ୍ଦ୍ର, ଶନି ଗ୍ରହକୁ ଘୋଡ଼ାଇ ଦେବ । ଆପଣ ଖାଲି ଆଖିରେ ଦେଖୁଥୁବା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଭଳି ୫ଟି ଗ୍ରହ ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି । ଯେଉଁମାନେ ତାରା ପରି ଦେଖାଯାଆନ୍ତି । ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ ପୃଥିବୀ ସହ ଅନ୍ୟ ଦୁଇଟି ପିଣ୍ଡ ସମୟ ସମୟରେ ଏକ ସରଳରେଖାରେ ଚାଲିଆସନ୍ତି । ଯେତେବେଳେ ଲୁଚୁଥୁବା ପିଣ୍ଡଟିର ଆକାର ଲୁଚାଉଥିବା ପିଣ୍ଡର ଆକାର ତୁଳନାରେ ଅନେକ ଗୁଣ ଛୋଟ ହୋଇଥାଏ, ସେତେବେଳେ ଏହାକୁ ସମାବରଣ କୁହାଯାଏ ।

ଚନ୍ଦ୍ର ପଛରେ ଲୁଚିଯାଉଥିବା ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ ସମାବରଣ ଖାଲି ଆଖିରେ ଦେଖାଯାଇଥାଏ । ସବୁ ବର୍ଷ ଚନ୍ଦ୍ର ପଛରେ କିଛି ତାରା ଓ ଗ୍ରହ ଲୁଚିଥାନ୍ତି । ଚନ୍ଦ୍ର ପଛରେ ଶନି ଗ୍ରହ ଲୁଚିବା ଓ ପୁନର୍ବାର ଧିରେ ଧିରେ ବାହାରିବାର ଦୃଶ୍ୟ  ବେଶ୍‌ ଆକର୍ଷଣୀୟ ବୋଲି ଅନେକ କୁହନ୍ତି । ତେବେ ଆଜି ରାତି୨ଟା ୩୭ ମିନିଟ୍‌ରେ ଓଡ଼ିଶାର ସବୁ ଅଞ୍ଚଳରୁ ଆଜି ମଧ୍ୟରାତ୍ର ପରେ ଗୋଟାଏରୁ ୨ଟା ୩୭ମିନିଟ ମଧ୍ୟରେ ଏହାକୁ ଖାଲି ଆଖିରେ ଆପଣମାନେ ବି ଦେଖିପାରିବେ । ଦର୍ଶକବନ୍ଧୁ ସ୍ପଷ୍ଟ ଭାବେର କହିରଖୁଛୁ କି, ପୂର୍ବରୁ ଅନେକ ଥର ଆକାଶରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳେ । ଯାହାକୁ ଆପଣମାନେ ବି ଖାଲି ଆଖିରେ ଦେଖିପାରନ୍ତି । ହେଲେ ଆଜି ଯେଉଁ ଘଟଣା ଘଟିବାକୁ ଯାଉଛି ତାହାକୁ ଏବେ ଅପେକ୍ଷା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Moon | Argus News