Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରେମ ପାଇଁ ବେଆଇନ୍ ଭାବେ ଆସିଥିଲେ ଭାରତ, ଏବେ କ'ଣ କରିବେ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପ୍ରେମ ପାଇଁ ବେଆଇନ୍ ଭାବେ ଆସିଥିଲେ ଭାରତ, ଏବେ କ'ଣ କରିବେ ?

ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ସହ ଥିବା ସବୁ ଚୁକ୍ତି ବାତିଲ କରିଛି ଭାରତ। ଭାରତରେ ରହୁଥିବା ପାକିସ୍ତାନୀ ତୁରନ୍ତ ଭାରତ ଛାଡିବାକୁ ଦିଆଯାଇଛି ନିର୍ଦ୍ଦେଶ। ଭାରତରେ ରହୁଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରୁଛନ୍ତି।


ଏହାରି ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସୀମା ହଇଦର। ସେ ଅନଲାଇନ୍ ଗେମ୍ PUBG ମାଧ୍ୟମରେ ଗ୍ରେଟର ନୋଏଡାର ବାସିନ୍ଦା ସଚିନ ମୀନାଙ୍କ ସହ ଯୋଡ଼ି ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ ସୀମା ତାଙ୍କ ଚାରି ପିଲାଙ୍କ ସହ ନେପାଳ ବାଟ ଦେଇ ଭାରତ ମଧ୍ୟରେ ଅନୁପ୍ରବେଶ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ସେ ସଚିନଙ୍କ ସହିତ ନୋଏଡାରେ ରହୁଛନ୍ତି । ତାଙ୍କୁ ଏବେ ତୁରନ୍ତ ପାକିସ୍ତାନକୁ ପଠାଇ ଦେବାକୁ ସୋସିଆଲ ମିଡିଆରେ ଦାବି ଜୋର ଧରିଛି।


ସୀମା ଭିସା ମାଧ୍ୟମରେ ଭାରତ ନ ଆସି ସୀମା ପାର୍ କରି ବେଆଇନ୍ ଭାବେ ଆସିଥିଲେ। ତାଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରଧୀନ ରହିଛି। କୋତୱାଲି ପୋଲିସ ଏହି ମାମଲାର ତଦନ୍ତ କରୁଛି ଏବଂ କେନ୍ଦ୍ର ସରକାରଙ୍କଠାରୁ ଆଇନଗତ ମତାମତ ମଧ୍ୟ ଲୋଡାଯାଇଛି

Sponsored
Seema Haider will return to Pakistan | Argus News