Supreme Court / କିଛି ଚାଷୀଙ୍କୁ ଜେଲ୍ରେ ପୁରାଇ ଦିଅ, ଅନ୍ୟମାନେ ସାବାଡ଼ ହେବେ ! ଜାଣନ୍ତୁ କ'ଣ ରହିଛି କାରଣ...

Key Points
କିଛି ଚାଷୀ କହନ୍ତି ଯେ ସେମାନଙ୍କୁ କୁହାଯାଇଛି, ଯେଉଁ ସ୍ଥାନରେ ସାଟେଲାଇଟ୍ର ନଜର ପଡ଼ୁ ନାହିଁ ସେହିଠାରେ ସେମାନଙ୍କୁ ନଡ଼ା ପୋଡ଼ିବାର ଅନୁମତି ରହିଛି । ଅନେକ ଚାଷୀ ଅସହାୟତାର ଅଭିନୟ କରି ଏମିତି ନଡ଼ା ପୋଡ଼ନ୍ତି ।
ବିଲରେ ନଡ଼ା ପୋଡ଼ିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଏ। ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ କାରଣ ହେଉଛି ଏହି ନଡ଼ା ପୋଡ଼ିବା। ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ଚାଷୀଙ୍କୁ ଜେଲରେ ପୁରାଇ ଦିଅ, ଏହାଦ୍ୱାରା ଅନ୍ୟମାନେ ସଜାଗ ହେବେ । ଏମିତିକି ଆଗକୁ ଏଭଳି ନଡ଼ା ପୋଡ଼ିବାଠାରୁ ଦୂରେଇ ରହିବେ । ଧିରେ ଧିରେ ଏହି ଅଭ୍ୟାସ ଦୂର ହେବ । ମୁଖ୍ୟ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମାମଲାରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରି ଅପରାଜିତା ସିଂହ କହିଛନ୍ତି ଯେ ଚାଷୀମାନଙ୍କୁ ନଡ଼ା ପୋଡ଼ିବା ରୋକିବା ପାଇଁ ସବସିଡି ଏବଂ ମେସିନ୍ ଯୋଗାଇ ଦିଆଯାଇଛି, କିନ୍ତୁ ଚାଷୀମାନେ ଅଯଥା ବାହାନା କରିଚାଲିଛନ୍ତି। କିଛି ଚାଷୀ କହନ୍ତି ଯେ ସେମାନଙ୍କୁ କୁହାଯାଇଛି, ଯେଉଁ ସ୍ଥାନରେ ସାଟେଲାଇଟ୍ର ନଜର ପଡ଼ୁ ନାହିଁ ସେହିଠାରେ ସେମାନଙ୍କୁ ନଡ଼ା ପୋଡ଼ିବାର ଅନୁମତି ରହିଛି । ଅନେକ ଚାଷୀ ଅସହାୟତାର ଅଭିନୟ କରି ଏମିତି ନଡ଼ା ପୋଡ଼ନ୍ତି ।
ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ଲୋକଙ୍କୁ ଜେଲରେ ପୁରାଇ ଦିଅ, ଆପେ ଆପେ ସବୁ ସୁଧୁରିଯିବେ । ଆମ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଚାଷୀମାନଙ୍କ ଅବଦାନ ଅତୁଳନୀୟ, କିନ୍ତୁ ପରିବେଶ ସୁରକ୍ଷା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ ।
ଯଦି କିଛି ଚାଷୀଙ୍କୁ ଏହି ନଡ଼ା ପୋଡ଼ିବା ଅଭିଯୋଗରେ ଗିରଫ କରି ଜେଲ୍ ପଠାଯାଏ ତେବେ ଅନ୍ୟ ଚାଷୀଙ୍କୁ ଏହା ସଠିକ୍ ବାର୍ତ୍ତା ଦେବ। ଆପଣ ଚାଷୀଙ୍କ ପାଇଁ କିଛି ଦଣ୍ଡନୀୟ ବ୍ୟବସ୍ଥା କାହିଁକି ବିଚାର କରୁନାହାଁନ୍ତି ? ଯଦି ଆପଣଙ୍କର ପରିବେଶ ସୁରକ୍ଷା ପାଇଁ ପ୍ରକୃତ ଉଦ୍ଦେଶ୍ୟ ରହିଛି, ତେବେ ଆପଣ କାହିଁକି ପଛକୁ ହଟିଯାଉଛନ୍ତି ? ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପଞ୍ଜାବକୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଅଆଇନଜୀବୀ ରାହୁଲ ମେହେରାଙ୍କ ପ୍ରତି ରହିଥିଲା।
📱 Get Argus News App
✨Related Topics
Explore more stories