|
logo
Live
Argus News App
GET APP

Argus News - 70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

National

70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

Ritu Das
Browse all articles by Ritu Das
·1 year ago·2 min read
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର

ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ। ଆସନ୍ତା ୨୯ ତାରିଖରୁ ସାରାଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ ପିଏମ୍। ଓଡ଼ିଶା ବି ଏଥିରେ ହେବାକୁ ଯାଉଛି ସାମିଲ। ଗତ ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନା ଉପରେ ମୋହର ଲଗାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗରିବରୁ ଧନୀ ସମସ୍ତ ୭୦ ପାର ଲୋକଙ୍କୁ ମିଳିବ ଏହି ଯୋଜନାରୁ ଫାଇଦା। ବର୍ଷକୁ ୫ ଲକ୍ଷ ଟଙ୍କାର ମିଳିବ ମାଗଣା ସ୍ବାସ୍ଥ୍ୟ ସେବା। 

ଏଥିସହ ଅକ୍ଟୋବର ୨୯ରେ ଭିଡିଓ କନଫରେନସ୍ ମାଧ୍ୟମରେ ଖୋର୍ଦ୍ଧା ଚନ୍ଦକା ଥାନା ବିଞ୍ଜଗିରି କେନ୍ଦ୍ରୀୟ ଯୋଗ ଓ ନେଚରପାଥୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଗୋଠପାଟଣାରେ ଇଷ୍ଟର୍ଣ୍ଣ ଜୋନ ଡ୍ରଗ୍ସ ଟେଷ୍ଟିଂ ୟୁନିଟ ପ୍ରତିଷ୍ଠା, ଓ ବରଗଡରେ ଏକ କ୍ରିଟିକାଲ କେୟାର ହେଲଥ୍ କେୟାର ୟୁନିଟ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିଲେ ମୋଦି ସରକାର। କିନ୍ତୁ କାଳେ ଶ୍ରେୟ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହାକୁ ଲାଗୁକରିବାକୁ ଦେଇନଥିଲେ ନବୀନ ସରକାର। କିନ୍ତୁ ଜୁନ୧୨ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ସହ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବାଟ ଫିଟିଥିଲା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ଓଡ଼ିଶାର ପ୍ରାୟ ୧କୋଟି ପରିବାରର ସାଢେ ୩ କୋଟି ହିତାଧିକାରୀଙ୍କୁ ଖୁବଶୀଘ୍ର ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ ମିଳିବ ବିଶେଷ ଫାଇଦା। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର | Argus News