Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !

National

IPS Officer Shoots / ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !

Key Points

ପତ୍ନୀ, ହରିୟାଣା କ୍ୟାଡରର ଜଣେ ବରିଷ୍ଠ IAS ଅଧିକାରୀ ଅମନୀତ ପି. କୁମାର, ଘଟଣା ସମୟରେ ଘରେ ଉପସ୍ଥିତ ନଥିଲେ। ସେ ଏବେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ସରକାରୀ କାମକୁ ନେଇ ଜାପାନ ଗସ୍ତରେ ଅଛନ୍ତି।

ହରିୟାଣା ପୋଲିସର ବରିଷ୍ଠ ଅଧିକାରୀ ADGP ୱାଇ. ପୁରନ କୁମାରଙ୍କ ମୃତ୍ୟୁ ଖବର ଶୁଣି ଚଣ୍ଡିଗଡ଼ ପୋଲିସ ବିଭାଗ ପୁରା ଥରି ଉଠିଲା । ମଙ୍ଗଳବାର ଦିନ ସାଢ଼େ ଗୋଟେ ସମୟରେ ସେକ୍ଟର ୧୧ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ପୋଲିସକୁ ଏକ ଫୋନ୍ ଆସିଥିଲା, ଯେଉଁଥିରେ ଅଧିକାରୀ ନିଜକୁ ଗୁଳି କରିଥିବାର ଖବର ଆସିଲା। ଯେତେବେଳେ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲେ, ସେଠାକାର ସ୍ଥିତି ଖୁବ୍‌ ବିଚଳିତ କଲା ଭଳି ଥିଲା।

ପୁରନ କୁମାରଙ୍କ ମୃତଦେହ ତାଙ୍କ ବାସଭବନର ବେସମେଣ୍ଟରେ ମିଳିଥିଲା। ରକ୍ତ ଜୁଡୁବୁଡୁ ମୃତଦେହ ନିକଟରେ ହିଁ ତାଙ୍କ ସର୍ଭିସ୍ ବନ୍ଧୁକ ପଡ଼ିଥିଲା। ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟାର ସୂଚନା ମିଳିଛି, ଯଦିଓ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଏହା ମାନସିକ ଚାପ ଥିଲା ନା ବ୍ୟକ୍ତିଗତ କାରଣ କିମ୍ବା ଅନ୍ୟ କୌଣସି ଅନ୍ତର୍ନିହିତ କାରଣ ଯୋଗୁଁ ହୋଇଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

ତାଙ୍କ ପତ୍ନୀ, ହରିୟାଣା କ୍ୟାଡରର ଜଣେ ବରିଷ୍ଠ IAS ଅଧିକାରୀ ଅମନୀତ ପି. କୁମାର, ଘଟଣା ସମୟରେ ଘରେ ଉପସ୍ଥିତ ନଥିଲେ। ସେ ଏବେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ସରକାରୀ କାମକୁ ନେଇ ଜାପାନ ଗସ୍ତରେ ଅଛନ୍ତି। ଅମନୀତ ପି. କୁମାର ବେସାମରିକ ବିମାନ ଚଳାଚଳ ଏବଂ ଭବିଷ୍ୟନିଧି ପାଣ୍ଠି ବିଭାଗର କମିଶନର-ସଚିବ ଏବଂ ବୈଦେଶିକ ସହଯୋଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।

ହରିୟାଣା ପ୍ରଶାସନିକ ଏବଂ ପୋଲିସ ସେବାରେ ପୂରନ କୁମାର ଏବଂ ଆମନୀତଙ୍କୁ ଏକ ପ୍ରତିଷ୍ଠିତ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟ ୨୦୦୧ ବ୍ୟାଚ୍‌ର ଅଧିକାରୀ ଥିଲେ। ତେଣୁ ଏବେ ପୂରନ କୁମାରଙ୍କ ଆକସ୍ମିକ ମୃତ୍ୟୁ କେବଳ ପୋଲିସ ବିଭାଗକୁ ନୁହେଁ ବରଂ ସମଗ୍ର ପ୍ରଶାସନିକ ବ୍ୟବସ୍ଥାକୁ ଥରାଇ ଦେଇଛି।

ପୋଲିସ ସୂତ୍ର ଅନୁଯାୟୀ, ଅଧିକାରୀ ୱାଇ. ପୂରନ କୁମାର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ସମସ୍ତ ସୁରକ୍ଷା କର୍ମଚାରୀଙ୍କୁ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତା'ପରେ ସେ ତାଙ୍କ ଘରର ବେସମେଣ୍ଟକୁ ଯାଇ ଏକ ଚେୟାରରେ ବସି ନିଜ ସର୍ଭିସ୍ ବନ୍ଧୁକରେ ନିଜ ମୁଣ୍ଡରେ ଗୁଳି ଚଳାଇ ଆତ୍ମହତ୍ୟା କଲେ। ଘରର ବେସମେଣ୍ଟ ସାଉଣ୍ଡ ପ୍ରୁଫ୍‌ ଥିଲା, ତେଣୁ କେହି ବି ଗୁଳିର ଶବ୍ଦ ଶୁଣି ପାରିନଥିଲେ।

ପୋଲିସର ସୂଚନା ଅନୁଯାୟୀ, କଲ୍ ପାଇବା ମାତ୍ରେ ସେକ୍ଟର ୧୧ ପୋଲିସ ଷ୍ଟେସନ୍ ଇନଚାର୍ଜ ଏବଂ CFSL ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ବିଲ୍ଡିଂରେ ଯେଉଁମାନେ ବି ଉପସ୍ଥିତ ଥିଲେ, ସମସ୍ତଙ୍କୁ ପୋଲିସ ପଚରାଉଚରା କରିଛି।

SSP କନୱରଦୀପ କୌର କହିଛନ୍ତି ଯେ ସମସ୍ତ ଦିଗରୁ ତଦନ୍ତ କରାଯାଉଛି। ସେ କହିଛନ୍ତି, "ଦିନ ସାଢ଼େ ଗୋଟେ ସମୟରେ, ସେକ୍ଟର ୧୧ରୁ ଏକ ଆତ୍ମହତ୍ୟାର ଖବର ମିଳିଥିଲା। SHO ଏବଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକ ADGP ଓ୍ୱାଇ.ପୁରନ୍ କୁମାର ବୋଲି ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍‌ ନୋଟ୍ ମିଳିନାହିଁ। ଫରେନସିକ୍ ଟିମ୍ ତଦନ୍ତ କରୁଛି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPS Officer Shoots | Senior Haryana IPS Officer Shoots Himself At His House In Chandigarh | Argus News