Videos
|
National

Power Cut / ୨୮ ସେପ୍ଟେମ୍ବରରେ ପାୱାର କଟ୍, ଜାଣନ୍ତୁ ଆପଣଙ୍କ ଏରିଆରେ କେତେବେଳେ କଟିବ ବିଦ୍ୟୁତ୍

Rashmita Mishra
Browse all articles by Rashmita Mishra
·1 day ago·2 min read
୨୮ ସେପ୍ଟେମ୍ବରରେ ପାୱାର କଟ୍, ଜାଣନ୍ତୁ ଆପଣଙ୍କ ଏରିଆରେ କେତେବେଳେ କଟିବ ବିଦ୍ୟୁତ୍
Power Cut

Key Points

ଦିଲ୍ଲୀବାସୀ ସାବଧାନ ଏହି ସବୁ ଅଞ୍ଚଳରେ ପାୱାର କଟ୍
୨୮ ସେପ୍ଟେମ୍ବରେ ବିଜୁଳି କଟ୍ ଜାଣନ୍ତୁ କେଉଁଠି ରହିବ ବନ୍ଦ
ଦିଲ୍ଲୀରେ ବିଦ୍ୟୁତ୍ ବିଭ୍ରାଟ ଅନେକ ଅଞ୍ଚଳ ରହିବ ପ୍ରଭାବିତ
ଘରେ ରଖନ୍ତୁ ପ୍ରସ୍ତୁତି ଘଣ୍ଟା ଘଣ୍ଟା ରହିବ ବିଜୁଳି ବନ୍ଦ

ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ନିରାପଦ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ମେଣ୍ଟେନାନ୍ସ କାମ ଜାରି ରହିଛି । ଏହି କ୍ରମରେ BSES ଅଧୀନସ୍ଥ BRPL ଓ BYPL ପକ୍ଷରୁ ୨୮ ସେପ୍ଟେମ୍ବର ୨୦୨୬ ପାଇଁ ମେଣ୍ଟେନାନ୍ସ ଶଟଡାଉନ୍ ସୂଚୀ ଜାରି କରାଯାଇଛି ।

ମେଣ୍ଟେନାନ୍ସ କାମ ଚାଲିଥିବା ସମୟରେ ଦିଲ୍ଲୀର ଅନେକ ଅଞ୍ଚଳରେ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ଯୋଗାଣ ବନ୍ଦ କିମ୍ବା ପ୍ରଭାବିତ ହୋଇପାରେ । ତେଣୁ ପାୱାର କଟ୍‌ର ସମୟ ଜାଣିବା ପରେ ଲୋକମାନେ ନିଜର ଜରୁରୀ କାମ ପୂର୍ବରୁ ସାରି ନେବା ଭଲ ।

BRPL ଅଧୀନରେ କେଉଁ ଅଞ୍ଚଳ ପ୍ରଭାବିତ ହେବ ?
୨୮ ସେପ୍ଟେମ୍ବରରେ BRPL ଅଧୀନରେ ଥିବା ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ମେଣ୍ଟେନାନ୍ସ କାମ ପାଇଁ ପ୍ରଭାବିତ ହେବ । ଏଥିରେ କରମପୁରା, ପଶ୍ଚିମ ବିହାର, ନାଙ୍ଗଲୋଇ, ଆୟା ନଗର, ଦଶରଥପୁରୀ, CR ପାର୍କ, ଇନ୍ଦର ଏନ୍କ୍ଲେଭ୍, ଓଖଲା ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଦ୍ୱାରକା, ବସନ୍ତ କୁଞ୍ଜ, ମହାବୀର ଏନ୍କ୍ଲେଭ୍, ଜନକପୁରୀ, ପାଲମ, ସଙ୍ଗମ ବିହାର, ସାକେତ, ତିଲକ ନଗର, ଉତ୍ତମ ନଗର, ଛତରପୁର, ଜସୋଲା ବିହାର, ଟାଗୋର ଗାର୍ଡେନ, ହରି ନଗର, ନଜଫଗଡ଼, ମାଲବୀୟ ନଗର, ବିକାଶପୁରୀ, ଲାଜପତ ନଗର ଏବଂ ମୁନିରକା/ଆରକେ ପୁରମ ଭଳି ଅଞ୍ଚଳ ରହିଛି ।

BYPL ଅଧୀନରେ ଏହି ଅଞ୍ଚଳରେ ପ୍ରଭାବ
BYPL ଅଧୀନରେ ରେଲୱେ ୱର୍କସପ୍, ସଞ୍ଜୟ ଅମର କଲୋନୀ, ପ୍ରଗତି ମୈଦାନ ଓ ଆଇପି ଇଷ୍ଟେଟ୍ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ମେଣ୍ଟେନାନ୍ସ କାମ ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯଦି ଆପଣଙ୍କ ଅଞ୍ଚଳ ଏହି ତାଲିକାରେ ରହିଛି, ତେବେ ବିଦ୍ୟୁତ୍ କଟିବା ପୂର୍ବରୁ ପାଣି ଟାଙ୍କି ଭରି ରଖିବା, ଫୋନ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା, ଆବଶ୍ୟକ ଘରୋଇ କାମ ସାରିବା ଭଳି କାମ କରି ରଖିବା ଭଲ ।

କେତେବେଳେ ରହିବ ପାୱାର କଟ୍ ?
ବିଭିନ୍ନ ଅଞ୍ଚଳ ଓ ମେଣ୍ଟେନାନ୍ସ କାମ ଅନୁସାରେ ବିଦ୍ୟୁତ୍ କାଟିବାର ସମୟ ଭିନ୍ନ ରହିବ । BRPL ଅଞ୍ଚଳରେ ସକାଳ ୯ଟା ୯ ମିନିଟ୍‌ରୁ ଅପରାହ୍ଣ ୪ଟା ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ । ଅନ୍ୟପକ୍ଷରେ BYPL ଅଞ୍ଚଳରେ ଦୁପର ୧୨ଟାରୁ ୩ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ଶଟଡାଉନ୍ ରହିବ ।

କେଉଁ କାମ ପାଇଁ ବିଦ୍ୟୁତ୍ କଟିବ ?
ବିଦ୍ୟୁତ୍ ନେଟୱର୍କକୁ ଅଧିକ ସୁରକ୍ଷିତ ଓ ଉନ୍ନତ କରିବା ପାଇଁ BRPL ପକ୍ଷରୁ ବିଭିନ୍ନ ମେଣ୍ଟେନାନ୍ସ କାମ କରାଯିବ । ଏଥିରେ..
ଟ୍ରାନ୍ସଫର୍ମରର ପ୍ରିଭେଣ୍ଟିଭ୍ ଓ ରୁଟିନ୍ ମେଣ୍ଟେନାନ୍ସ
ନେଟୱର୍କ ଅପଗ୍ରେଡେସନ୍
11KV ଫିଡର୍ ମେଣ୍ଟେନାନ୍ସ
LT ସର୍କିଟ୍ ମେଣ୍ଟେନାନ୍ସ
HVDS ଓ RMU ମେଣ୍ଟେନାନ୍ସ
ଆବଶ୍ୟକ ସ୍ଥାନରେ ଟ୍ରାନ୍ସଫର୍ମର ପରିବର୍ତ୍ତନ

ଗଛର ଡାଳ କାଟିବା (ଟ୍ରିମିଂ) ଭଳି କାମ କରାଯିବ । ସେହିପରି BYPL ଅଧୀନରେ ସ୍ମାର୍ଟ ମିଟର ଇନ୍‌ଷ୍ଟଲେସନ୍ କାମ ମଧ୍ୟ ନିର୍ଦ୍ଧାରିତ ହୋଇଛି । ମେଣ୍ଟେନାନ୍ସ କାମ ସମୟରେ ସୁରକ୍ଷା କାରଣରୁ କିଛି ସମୟ ପାଇଁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। କାମ ସରିବା ପରେ ସମ୍ପୃକ୍ତ ଅଞ୍ଚଳରେ ପୁଣି ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯିବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: