ଗୌତମ ସିଘାଂନିଆଙ୍କ ଉପରେ ଗମ୍ଭୀର ଅଭିଯୋଗ: ମୋତେ ଏବଂ ମୋ ଝିଅକୁ ବହୁତ ନିର୍ଯାତନା ଦେଉଥିଲେ

ଅର୍ଗସ ବ୍ୟୁରୋ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ସମସ୍ତେ ରେମଣ୍ଡ ଗ୍ରୁପ ନାଁ ଜାଣିଛନ୍ତି। କିନ୍ତୁ ରେମଣ୍ଡ ଗ୍ରୁପ ମାଲିକ ପତ୍ନୀଙ୍କୁ ନିର୍ଯାତନା ଦେବା ସହ ବାଡଉଥିବା କେହି ବିଶ୍ବାସ କରିପାରୁ ନାହାନ୍ତି। ତାଙ୍କ ସ୍ତ୍ରୀ ରେମଣ୍ଡ ଗ୍ରୁପ ମାଲିକ ତଥା ଅରବପତି ଗୌତମ ସିଂଘାନିଆଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି। ତାଙ୍କ ପତ୍ନୀ ନଓ୍ବାଜ ମୋଦୀ ଗମ୍ଭୀର ଆରୋପ ଲଗାଇଛନ୍ତି।
ଗୌତମ ସିଘାଂନିଆ ଏବଂ ନଓ୍ବାଜଙ୍କ ଛାଡ଼ପତ୍ର ମାମଲା ବହୁ ଚର୍ଚ୍ଚାରେ ରହିଛି। ନଓ୍ବାଜ ତାଙ୍କ ଦୁଇ ଝିଅଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ମୂଲ୍ୟର ୭୫ଟି ଭାଗିଦାର ଦାବି କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ନଓ୍ବାଜ ତାଙ୍କ ବିବାହ ବିଷୟରେ କହିଥିଲେ। ଯେଉଁଥିରେ ସେ ଅନେକ ବଡ଼ ଖୁଲାସା କରିଛନ୍ତି। ନଭେମ୍ବର ୧୩ରେ ଗୌତମ ଏବଂ ନଓ୍ବାଜ ଘୋଷଣା କରିଥିଲେ ଯେ, ସେମାନେ ବିବାହର ୩୨ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଏବେ ଉଲ୍ଲେଖ କରିଛନ୍ତି ଯେ, ଗୌତମ ତାଙ୍କୁ ଗୋଇଠା ମାରିବା ସହ ଝିଅକୁ ଚାପୁଡ଼ା ମାରୁଥିଲେ। ସେ କହିଛନ୍ତି ସେପ୍ଟେମ୍ବର ୯ରେ ଗୌତମଙ୍କ ଜନ୍ମଦିନର ପରଦିନ ମୋତେ ଏବଂ ମୋ ଝିଅ ନିହାରିକାକୁ ବହୁତ ପିଟିଥିଲେ। ନଓ୍ବାଜ ଦୁଇଥର ହାର୍ନିଆ ଅପରେଶନ କରିଛନ୍ତି। ଏହା ଜାଣିବା ସତ୍ତ୍ବେ ଗୌତମ ତାଙ୍କୁ ଅନେକ ହଇରାଣ କରିଥିଲେ।
ଗୌତମ ବାଡେଇବାର କାରଣ?
ନଓ୍ବାଜ କହିଛନ୍ତି ଯେ ବାଥରୁମ ବ୍ୟବହାର କରିବା ନେଇ ଗୌତମ ତାଙ୍କୁ ପିଟିଥିଲେ। କାରଣ ଗୌତମ ନିଜର ପାଓ୍ବାର ଏବଂ କଣ୍ଟ୍ରୋଲ ଦେଖାଇବାକୁ ଚାହୁଁଥିଲେ। ଯେଉଁଥିପାଇଁ ସେ ଏପରି କରୁଥିଲେ। ନଓ୍ବାଜ କହିଛନ୍ତି ଯେ, ଶୋଇବା ଘର ସହିତ ଆହୁରି ଦୁଇଟି ବାଥରୁମ ଅଛି ଏବଂ ୩୯ ମହଲା ବିଶିଷ୍ଟ କୋଠାରେ ବାଥରୁମରେ ଭର୍ତ୍ତି। କିନ୍ତୁ ଗୌତମ ନିଜର ଶକ୍ତି ଏବଂ କଣ୍ଟ୍ରୋଲ ଦେଖାଇବାକୁ ଚାହୁଁଥିଲେ। ଯେଉଁଥିପାଇଁ ସେ ଏଭଳି ମାରପିଟ କରୁଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର