Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତା ସରକାରଙ୍କୁ ବଡ ଝଟକା, ୨୫ ହଜାର ନିଯୁକ୍ତିକ ସୁପ୍ରିମକୋର୍ଟଙ୍କ ଖାରଜ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମମତା ସରକାରଙ୍କୁ ବଡ ଝଟକା, ୨୫ ହଜାର ନିଯୁକ୍ତିକ ସୁପ୍ରିମକୋର୍ଟଙ୍କ ଖାରଜ

ପଶ୍ଚିମବଂଗ ସରକାରଙ୍କୁ ଝଟ୍‌କା । ପଶ୍ଚିମବଂଗରେ ହୋଇଥିବା ୨୫ ହଜାର ନିଯୁକ୍ତିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଜାଲିଆତି ହୋଇଥିଲା । ସମସ୍ତ ପ୍ରକ୍ରିୟାକୁ ଅଣଦେଖା କରାଯାଇ ୨୫ହଜାରରୁ ଅଧିକ ନିଯୁକ୍ତି ଦିଆଯାଇବା ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟା ବିରୋଧରେ କିଛି ଆବେଦନକାରୀ କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରିଥିଲେ । ଏହା ବିରୋଧରେ ପଶ୍ଚିମବଂଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।


ମାମଲାର ଶୁଣାଣି କରି ପଶ୍ଚିମବଂଗ ସରକାରଙ୍କ ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଖାରଜ କରିଛନ୍ତି । ଏଥିସହ ସାନି ନିଯୁକ୍ତି ପ୍ରକ୍ରିୟାକୁ ତିନି ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ଦରମା ଫେରାଇବେ ନାହିଁ । କିନ୍ତୁ ଯେଉଁମାନେ ପରୀକ୍ଷାରେ ବିଫଳ ହେବେ ସେମାନେ ୨୦୧୬ ପରଠାରୁ ପାଇଥିବା ଦରମା ଫେରାଇବା ବାଧ୍ୟତାମୂଳକ । ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ୨୪ ହଜାର ୬୪୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ୨୫ ହଜାର ୭୫୩ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
setback-to-bengal-government-supreme-court-upholds-dismissal-of-25000-teachers | Argus News