|
logo
Live

Argus News - ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

National

ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

Manini Pattanayak
Browse all articles by Manini Pattanayak
·1 year ago·2 min read
ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି। ବୟସ୍କ ଏବେ ପରିବାରର ଚିନ୍ତା ନୁହେଁ, ଦାୟିତ୍ବ ନେଲେ ମୋଦି। ଆୟୁଷ୍ମାନ ଭାରତ ଯୋଜନାରେ 70 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଗ୍ୟାରେଣ୍ଟି। ମିଳିବ ବର୍ଷକୁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା। ଓଡ଼ିଶାରେ ଖୁବଶୀଘ୍ର ଲାଗୁହେବ ଆୟୁଷ୍ମାନ ଯୋଜନା।   ଏହି ଘୋଷଣା କରି 70 ବର୍ଷରୁ ଅଧିକ ଦେଶର ସବୁ ବୟସ୍କ ଓ ସେମାନଙ୍କ ପରିବାରକୁ ବଡ଼ ଆଶ୍ବସ୍ତି ଦେବା ସହ ସ୍ବାସ୍ଥ୍ୟଚିନ୍ତାରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ବୟସ୍କଙ୍କୁ ମିଳିବ ଆୟୁଷ୍ମାନ ଭୟ ବନ୍ଦନା କାର୍ଡ। ଯେଉଁଥିରେ ମିଳିବ ବର୍ଷକୁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା।  ଆୟୁଷ୍ମାନ ଯୋଜନାରେ ସାମିଲ ହେଉନଥିବାରୁ ଦିଲ୍ଲୀ ଓ ପଶ୍ଚିମବଂଗ ସରକାରଙ୍କୁ ସମାଲୋଚନା କରିବା ସହ ସେଠାକାର ବୟସ୍କଙ୍କ ସେବା କରିବାରୁ ବଞ୍ଚିତ ହେଉଥିବାରୁ ଭାବୁକ ହୋଇଛନ୍ତି ପ୍ରଧାନମନ୍ତ୍ରୀ।  
 

ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବଙ୍କ ପାଇଁ ସ୍ବାସ୍ଥ୍ୟସେବା ଏକ ବଡ଼ ସମସ୍ୟା । ଏ ଦିଗରେ ବଡ଼ ଯୋଗଦାନ କରୁଛି ଆୟୁଷ୍ମାନ ଭାରତ ଯୋଜନା। ଏବେ ସୁଦ୍ଧା ଚାରି କୋଟି ଲୋକ  ଆୟୁଷ୍ମାନ ଯୋଜନାର ଲାଭବାନ ହୋଇସାରିଲେଣି। ଦିନକୁ ଦିନ ଅଧିକ ଲୋକ ଉପକୃତ ହେଉଛନ୍ତି।  ଏଥିସହ ଓଡ଼ିଶାରେ ବି ହୋଇଛି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ। ଏଥିସହ ରାଜ୍ୟରେ ଜାରି ରହିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଉଭୟ ଯୋଜନାରେ ଲାଭବାନ ହେବେ ଓଡ଼ିଶାର ଏକ କୋଟିରୁ ଅଧିକ ପରିବାର। କେନ୍ଦ୍ର ସରକାରଙ୍କ ସହ ଅନୁବନ୍ଧିତ ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ବି ମିଳିବ ମାଗଣା ଚିକିତ୍ସା ସୁବିଧା। ସବୁଠାରୁ ବେଶୀ ଉପକୃତ ହେବେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆ ଶ୍ରମିକ। 

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କ ଭଳି ମୋଦିଙ୍କୁ ଶ୍ରେୟ ଯିବ ବୋଲି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରୁଥିଲେ ବିଜେଡି ସରକାର। କେନ୍ଦ୍ର ସରକାରଙ୍କର ଜାତୀୟ ସ୍ବାସ୍ଥ୍ୟ ମିଶନ ସମେତ ସବୁ ଯୋଜନାକୁ ମିଶାଇ ନାଁ ଦେଇଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସଂଖ୍ୟାର ମିଛ ଗଣିତରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିଲା ବିଜେଡି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନ ଥିଲେ ବି ସାଢେ 3 କୋଟି ଲୋକଙ୍କ ମଧ୍ୟରୁ ଅଳ୍ପ କିଛି ଜଟିଳ ରୋଗୀଙ୍କୁ ଛାଡି ସିଂହ ଭାଗ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳି ପାରିଥାନ୍ତା ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ କହି ଆୟୁଷ୍ମାନକୁ ଗ୍ରହଣ ନ କରିବା ଦ୍ବାରା ଚିକିତ୍ସାରୁ ବଞ୍ଚିତ ହେଉଥିଲେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ। ଏବେ ଆୟୁଷ୍ମାନ ଲାଗୁ ହେବା ପରେ ଖୋଲୁଛି ବିଜେଡିର ଅସଲ ମୁଖା।।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି | Argus News