Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ବଡ଼ ଅଘଟଣ, କାନ୍ଥ ଭୁଶୁଡି 7 ଜଣଙ୍କ ମୃତ୍ୟୁ

Smruti Parija
Browse all articles by Smruti Parija
·11 months ago·1 min read
ଦିଲ୍ଲୀରେ ବଡ଼ ଅଘଟଣ, କାନ୍ଥ ଭୁଶୁଡି 7 ଜଣଙ୍କ ମୃତ୍ୟୁ

Key Points

ଦିଲ୍ଲୀରେ ବଡ଼ ଅଘଟଣ

କାନ୍ଥ ଭୁଶୁଡ଼ି ଚାଲିଗଲା ୭ ଜୀବନ 

ଦିଲ୍ଲୀର ଜୈତପୁର ଅଞ୍ଚଳର ଘଟଣା

ଦିଲ୍ଲୀରେ ବଡ଼ ଅଘଟଣ । କାନ୍ଥ ଭୁଶୁଡ଼ି ଚାଲିଗଲା ୭ ଜୀବନ । ଦିଲ୍ଲୀର ଜୈତପୁର ଅଞ୍ଚଳରେ ଏ ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜୈତପୁର ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଭଙ୍ଗା ଇଟା, ପଥର ତଳେ ୮ ଜଣ ଚାପି ହୋଇରହିଥିଲେ । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଜୀବନ ଯାଇଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
seven-people-have-died-in-the-wall-collapse-incident-in-harinagar-jaitpur | Argus News