El Nino / ଭାରତକୁ ମାଡ଼ି ଆସୁଛି ଭୟଙ୍କର ଏଲ୍ ନିନୋ: ଫାଟିବ ଭୂମି ହାହାକାର ଡାକିବେ ଲୋକେ

Key Points
ଭାରତରେ ଫାଟିବ ଭୂମି ମାଡ଼ି ଆସୁଛି ଏଲ୍ ନିନୋ
ଭାରତକୁ ମାଡ଼ି ଆସୁଛି ଭୟଙ୍କର ବିପଦ ଏଲ୍ ନିନୋ
ଫାଟିବ ଭୂମି ହାହାକାର ଡାକିବେ ଲୋକେ
ପ୍ରବଳ ଖରାରେ ବିଭିନ୍ନ ରାଜ୍ୟରେ ଭୂମି ଫାଟି ଆଁ କରିବ
ଏଲ୍ନିନୋ ନେଇ ଆସିବ ପ୍ରବଳ ଖରା। ଆକାଶରେ ବର୍ଷା ଉଭେଇ ଯିବ। ସୁଖିଲା ପଡ଼ିବ ମୌସୁମୀ । ଭୂମି ଫାଟି ଆଁ କରିବ। ଲୋକ ମାନେ ଚାଷ ବିନା ହାହାକାର ଡାକିବେ । ଏଲ୍ ନିନୋ ଯେତେବେଳେ ଆସେ ବର୍ଷା ଆକାଶରୁ ପୋଛି ନେଇ ପଳାଏ । ଉଭେଇ ଯାଏ ବର୍ଷା । ପ୍ରବଳ ଖରାରେ ଭୂମି ଜଳି ଉଠେ । ଆଉ ଏବେ କିଛି ସେମିତି ହେବାକୁ ଯାଉଛି। ୨୦୨୬ର ଖରା କାଳ ପାଲଟିବ ଭାରତୀୟଙ୍କ ପାଇଁ । ଏଥର ବର୍ଷା ବଦଳରେ ଖରା ତାଣ୍ଡବ ରଚିବ । ନଦୀ ପୋଖରୀ ସବୁ ସୁଖିଯିବ। ଚାଷ ଜମୀରେ ଫସଲ କଅଁଳିବ ନାହିଁ । କାରଣ ଚଳିତ ବର୍ଷା ମାଡ଼ି ଆସୁଛି ଏଲ୍ ନିନୋ ।
ଭୟଙ୍କର ରୂପ ନେଇ ଆସୁଛି ସୁପର ଏଲ୍ ନିନୋ । ଜୁଲାଇରୁ କୋପ ଦେଖାଇବା ଆରମ୍ଭ କରିବ। ପ୍ରବଳ ଖରା ପାଇଁ ହଜିଯିବ ମୌସୁମୀ ବର୍ଷା । ଭାରତରେ ଦେଖା ଦେବ ମରୁଡି ଭଳି ସାଂଘାତିକ ସ୍ଥିତି । ଚାଷ ଭୂମି ଫାଟି ଆଁ କରିବ । ମୁଣ୍ଡରେ ହାତ ଦେବେ ଚାଷୀ । ବିଶ୍ବରର ବିଭିନ୍ନ ପାଣିପାଗ ମଡେଲ ଏମିତି ଆକଳନ କରିଛି ।
ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତନ ତାପମାତ୍ରା ସ୍ବାଭାବିକ ଠାରୁ ୫ ଡିଗ୍ରୀ କମିଲେ ତାହାକୁ ଲା ନିନୋ ପରିସ୍ଥିତି ବୋଲି କୁହାଯାଏ ସେହି ଭଳି ଜଳ ପତନର ତାପମାତ୍ରା ୫ ଡିଗ୍ରୀ ବଢ଼ିଲେ ତାକୁ ଏଲ୍ ନିନୋ ବୋଲି କୁହାଯାଏ । ଆଉ ଏବେ ତାପମାତ୍ରା ବଢ଼ିବାକୁ ଥିବାରୁ ଏଲ୍ ନିନୋ ଆସିପାରେ ବୋଲି ଆକଳନ କରାଯାଉଛି ।
ଏଲ୍ ନିନୋ ଆସିଲେ ପ୍ରବଳ ଖରା ହେବା ସହ ମୌସୁମୀ ବର୍ଷା ପ୍ରଭାବିତ ହୋଇଥାଏ। ଯେଉଁଥିପାଇଁ ଭାରତରେ ଚାଷକାର୍ଯ୍ୟରେ ଘୋର ପ୍ରଭାବ ପଡ଼ିଥାଏ । ଯଦି ଦେଖିବା ଏଲ୍ ନିନୋ ଆସିଲେ ପ୍ରବଳ ଖରା ହେବା ସହ ବର୍ଷା କମ୍ ହୋଇଥାଏ। କିନ୍ତୁ ଲା ନିନୋ ଆସିଲେ ବର୍ଷା ପ୍ରବଳ ହେବା ସହ ଖରା କମ୍ ହୋଇଥାଏ । ଆଉ ଏବେ ଭାରତରେ ଏଲ୍ ନିନୋର ପ୍ରଭାବ ପଡ଼ିବାକୁ ଯାଉଛି। କାରଣ ପ୍ରଶାନ୍ତ ମହାସାଗରରେ ପୂର୍ବରୁ ପଶ୍ଚିମ ଦିଗକୁ ବହୁଥିବା ପବନ ଦୁର୍ବଳ ହୋଇ ଯାଇଛି ।
ଫଳରେ ପଶ୍ଚିମରୁ ପୂର୍ବ ଆଡ଼କୁ ଆସୁଛି ପ୍ରଶାନ୍ତ ମହାସାଗରର ଗରମ ଜଳ । ଯାହାକୁ ନେଇ ଏବେ ଭାରତରେ ହେବାକୁ ଯାଉଛି ପ୍ରବଳ ଖରା ଏବଂ ସୁଖିବାକୁ ଯାଉଛି ମୌସୁମୀ ବର୍ଷା ।
📱 Get Argus News App
✨Related Topics
Explore more stories